ବ୍ରାହ୍ମଣୀ ନଦୀ
ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ । ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀ ଝାଡ଼ଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଭୂମିରୁ ଉତ୍ପନ୍ନ । ଏହି ଦୁଇନଦୀ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ନିକଟବର୍ତ୍ତୀ ପାନପୋଷ ଠାରେ ମିଳିତ ହୋଇ ଗୋଟିଏ ନଦୀ ହୋଇଛନ୍ତି । ଏହାର ନାମ ବ୍ରାହ୍ମଣୀ । ଏହା କଟକ ଜିଲ୍ଲାରେ ଯାଜପୁର ଅଞ୍ଚଳର ବୈତରଣୀ ନଦୀ ସହିତ ମିଶି ବଙ୍ଗୋପସାଗରରେ ପଡ଼ିଅଛି । ରାଉରକେଲା, ବଣେଇଗଡ଼, ଭୁବନ, ତାଳଚେର, ଜେନାପୁର, ବିଞ୍ଝାରପୁର, ଡେରାବିଶ ଓ ପଟ୍ଟାମୁଣ୍ଡାଇ ଏହି ନଦୀର କୂଳରେ ଅବସ୍ଥିତ । ବ୍ରାହ୍ମଣୀ ନଦୀରେ ବେଶୀ ବନ୍ୟା ହେଲେ ଯାଜପୁର ଅଞ୍ଚଳର କ୍ଷତି ହୁଏ । [୧][୨]
ବ୍ରାହ୍ମଣୀ ନଦୀ | |
ନଦୀ | |
ନାମର ଉତ୍ପତ୍ତି: ବେଦବ୍ୟାସଙ୍କ ମାତା | |
ଦେଶ | ଭାରତ |
---|---|
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଯାଜପୁର, କେନ୍ଦ୍ରାପଡ଼ା |
Part of | କୋଇଲି ଓ ଶଙ୍ଖ ନଦୀଦ୍ଵୟ |
Source | ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀର ମିଳନ |
- location | ରାଉରକେଲା |
- coordinates | 22°14′45″N 84°47′02″E / 22.24583°N 84.78389°E |
Mouth | ବଙ୍ଗୋପସାଗର |
- location | ଭିଉରକନିକା |
ଗତିପଥ
ସମ୍ପାଦନାଏହା ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ମଧ୍ୟରେ ଦୀର୍ଘ ୪୮୦ କିଲୋମିଟର ପ୍ରବାହିତ ହୋଇ ଚାନ୍ଦବାଲିଠାରେ ଧାମରା ମୁହାଣରେ ବଙ୍ଗୋପସାଗରରେ ପଡ଼ିଅଛି । ଏହାର ଗର୍ଭଭାଗ ପ୍ରାୟ ୩୯,୦୩୩ କି.ମି. । ବ୍ରାହ୍ମଣୀ ନଦୀ ଉପରେ କାଂଶବାହାଲଠାରେ ମନ୍ଦିରା ଡ୍ୟାମ ଓ ପାନପୋଷର ସନ୍ନିକଟରେ ତରକେରାଠାରେ ବ୍ୟାରେଜ୍ ନିର୍ମାଣ ହୋଇ ରାଉରକେଲା ଇସ୍ପାତ କାରଖାନାକୁ ସଦାସର୍ବଦା ଜଳଯୋଗାଣ ହେଉଉଅଛି । ୧୯୮୬ ମସିହାରେ ରେଙ୍ଗାଲି ଡ୍ୟାମ ନିର୍ମାଣ ହୋଇ ୨୫୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରୁଅଛି । ତାଳଚେରଠାରେ ସମଲ ବ୍ୟାରେଜ ନିର୍ମାଣ ହୋଇ ନଦୀ ଜଳ କୃଷି କାର୍ଯ୍ୟରେ ବ୍ୟବହାର କରାଯାଉଅଛି । ସରାଙ୍ଗଠାରେ ନଦୀ ଶଯ୍ୟାରେ ବିରାଟ ପ୍ରସ୍ତରରେ ଖୋଦିତ ଭଗବାନଙ୍କର ଅନନ୍ତ ଶୟନ ମୂର୍ତ୍ତି ଜନମାନସର ମନକୁ ଆକର୍ଷଣ କରୁଅଛି । ବାଳକ ବାଜି ରାଉତ ଇଂରେଜ ଫଉଜକୁ ତା ଡଙ୍ଗାରେ ଏହି ବ୍ରାହ୍ମଣୀ ନଦୀ ଘାଟରେ ପାରି କରାଇ ନଦେଇ ତାଙ୍କ ଗୁଳମାଡ଼ରେ ସହିଦ ହୋଇଥିଲେ । ଢେଙ୍କାନାଳର ଏକଘରିଆ ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ କନେକଶ୍ୱର ମହାଦେବ ମନ୍ଦିର ତଥା କବି ଦୀନକୃଷ୍ଣ ଦାସଙ୍କ ଆଶ୍ରମ ଦୃଷ୍ଟିଗୋଚର ହୁଏ । କବି ଦୀନକୃଷ୍ଣଙ୍କ କର୍ମମୟ ଜୀବନ ଏହି ପବିତ୍ର କ୍ଷେତ୍ରବାହ୍ମଣୀ ନଦୀ କୂଳରେ ଘନ ଅରଣ୍ୟ ଆମ୍ରକାନନ ମଧ୍ୟରେ ପାରିତ ହୋଇଥିଲା । ସେ ଭକ୍ତି ଭାବରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନକରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ ।[୩]
ଯାଜପୁର ଜିଲ୍ଲାର ଜେନାପୁରଠାରେ ଦୁଇଭାଗରେବିଭକ୍ତ ହୋଇ ଡାହାଣକୁ ପ୍ରବାହିତ ହୋଇ ଗଲାବେଳେ, ବିରୂପା ନଦୀ ଚୌଦ୍ୱାରଠାରୁ ମହାନଦୀରୁ ବାହାରି ବ୍ରାହ୍ମଣୀରେ ଇନ୍ଦୁପୁର, କାଇପଡ଼ା ଓ କୃଷ୍ଣନଗରଠାରେ ଉପନଦୀ ରୂପେ ସଂଗମ ସ୍ଥଳ ସୃଷ୍ଟି କରି ତଳକୁ ତଳକୁ ପ୍ରବାହିତ ହୋଇ ଭିତରକନିକାଠାରେ ତା' ଗର୍ଭରେ କୁମ୍ଭୀର ଅଭୟାରଣ୍ୟ ସୃଷ୍ଟି ହୋଇଛି । ବାମକୁ ଖରସ୍ରୋତା ନଦୀ ନାମରେ ନାମିତ ହୋଇ ପ୍ରବାହିତ ହୋଇଛି ।
କିମ୍ବଦନ୍ତୀ
ସମ୍ପାଦନାଏହି ନଦୀର ନାମକରଣ ବାବଦରେ ଏକ କିମ୍ବଦନ୍ତୀ ରହିଛି । ଏକଦା ଋଷି ପରାଶରଙ୍କୁ ଏକ କୈବର୍ତ୍ତ କନ୍ୟା ନାଉରୀ ସାଜି ନଦୀ ପାର କରାଉଥିଲାବେଳେ ତାଙ୍କ ମନରେ କାମ ବାସନା ସୃଷ୍ଟି ହେଲା । ସେ କୁହୁଡ଼ି ସୃଷ୍ଟି କରି ନିଜର କାମବାସନା ଚରିତାର୍ଥ କରିଥିଲେ । ସେହି କୈବର୍ତ୍ତ ବାଳିକାଙ୍କ ଔରସରୁ ଜନ୍ମ ନେଇଥିଲେ ମହାକବି ତପସ୍ୱୀ ବେଦବ୍ୟାସ । ପରାଶର ତପବଳରେ ସେହି କୈବର୍ତ୍ତ ବାଳିକାଙ୍କୁ ବ୍ରାହ୍ମଣୀରେ ରୂପାନ୍ତରିତ କରିଥିଲେ । ସେହିକାଳରୁ ଏହି ନଦୀର ନାମ ବ୍ରାହ୍ମଣୀ ହୋଇଥିବା ଜଣାଯାଏ । [୪]
ଆଧାର
ସମ୍ପାଦନା- ↑ http://www.india9.com/i9show/-Orissa/Brahmani-River-20953.htm
- ↑ dsal.uchicago.edu/reference/gazetteer/pager.html?objectid=DS405.1.I34_V09_016.gif
- ↑ ମଲ୍ଲିକ, ଶ୍ୟାମସୁନ୍ଦର. "ବ୍ରାହ୍ମଣୀ ନଦୀ:ଉତ୍କଳ ମାତାର ପିଣ୍ଡରେ ଅନ୍ୟତମ ଧମନୀ" (PDF). ସମ୍ବାଦ କଳିକା. Retrieved 22 September 2016.[permanent dead link]
- ↑ ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |