ଯାଜପୁର ଜିଲ୍ଲା

ଓଡିଶାର ଏକ ଜିଲ୍ଲା

ଓଡ଼ିଶାର ସର୍ବ ପ୍ରାଚୀନ ରାଜଧାନୀ ଭାବେ ଏହାର ଯଶ କିର୍ତିତ । ବିଶେଷ କରି ଶୈଳୋଦ୍ଭବ, ମାଠର, ଭୌମକର ଏବଂ ସୋମବଂଶୀ ବା କେଶରୀମାନଙ୍କ ଶାସନ କାଳରେ ଏହି ଭୂଭାଗ ଓଡ଼ିଶାର ରାଜଧାନୀ ରୂପେ ଭାରତ ବର୍ଷରେ ଏକ ବିଖ୍ୟାତ ସହରର ମାନ୍ୟତା ଲାଭ କରିଥିଲା । ଦେବୀ ବିରଜାଙ୍କ ନାମାନୁସାରେ ଏହାର ପ୍ରାଚୀନ ନାମ ଥିଲା ବିରଜା । ପରବର୍ତୀ ସମୟ ସମୟରେ ଏହାର ନାମରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯଜ୍ଞପୁର, ଗୁହଦେବ ପାଟକ, ଯାଜନଗର, ଅଭିନବ ଯଯାତି ନଗର, ଯାଜିପୁର ଓ ଆଜିର ଯାଜପୁର ରୂପେ ଏହାର ନାମାନ୍ତର ଘଟିଅଛି । ଆଛତିଆ ଆରୋଡ଼ି ପର୍ଯ୍ୟନ୍ତ ଏହି ଭୂମଣ୍ଡଳ ବିସ୍ତୃତ ।

ଯାଜପୁର।
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଯାଜପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୭ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା2,887.69 ବର୍ଗ କି.ମି km2 (Formatting error: invalid input when rounding sq mi)
ଜନସଂଖ୍ୟା
 (୨୦୧୧)
 • ଜିଲ୍ଲା୧୮,୨୬,୨୭୫
 • କ୍ରମାଙ୍କଓଡ଼ିଶାରେ ସପ୍ତମ (୭/୩୦)
 • ସହରାଞ୍ଚଳ
୧,୩୫,୦୧୧
 • ଗ୍ରାମାଞ୍ଚଳ
୧୬,୯୧,୨୬୪
 • ୬ ବର୍ଷରୁ କମ ଶିଶୁ
୨,୦୭,୩୧୦
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୫ xxx
ଗାଡ଼ି ପଞ୍ଜିକରଣଓଡ଼ି-୦୪,ଓଡ଼ି-୩୪
ଜିଲ୍ଲାପାଳରଞ୍ଜନ କୁମାର ଦାସ
ୱେବସାଇଟOfficial website



ସୋମବଂଶୀୟ ରାଜା ଯଜାତି କେଶରୀଙ୍କଦ୍ୱାରା ସ୍ଥାପିତ ଯାଜପୁର ସହର ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଛି ୤ ୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ଉପଖଣ୍ଡ (ସବଡ଼ିଭିଜନ) ହୋଇରହିଲା । ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା । ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀଦ୍ୱାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା । ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ୱାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା ।

ଭୂଗୋଳସମ୍ପାଦନ କରନ୍ତୁ

ଯାଜପୁର ଜିଲ୍ଲାର ଆୟତନ ୨,୮୮୭.୬୯ ବର୍ଗ କିମି । ଏହି ଜିଲ୍ଲାର ଉପର ଅଞ୍ଚଳ କିଛି ପାହାଡ଼ିଆ ଓ ଜଙ୍ଗଲଭୂମି ରହିଛି। ସମତଳ ଅଞ୍ଚଳରେ ଜଳସେଚନଦ୍ୱାରା କୃଷିର ଉନ୍ନତି ହୋଇପାରୁଛି। ତଥାପି ଜଙ୍ଗଲ ଓ ପାହାଡ଼ିଆ ଜମିର ପରିମାଣ ୭୨୫ ବର୍ଗ କିଲୋମିଟର। ଯାଜପୁର ଜିଲ୍ଲା ଖଣିଜ ଦ୍ରବ୍ୟରେ ଭରପୁର। ଏହି ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବହୁ ପରିମାଣରେ କ୍ରୋମାଇଟ୍ ଉତ୍ପାଦନ ହୁଏ। ଅନେକ ଲୁହାପଥର ଭରି ରହିଛି ଯାହାକି ଆମ ରାଜ୍ୟର ପାରାଦ୍ୱୀପ ବନ୍ଦରରୁ ଜାହାଜ ଯୋଗେ ବିଦେଶକୁ ରତ୍ପାନୀ ହେଉଛି।

ଅବସ୍ଥିତିସମ୍ପାଦନ କରନ୍ତୁ

ଏହାର ଉତ୍ତରରେ କେନ୍ଦୁଝରଭଦ୍ରକ, ଦକ୍ଷିଣରେ କଟକ, ପୂର୍ବରେ କେନ୍ଦ୍ରାପଡ଼ା ଏବଂ ପଶ୍ଚିମରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ ।

