ସୁନାପିଲା- ଟିକେ ସ୍କୃ ଢିଲା
ସୁନାପିଲା- ଟିକେ ସ୍କୃ ଢିଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର ।[୨][୩][୪] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ବାବୁଶାନ୍ ମହାନ୍ତି । ବାବୁଶାନଙ୍କ ପ୍ରଯୋଜନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ବାବୁଶାନ୍ଙ୍କ ପ୍ରଯୋଜନା ସଂସ୍ଥା ସହ ପ୍ରକାଶ ଧୀରଜ ଏଣ୍ଟରଟେନମେଣ୍ଟ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସୁଧାକର ବସନ୍ତ ।[୫] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ । ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଲେଖିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସାରିକା । ସେ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ସଂଳାପ ଲେଖିବା ଆରମ୍ଭ କରିଥିଲେ ।[୬]
ସୁନାପିଲା- ଟିକେ ସ୍କୃ ଢିଲା | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ବାବୁଶାନ୍[୧] ପ୍ରଶାନ୍ତ ବେହେରା କେ. ସୁନିଲ କୁମାର ଯାଦବ |
ସଂଳାପ | ସାରିକା |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କଳାକାର | ବାବୁଶାନ୍ ପପୁ ପମ ପମ ପିଣ୍ଟୁ ନନ୍ଦ ପ୍ରଜ୍ଞା ଶୀତଲ ପାତ୍ର ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ମିହିର ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୪ ଅଗଷ୍ଟ ୨୦୧୭ |
କଥାଚିତ୍ରର ସମୟ | ୨ଘଣ୍ଟା ୧୭ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାବୁଶାନ୍ ନିଜେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପପୁ ପମ ପମ, ପିଣ୍ଟୁ ନନ୍ଦ ଏବଂ ପ୍ରଜ୍ଞା ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାରି ବନ୍ଧୁଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ।[୭] ଏହି ଚଳଚ୍ଚିତ୍ରରେ ନାୟକ ସବୁକିଛି ଭୁଲିଯାଇ କେବଳ ତା' ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ଭଲ ପାଉଥାଏ ।[୮] ଶୀତଲ ପାତ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୭ ଜୁଲାଇ ୨୦୧୭ରେ ଏହି ଚଳଚ୍ଚିତ୍ରର ଟ୍ରେଲର ୟୁ ଟ୍ୟୁବ୍ରେ ମୁକ୍ତିଲାଭ କରିଥିଲା । ଟ୍ରେଲର ମୁକ୍ତିଲାଭ କରିବାର ପାଞ୍ଜଦିନ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଏହାକୁ ଦେଖିଥିଲେ । ଏଥିସହ ପ୍ରଯୋଜନା ସଂସ୍ଥା ପକ୍ଷରୁ ଟୁଇଟରରେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଟ୍ରେଣ୍ଡ କରାଯାଇଥିଲା ।[୯]
ଅଭିନୟ
ସମ୍ପାଦନାଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶୀତଲ ପାତ୍ର ନାୟିକା ଭୂମିକାରେ ଅଭିନୟ କରିଥିଲେ । ଯିଏ ଯାହା କହୁ ମୋର ଢୋ, ଭଲ ପାଏ ତୋତେ ୧୦୦ରୁ ୧୦୦, ତୁ ଯେ ସେଇ, ଦିଲ୍ ଦିୱାନା ହେଇଗଲା ଆଦି ଚଳଚ୍ଚିତ୍ରରେ ସେ ପୂର୍ବରୁ ବାବୁଶାନଙ୍କ ସହ ଅଭିନୟ କରିଥିଲେ ।[୮][୧୦] ଏହି ଚଳଚ୍ଚିତ୍ରରେ ବାବୁଶାନ୍ ଏକ ଭୁଲାମନ ପିଲା ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି ଚଳଚ୍ଚିତ୍ରଟି ୪ ଅଗଷ୍ଟ ୨୦୧୭ରେ ମୁକ୍ତିଲାଭ କରିଥିଲା ।
କଳାକାର
ସମ୍ପାଦନା- ବାବୁଶାନ୍[୧୨] - କୁଞ୍ଜ[୧୩]
- ପପୁ ପମ ପମ
- ପିଣ୍ଟୁ ନନ୍ଦ
- ପ୍ରଜ୍ଞା ଖଟୁଆ[୧୪]
- ଶୀତଲ ପାତ୍ର
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ମିହିର ଦାସ
- ରବି ମିଶ୍ର
- ଜୀବନ ପଣ୍ଡା
- ବାବୁ ପ୍ରଧାନ
କାହାଣୀ
ସମ୍ପାଦନାଏହି ଚଳଚ୍ଚିତ୍ରର କାହାଣୀ ଚାରିଜଣ ସାଙ୍ଗଙ୍କ ଚରିତ୍ର ଉପରେ ବର୍ଣ୍ଣନା ହୋଇଛି । ଏଇ ଚାରିଜଣଙ୍କ ଭିତରୁ ଜଣଙ୍କର ହଠାତ ବାହାଘର ହୋଇଯାଏ । ମାତ୍ର, ସେଥିରେ ତା’ର ସହମତି ନ ଥାଏ । ଦିନେ ଗୋଟାଏ ଦୁର୍ଘଟଣାରେ ସେ ଆହତ ହୁଏ ଓ ପଛକଥା ସବୁ ଭୁଲିଯାଏ । ସବୁ ପଛକଥା ନୁହେଁ, କଲେଜ୍ ସମୟ ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣା ତା’ର ମନେଥାଏ, ମନେଥାଏ ବି ସାଙ୍ଗମାନଙ୍କର କଥା । କିନ୍ତୁ ପ୍ରେମ ଆଉ ବାହାଘର କଥା ସେ ଭୁଲି ଯାଇଥାଏ । ସେଇଠୁ ଆରମ୍ଭ ହୁଏ ସମସ୍ୟାର ଅଡୁଆ ସୂତା ।[୧୩]
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର[୧୫] ଏବଂ ସମସ୍ତ ୫ଟିଯାକ ଗୀତର ରଚନା କରିଥିଲେ ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ।[୧] ଅଭିଜିତ ମଜୁମଦାର, ବାବୁଶାନ୍, ପ୍ରଜ୍ଞା ହୋତା, ତାରିକ୍ ଅଜିଜ୍, ପିଙ୍କି ପ୍ରଧାନ ପ୍ରମୁଖ କଣ୍ଠଦାନ କରିଥିଲେ ।[୬]
୨୬ ଜୁଲାଇ ୨୦୧୭ରେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଭୁବନେଶ୍ୱରରେ ଆୟୋଜିତ ଏହି ସଭାରେ ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ ବେହେରା, ନିର୍ଦ୍ଦେଶନ ସୁଧାକର ବସନ୍ତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ନାୟକ ବାବୁଶାନ୍, ନାୟିକା ଶୀତଲ, ଅଭିନେତା ମିହିର ଦାସ, ପିଣ୍ଟୁ ନନ୍ଦ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।[୧୬]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ସୁନା ପିଲା ଟିକେ ସ୍କୃ ଢ଼ିଲା" | ନିର୍ମଳ ନାୟକ | ତାରିକ୍ ଅଜିଜ୍ | ୦୩:୩୦ |
2. | "ରବ୍ୱା ରବ୍ୱା ମେରେ ମରହବ୍ୱା" | ବାବୁଶାନ୍, ପ୍ରଜ୍ଞା ହୋତା | ୦୪:୪୨ | |
3. | "ଆକ୍ ଥୁ" | ପପୁ ପମ ପମ, ବାବୁଶାନ୍ | ୦୩:୩୫ | |
4. | "ଗୁଦୁଲ୍ ଗୁଦୁଲ୍" | ପିଙ୍କି ପ୍ରଧାନ | ୦୪:୧୨ | |
5. | "ଆମ୍ମା ବିଉଟିଫୁଲ" | ଅଭିଜିତ ମଜୁମଦାର | ୦୪:୨୩ |
ଆଧାର
ସମ୍ପାଦନା- ↑ ୧.୦ ୧.୧ Sahu, Prithviraj (11 January 2017). "Babushan debuts as producer in upcoming Odia movie "Suna Pila Tike Screw Dhila"". UpdateOdisha. Retrieved 28 February 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ "କିଛି ଜଣା, କିଛି ଶୁଣା". ସମାଜ ଲାଇଭ୍. 26 March 2017. Retrieved 28 July 2017.[permanent dead link]
- ↑ ୬.୦ ୬.୧ "Suna Pila Tike Screw Dhila, Odia Movie of Babusan, Papu Pom Pom". IncredibleOrissa.Com. 10 January 2017. Retrieved 28 February 2017.
- ↑ "ସୁନାପିଲା ଗ୍ୟାଙ୍ଗ୍". ସମାଜ. 26 February 2017. Retrieved 28 February 2017.[permanent dead link]
- ↑ ୮.୦ ୮.୧ ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 28 February 2017.
- ↑ "'ସୁନାପିଲା ଟିକେ ସ୍କୃ ଢିଲା'ର ଟ୍ରେଲର୍ ୟୁ-ଟ୍ୟୁବ୍ରେ ରିଲିଜ୍". ସମ୍ବାଦ. 16 July 2017. Archived from the original on 31 July 2017. Retrieved 28 July 2017.
- ↑ "Sheetal in a small role in her upcoming movie". ସିନେ କ୍ରିଟିକ୍ସ. Retrieved 28 February 2017.[permanent dead link]
- ↑ "ଆଜିକାଲି ସବୁ କଥା ଭୁଲିଯାଉଛନ୍ତି ବାବୁସାନ୍ !". ସମ୍ବାଦ. 14 February 2014. Archived from the original on 5 August 2017. Retrieved 2 August 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ ୧୩.୦ ୧୩.୧ "ସୁନାପିଲାର ସ୍କୃ ଢିଲା". ସମ୍ବାଦ. 6 August 2017. Archived from the original on 8 August 2017. Retrieved 7 August 2017.
- ↑ Sahoo, Jyoti Prakash (7 May 2022). "Papu And Pragyan Come Together For 'Detective Karan Arjun'". My City Links (in English). Archived from the original on 4 June 2022. Retrieved 4 June 2022.
{{cite news}}
: CS1 maint: unrecognized language (link) - ↑ "Babushan's new upcoming Odia movie "Suna Pila Tike Screw Dhila"". ପ୍ରଗତିବାଦୀ. 9 January 2017. Retrieved 28 July 2017.
- ↑ "Suna Pila Tike Screw Dhila". E News ଓଡ଼ିଆ. 26 July 2017. Retrieved 28 July 2017.
{{cite news}}
: Text "Babushan , Sheetal" ignored (help); Text "Grand Audio Release" ignored (help); Text "HD" ignored (help); Text "Odia Movie" ignored (help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁନାପିଲା- ଟିକେ ସ୍କୃ ଢିଲା