ପୁଷ୍ପଗିରି ମହାବିହାର

ପୁଷ୍ପଗିରି ମହାବିହାର (ପୁଫଗିରି ମହାବିହାର ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ଥିଲା ଯାହା ଭାରତୀୟ ଉପମହାଦେଶର ଏକ ମୁଖ୍ୟ ମହାବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା ।[୧][୨]

ପୁଷ୍ପଗିରି ମହାବିହାର
ରତ୍ନଗିରି
ରତ୍ନଗିରିର ବୌଦ୍ଧ ବିହାର
ପୁଷ୍ପଗିରିର ଅବସ୍ଥାନ
ପୁଷ୍ପଗିରିର ଅବସ୍ଥାନ
ଅଲଗା ନାଆଁ ପୁଫଗିରି ମହାବିହାର
ଅଞ୍ଚଳ ଯାଜପୁର ଜିଲ୍ଲା, ଓଡ଼ିଶା
ଦିଗବାରେଣି
ଇତିହାସ
ଚଳଣି ବୌଦ୍ଧବାଦ
ସ୍ଥାନ ଟୀକା
ଅବସ୍ଥା ଭଗ୍ନାଂଶ
ବୌଦ୍ଧବାଦ


ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ଇତିହାସ ସମ୍ପାଦନା

୨୦୦୭ସୁଦ୍ଧା ଏହି ମହାବିହାରର ଭଗ୍ନାଂଶ ପୁରାପୁରି ଉଦ୍ଧାର କରାଯାଇପାରି ନାହିଁ, ତେଣୁ ଏହାର ମୂଳ ଇତିହାସ ଜଣାପଡ଼ି ନାହିଁ । ମହାବିହାରର ମୁଖ୍ୟ ତିନୋଟି ଅଞ୍ଚଳ ଭିତରୁ କେବଳ ଲଳିତଗିରି କଟକ ଜିଲାରେ ରହି ଅଛି । ପ୍ରତିମା ଖୋଦେଇ ଗବେଷଣାରୁ ଜଣାଯାଇଛି ଯେ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ସୁଙ୍ଗ ଶାସନ ସମୟରେ ଲଳିତଗିରିର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲା ଯାହା ତାହାକୁ ପୃଥିବୀର ସର୍ବପୁରାତନ ବୌଦ୍ଧ ସ୍ଥଳର ମାନ୍ୟତା ଦେଇଥାଏ ।

ଏବେକାର ଅବସ୍ଥା ସମ୍ପାଦନା

ଏବେ, ଏହାର ଭଗ୍ନାଂଶ ଲାଙ୍ଗୁଡ଼ି ପାହାଡ଼ର ଉପରେ, ମହାନଦୀର ତ୍ରିକୋଣଭୂମିରୁ ୯୦ କି.ମି. ଦୂରରେ ଯାଜପୁରକଟକ ଜିଲାରେ ଏହା ରହିଛି ।[୩]

ଗଠନ ଶୈଳୀ ସମ୍ପାଦନା

ମୁଖ୍ୟ ମହାବିହାର ପରିସର ପାହାଡ଼ ମୁଣ୍ଡିଆରେ ବ୍ୟାପିରହିଥିଲା ଯାହାର ଭଗ୍ନାଂଶ କେତେକ ସ୍ତୁପ, ବୌଦ୍ଧ ବିହାର, ମନ୍ଦିରମୂର୍ତ୍ତୀ ତଥା ଗୁପ୍ତ ସାମ୍ରାଜ୍ୟର ସ୍ଥାପତ୍ୟ କଳାର ପ୍ରମାଣା ଦେଇଥାଏ ।[୪] ବ୍ରାହ୍ମଣୀ ନଦୀର ଏକ ଶାଖାନଦୀ କେଳୁଆ ନଇ ଏହି ଲାଙ୍ଗୁଡ଼ି ପାହାଡ଼ର ଉତ୍ତର-ପୂର୍ବ ଭାଗକୁ ବହିଯାଇଅଛି ଯାହା ସେକାଳର ମହାବିହାର ପରିସରକୁ ଏକ ମନୋରମ ପରିବେଶ ଯୋଗାଇଦେଇଥିବ ବୋଲି ଅନୁମାନ କରାଯାଇଥାଏ । ସମଗ୍ର ମହାବିହାରଟି ଆଖପାଖର ଲଳିତଗିରି, ରତ୍ନଗିରିଉଦୟଗିରି ଆଦି ପାହାଡ଼ ଯାଏଁ ବ୍ୟାପି ରହିଥିଲା ।

