ଯାଜପୁର

ଓଡିଶାର ଏକ ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଯାଜପୁର
ସହର
Country India
Stateଓଡ଼ିଶା
Districtଯାଜପୁର
Government
 • ଜିଲ୍ଲାପାଳଶ୍ରୀ ରଞ୍ଜନ କୁମାର ଦାସ
Population
 (2001)
 • Total୩୨୨୦୯
Languages
Time zoneUTC+5:30 (IST)
PIN
୭୫୫xxx
Telephone code୦୬୭୨୮ & ୦୬୭୨୬
ଯାନବାହାନ ପଞ୍ଚୀକରଣଓଡି-୦୪ & ଓଡି-୩୪
Websitejajpur.nic.in


ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।

ଇତିହାସ ସମ୍ପାଦନା

ଓଡ଼ିଶାରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମାନେ ରାଜୁତି କରୂଥିଲେ । ଦଶମ ଶତାବ୍ଦୀରେ ଭୌମରାଜତ୍ୱପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ୱ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ୱମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ ୟଜ୍ଞ କରିବାରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ୱମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ୱ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।

ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡ଼ିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।

ରାଜନୀତି ସମ୍ପାଦନା

ଦର୍ଶନୀୟ ସ୍ଥାନ ସମ୍ପାଦନା

ଆଧାର ସମ୍ପାଦନା