ଢେଙ୍କାନାଳ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।

ଢେଙ୍କାନାଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ,ହୋ
ବିଧାନ ସଭା୪ଟି ଆସନ
Area
 • ଜିଲ୍ଲା4452 km2 (1,719 sq mi)
Population
 (୨୦୧୧)
 • ଜିଲ୍ଲା୧୧୯୨୯୪୮
 • Density268/km2 (690/sq mi)
 • Urban
୧୧୭୨୩୪
 • Rural
୧୦୭୫୭୧୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୯ xxx
ତାର (ଏସ୍.ଟି.ଡ଼ି)୦୬୭୬୨
ଯାନବାହାନ ପଞ୍ଚୀକରଣOD-06
ଜିଲ୍ଲାପାଳରୁପା ରୋଶନ ସାହୁ
WebsiteOfficial website

ଇତିହାସସମ୍ପାଦନ କରନ୍ତୁ

ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା

ଭୂଗୋଳସମ୍ପାଦନ କରନ୍ତୁ

ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ ।

ଜନଗଣନାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା [୧] ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୬,୧୨,୫୯୭
  • ମହିଳା: ୫,୮୦,୩୫୧
    • ଛ ବର୍ଷରୁ କମ: ୧,୩୨,୬୪୭
  • ସାକ୍ଷରତା ହାର ୭୯.୪୧%
    • ପୁରୁଷ: ୮୭.୦୮%
    • ମହିଳା: ୭୧.୪୦%

ବିଭାଗସମ୍ପାଦନ କରନ୍ତୁ

  • ଢେଙ୍କାନାଳ ଜିଲ୍ଲା, ୮ଟି ପ୍ରଶାସନିକ ବ୍ଳକ (୧୯୯ଟି ପଞ୍ଚାୟତ ଓ ୨୭ଟି ଜିଲ୍ଲା ପରିଷଦ ଆସନ)ରେ ବିସ୍ତ୍ରୃତ ।
  1. ଓଡ଼ାପଡ଼ା: ୨୫ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
  2. କଙ୍କଡ଼ାହାଡ଼: ୨୧ଟି ପଞ୍ଚାୟତ
  3. କାମାକ୍ଷାନଗର: ୨୦ଟି ପଞ୍ଚାୟତ
  4. ଗଁଦିଆ: ୨୭ଟି ପଞ୍ଚାୟତ
  5. ଢେଙ୍କାନାଳ:୨୭ଟି ପଞ୍ଚାୟତ(୩୮୩ ୱାର୍ଡ଼) ଓ ୪ଟି ଜିଲ୍ଲା ପରିଷଦ
  6. ପରଜଙ୍ଗ: ୨୬ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
  7. ଭୁବନ: ୧୭ ପଞ୍ଚାୟତ (୨୫୪ୱାର୍ଡ଼) ଓ ୩ଟି ଜିଲ୍ଲା ପରିଷଦ ଆସନ
  8. ହିନ୍ଦୋଳ: ୩୬ଟି ପଞ୍ଚାୟତ ଓ ୪ଟି ଜିଲ୍ଲାପରିଷଦ ଜୋନ

ପର୍ଯ୍ୟଟନ ସ୍ଥଳୀସମ୍ପାଦନ କରନ୍ତୁ

  • କପିଳାସ ଶିବ ମନ୍ଦିର
  • ଅନନ୍ତଶୟନ, ସରାଙ୍ଗ
  • କପିଳାସ ଚିଡ଼ିଆଖାନା: କପିଳାସର ପାଦଦେଶରେ ୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟିତ ହୋଇଥିବା ମୃଗବିହାର ବର୍ତ୍ତମାନ ଏକ କ୍ଷୁଦ୍ର ଚିଡ଼ିଆଖାନାରେ ପରିଣତ ହୋଇଛି । ଏଠାରେ ବିଭିନ୍ନ କିସମର ହରିଣ ସାଙ୍ଗକୁ ହାତୀ, କୁମ୍ଭୀର ଆଦି ୧୮ ପ୍ରକାରର ୧୮୮ଟି ପଶୁପକ୍ଷୀ ରହୁଛନ୍ତି । ଚିଡ଼ିଆଖାନା ପରିସରରେ ବିଭିନ୍ନ କିସମର ଦୋଳି ସାଙ୍ଗକୁ ସୁନ୍ଦର ବଗିଚା ମଧ୍ୟ ରହିଛି ।
  • କପିଳାସ ଅଭୟାରଣ୍ୟ: ଢେଙ୍କାନାଳ ଜିଲ୍ଲାର କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଅପ୍ରେଲ ୨ତାରିଖରେ ଅଭୟାରଣ୍ୟ ଭାବେ ୱାଇଲ୍ଡ ଲାଇଫ ପକ୍ଷରୁ ଘୋଷଣା କରାଯାଇଛି । ୧୨,୫୫୯ ହେକ୍ଟର ପରିଧି ମଧ୍ୟରେ କପିଳାସ ଅଭୟାରଣ୍ୟ ରହିଛି । ଜଙ୍ଗଲରେ ହାତୀ, ସମ୍ବର, ବାରହା, ଝିଙ୍କ, ହେଟାବାଘ, ଭାଲୁ, କୁଟୁରା, ଠେକୁଆ, ଅଜଗର, କିଙ୍ଗ କୋବ୍ରା, କୋବ୍ରା, ଉଡ଼ନ୍ତା ମୂଷା, ସାରିଆପତନି, ଗୋଧି ଆଦି ଜୀବ ଜନ୍ତୁ ବହୁ ପରିମାଣରେ ଦେଖିବାକୁ ମିଳନ୍ତି ।
  • ଯୋରନ୍ଦା
  • ସପ୍ତସଜ୍ୟା
  • ରାମଚଣ୍ଡୀ ମନ୍ଦିର, ନାଧରା
  • କୁଆଲୋ
  • କନେକେଶ୍ୱର ମନ୍ଦିର
  • ଦଣ୍ତଧର
  • ବିଷ୍ଣୁ ମନ୍ଦିର

ରାଜନୀତିସମ୍ପାଦନ କରନ୍ତୁ

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

# !ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୫୫ ଢେଙ୍କାନାଳ ଅଣ ସଂରକ୍ଷିତ ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) ନବୀନ ନନ୍ଦ ବିଜଦ*
୫୬ ହିନ୍ଦୋଳ ଅନୁସୂଚିତ ଜାତି ହିନ୍ଦୋଳ, ଓଡ଼ାପଡ଼ା ସୀମାରାଣୀ ନାଏକ ବିଜଦ
୫୭ କାମାକ୍ଷାନଗର ଅଣ ସଂରକ୍ଷିତ କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) ପ୍ରଫୁଲ୍ଲ କୁମାର ମଲିକ ବିଜଦ
୫୮ ପର୍ଜଙ୍ଗ ଅଣ ସଂରକ୍ଷିତ ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) ନୃସିଂହ ସାହୁ ବିଜଡି

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