ବ୍ୟାସନଗର , ଯାଜପୁର ଜିଲ୍ଲାର ଏକ ତହସିଲ, ପୌରପାଳିକା ଏବଂ ପ୍ରମୁଖ ସହର ।

ବ୍ୟାସନଗର
—  ସହର  —
ବ୍ୟାସନଗର
ବ୍ୟାସନଗରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°06′00″N 86°07′48″E / 21.1000°N 86.1301°E / 21.1000; 86.1301
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଯାଜପୁର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)

ଅବସ୍ଥିତି

ସମ୍ପାଦନା

ଏହା ରାଜଧାନୀ ଭୁବନେଶ୍ୱରଠାରୁ ୯୨ କି.ମି ଦୂରରେ ଅବସ୍ଥିତ । []

ଏହାର ପୌର ପରିଷଦ ଯଥାକ୍ରମେ

  • ବ୍ୟାସନଗର
  • କୋପଣ୍ଡ
  • ମହନ୍ତସାହି
  • କହ୍ନେଇପୁର
  • ଚୋର୍ଦ୍ଦା
  • ପହଙ୍ଗା
  • ତରାପୁର
  • ଦଳା
  • ନଟପଡ଼ା
  • ମୁଣ୍ଡମାଳ
  • ଅହମଦ ନଗର
  • ଛୋଟରାୟପୁର
  • ଶଙ୍ଖଚିଲା
  • ଝାଟିଆସାହି
  • ଗୋପବନ୍ଧୁ ଛକ
  • ଷ୍ଟେସନ ରୋଡ
  • ଜୋକଡିଆ
  • ଦାନଗଦି
  • ଗଣେଷ ବଜାର
  • ନୂଆ ହାଟ
  • ଭିକିପୁର
  • ମିଲିଟାରି ଛକ
  • ଧବଳଗିରି
  • ଚାନ୍ଦମା
  • ପାଟୁଳି
  • ସନ୍ତରା
  • ଜହ୍ନା
  • ସାପଗଡି଼ଆ
  • ବ୍ଯାସବିହାର (ନୂଆ)

ଶିକ୍ଷା

ସମ୍ପାଦନା

ବ୍ୟାସନଗରର ଥିବା ମହାବିଦ୍ୟାଳୟଗୁଡିକ ଏବଂ ସ୍କୁଲଗୁଡି଼କ ହେଲା :--

  1. ବ୍ଯାସନଗର ସ୍ୱୟଂଚାଳିତ ମହାବିଦ୍ୟାଳୟ, ଯାଜପୁର ରୋଡ଼
  2. ବିଜୁ ପଟ୍ଟନାୟକ +୨ ବିଜ୍ଞାନ ମହାବିଦ୍ୟାଳୟ, ବ୍ୟାସନଗର
  3. ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ, ବ୍ୟାସନଗର
  4. କଳିଙ୍ଗ ନଗର ପଲିଟେକ୍ନିକ୍,ପହଙ୍ଗା ,ତରାପୁର ,ଯାଜପୁର ରୋଡ୍

ଇତିହାସ

ସମ୍ପାଦନା

ଏଇ ସ୍ଥାନଟି ପୂର୍ବରୁ ଏକ ସହର ନଥିଲା । କିନ୍ତୁ ଏଇ ସ୍ଥାନରେ 'କେନ୍ଦୁଝର-ଯାଜପୁର ରୋଡ଼' ନାମକ ରେଳ ଷ୍ଟେସନ୍ ୧୮୯୭ ରେ ଇଂରେଜଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲା । କେନ୍ଦୁଝର ଜିଲ୍ଲାକୁ ରେଳଗାଡ଼ି ନଥିବା ବେଳେ ଏଠାରେ ଓହ୍ଲେଇ ଲୋକେ କେନ୍ଦୁଝର ଜିଲ୍ଲାକୁ ଯାଆନ୍ତି । ଯାଜପୁର, ଆଳି, ରାଜକନିକାକୁ ମଧ୍ୟ ଏଠାରେ ଓହ୍ଲେଇ ଯିବା ହୁଏ । ତେଣୁ ଏଠି ବାଣିଜ୍ୟ ସମୃଦ୍ଧ ହେଲା । ଉକ୍ତ ଅଞ୍ଚଳର ଯେଉଁମାନଙ୍କୁ ନିରନ୍ତର ଟ୍ରେନରେ ଯିବାକୁ ପଡ଼ିଲା, ସେମାନେ ଏଠାରେ ରହିଲେ । ଏହି ଗ୍ରାମଟି ଛୋଟ ସହରରେ ପରିଣତ ହେଲା । ପୁଣି ନିକଟରେ _କୋରେଇ_ ଓ‌ _ସୁକିନ୍ଦା_ ଏହି ଦୁଇ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଞ୍ଚଳ; ତେଣୁ ଲୌହ, ଧାତୁ ଆଦିର କଳ ଏଠାରେ ପ୍ରତିଷ୍ଠିତ ହେଲା । ତେଣୁ ଏହା ଏକ ବଡ଼ ସହରରେ ପରିଣତ ହେଲା । ୧୯୬୩ ମସିହାରେ ଏହା ଏକ ପୌରପାଳିକା ହେଲା ।

ଦର୍ଶନୀୟ ସ୍ଥାନ

ସମ୍ପାଦନା

ଏହା ମଧ୍ୟରେ ବ୍ୟାସନଗରର ବ୍ୟାସ ସରୋବର ଓ ଗ୍ରହରାଜ ଶନିଶ୍ଚର ମନ୍ଦିର ଅନ୍ୟତମ ।

  1. "ୱାନଫାଇବୱାନ.କମରେ ବ୍ୟାସନଗର".