ମୁଖ୍ୟ ନଦୀ ଓ ଶାଖାନଦୀସମ୍ପାଦନ କରନ୍ତୁ

  • ବୈତରଣୀ
  • ବ୍ରାହ୍ମଣୀ
  • ଖରସ୍ରୋତା
  • ବିରୂପା
  • ବୁଢ଼ା
  • କଣି
  • ବଡ଼ଗେଙ୍ଗୁଟି
  • କେଳୁଆ

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା[୧] ଅନୁସାରେ ଯାଜପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୮,୨୬,୨୭୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୬,୯୧,୨୬୪ ଓ ସହରାଞ୍ଚଳରେ ୧,୩୫,୦୧୧ ଲୋକ ବାସ କରନ୍ତି ।[୨]

  • ପୁରୁଷ: ୯,୨୬,୦୫୮
  • ମହିଳା: ୯,୦୦,୨୧୭
    • ଛ ବର୍ଷରୁ କମ: ୨,୦୭,୩୧୦
  • ସାକ୍ଷରତା ହାର: ୮୦.୪୪%
    • ପୁରୁଷ: ୮୭.୩୬%
    • ମହିଳା: ୭୩.୩୭%

ଉତ୍ପନ୍ନ ଖାଦ୍ୟଶସ୍ୟସମ୍ପାଦନ କରନ୍ତୁ

ଉତ୍ପନ୍ନ ଖାଦ୍ୟଶସ୍ୟ : ଧାନ, ମୁଗ, ବିରି, କୋଳଥ, ଚିନାବାଦାମ, ଆଳୁ, ଆଖୁ ଇତ୍ୟାଦି ଉତ୍ପନ୍ନ ହୁଏ ।

ସଦର ମହକୁମାସମ୍ପାଦନ କରନ୍ତୁ

  • ଯାଜପୁର ରୋଡ୍
  • ଯାଜପୁର ଟାଉନ୍

ବ୍ଳକସମ୍ପାଦନ କରନ୍ତୁ

  • କୋରାଇ, ଧର୍ମଶାଳା, ବଡ଼ଚଣା, ଦଶରଥପୁର, ଦାନଗଦି, ବରି, ବିଞ୍ଝାରପୁର, ଯାଜପୁର ସଦର, ରସୁଲପୁର, ସୁକିନ୍ଦା

ଗ୍ରାମ ପଞ୍ଚାୟତସମ୍ପାଦନ କରନ୍ତୁ

ଯାଜପୁର ଜିଲ୍ଲାରେ ଥିବା ମୋଟ ୧,୭୮୧ଟି ଜିଲ୍ଲା ୩୧୧ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ରହିଛି ।[୩]

ପର୍ଯ୍ୟଟନ ସ୍ଥଳୀସମ୍ପାଦନ କରନ୍ତୁ

ପ୍ରସିଦ୍ଧ ବ୍ୟକ୍ତିସମ୍ପାଦନ କରନ୍ତୁ

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର, ବିଚ୍ଛନ୍ଦଚରଣ ପଟ୍ଟନାୟକ, ହାଡ଼ିଦାସ ପ୍ରମୁଖ ଅନ୍ୟତମ ।

ରାଜନୀତିସମ୍ପାଦନ କରନ୍ତୁ

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୪୮ ବିଞ୍ଝାରପୁର ଅନୁସୂଚିତ ଜାତି ବିଞ୍ଝାରପୁର, ଦଶରଥପୁର (ଅଂଶ) ପ୍ରମିଳା ମଲ୍ଲିକ ବିଜେଡି
୪୯ ବରୀ ଅଣ ସଂରକ୍ଷିତ ବରୀ, ବନ୍ଧଡିହ, ଯାଜପୁର (ଅଂଶ), ରସୁଲପୁର (ଅଂଶ) ଦେବାଶିଷ ନାୟକ ବିଜେଡି
୫୦ ବଡ଼ଚଣା ଅଣ ସଂରକ୍ଷିତ ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜେଡି*
୫୧ ଧର୍ମଶାଳା ଅଣ ସଂରକ୍ଷିତ ଧର୍ମଶାଳା, ରସୁଲପୁର (ଅଂଶ) ପ୍ରଣବ ପ୍ରକାଶ ବଳବନ୍ତରାୟ ବିଜେଡି
୫୨ ଯାଜପୁର ଅଣ ସଂରକ୍ଷିତ ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) ପ୍ରଣବ ପ୍ରକାଶ ଦାସ ବିଜେଡି
୫୩ କୋରେଇ ଅଣ ସଂରକ୍ଷିତ ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରାଇ, ରସୁଲପୁର (ଅଂଶ) ପ୍ରିତୀରଞ୍ଜନ ଘଡ଼ାଇ ବିଜେଡି
୫୪ ସୁକିନ୍ଦା ଅଣ ସଂରକ୍ଷିତ ସୁକିନ୍ଦା, ଦାନଗଦି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜେଡି

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. "Village & Panchayats | Jajpur District:Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-04-10.
  4. ବେହେରା, ହର୍ଷବର୍ଦ୍ଧନ (24 November 2015). "ସରୋବର ନାହିଁ, ରହିଛି ଜନଶୃତି". ଧରିତ୍ରୀ. Retrieved 24 November 2015.

ଅଧିକ ତଥ୍ୟସମ୍ପାଦନ କରନ୍ତୁ