ପର୍ଯ୍ୟଟନ ସମ୍ପାଦନା

ଏ.ଏସ.ଆଇ (ASI) ଏହା ପାଇଁ ନାନାଦି ଯୋଜନା ଆରମ୍ଭ କରିଅଛି । ୨୦୦୭ରେ, ମହାବିହାର ପାଖରେ ଅଧିକ ଜାଗା ଅଧିଗ୍ରହଣ କାମ ଆରମ୍ଭ କରାଯାଇଥିଲା । ପୁନନିର୍ମାଣ ସରିଲେ ଏହା ପୃଥିବୀର ଏକ ମୁଖ୍ୟ ବୌଦ୍ଧସ୍ଥଳ ଭାବରେ ପରିଗଣିତ ହୋଇପାରିବ ।[୫]ରାଜ୍ୟ ସରକାର ଅଧୁନା ଏଠାରେ ସବୁ ବର୍ଷ ଏକ ବୁଦ୍ଧ ମହୋତ୍ସବର ଆୟୋଜନ କରୁଅଛନ୍ତି ।[୬]

ଲାଙ୍ଗୁଡ଼ି ପାହାଡ଼ରେ ଅନେକ ବୌଦ୍ଧ ସ୍ଥଳ ମାନ ମଧ୍ୟ ରହିଛି । ଏହା ନିକଟରେ ଥିବା "କାଇମା ପାହାଡ଼"ରେ ଚାରୋଟି ଖୋଣ୍ଡାଲାଇଟ (khondalite) ନିର୍ମିତ ଅଖଣ୍ଡ ଖମ୍ବଦେଇ ବେଢ଼ା ହାତୀର ପଥର ଖୋଦା ମୂର୍ତ୍ତୀ ରହିଛି, ଯାହା ମୌର୍ଯ୍ୟ ଶାସନ କାଳ ଖ୍ରୀ.ପୂ. ୨ରେ ତିଆରି କରାଯାଇଥିଲା । ବ୍ରାହ୍ମଣୀକିମିରିଆ ନଦୀ କୁଳରେ ଥିବା "ଦେଉଳି ପାହାଡ଼"ର ଗୁମ୍ଫା ଭିତରେ ପଥର ଖୋଦା ବୌଦ୍ଧ ବିହାରସବୁ ଅଛି । ବଜ୍ରଗିରି, ସାରପୁରପାଇକରାପୁରଠାରେ ମଧ୍ୟ ଅନେକ ବୌଦ୍ଧ ସ୍ଥଳସବୁ ଆବିଷ୍କାର କରାଯାଇଛି । ଲାଙ୍ଗୁଡ଼ିଠାରେ ସମ୍ଭବତ ଭାରତୀୟ ଉପମହାଦେଶର ସର୍ବବୃହତ ବୌଦ୍ଧ ବିହାର ରହିଛି ।[୭]

ଗମନାଗମନ ସମ୍ପାଦନା

ଲାଙ୍ଗୁଡ଼ିକୁ ଜାତୀୟ ରାଜପଥ ୫ରୁ ଜାରକାଚଣ୍ଡିଖୋଲ ଦେଇ ଯାଇହେବ । ଏଠାକୁ କଟକଭୁବନେଶ୍ୱରରୁ ମଧ୍ୟ ସହଜରେ ଯାଇହେବ । ଅକ୍ଟୋବରରୁ ଫେବୃଆରୀ ଏଠାକୁ ଯିବାର ସବୁଠାରୁ ଭଲ ସମୟ ।[୮]

ଆଧାର ସମ୍ପାଦନା

  1. "Orissa: Introduction".
  2. "The past comes alive in temples of Orissa". 03-Mar-2002. {{cite web}}: Check date values in: |date= (help)
  3. "Langudi : A newly discovered Buddhist site in Orissa". Archived from the original on 2015-09-24. Retrieved 2011-06-30.
  4. "Puspagiri".
  5. "Discovery of Buddhist stupa may turn remote hamlet into tourist hotspot".
  6. "Master plan mooted to develop Buddhist sites". 29-Nov-2005. {{cite web}}: Check date values in: |date= (help)
  7. "Langudi: A newly discovered Buddhist site in Orissa".
  8. "Buddhist Tourism: Langudi, Orissa".