ଅଭିରାମ ନନ୍ଦ
ଅଭିରାମ ନନ୍ଦ, ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବଂଶୀବାଦକ ଅଟନ୍ତି । ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ସେ ବଂଶୀବାଦନ କରନ୍ତି ।[୧] ୯୦ଦଶକରୁ ବଂଶୀବାଦନ ସହିତ ଜଡ଼ିତ, ଅଭିରାମ ୧୦୦୦ରୁ ଅଧିକ ଗୀତରେ ବଂଶୀବାଦନ କରିସାରିଛନ୍ତି । ସେ ଗୁରୁ ହରିପ୍ରସାଦ ଚୌରାଶିଆ ଓ ମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ବଂଶୀବାଦନ ଶିକ୍ଷା କରିଛନ୍ତି । ସେ ଭାରତର ବିଭିନ୍ନ ସ୍ଥାନ ଏବଂ ୫୩ଟି ବାହାର ଦେଶରେ ବଂଶୀବାଦନ କରି ସାରିଛନ୍ତି । ବହୁ ଦେଶୀ ଓ ବିଦେଶୀ ଛାତ୍ର ତାଙ୍କଠାରୁ ବଂଶୀବାଦନ ଶିକ୍ଷାଗ୍ରହଣ କରନ୍ତି । ବଂଶୀ ତିଆରି କରିବାରେ ମଧ୍ୟ ସେ ପାରଙ୍ଗମ । ଦେଶବିଦେଶର ବହୁ ବଂଶୀବାଦକ ତାଙ୍କଠାରୁ ବଂଶୀ କିଣିଥାନ୍ତି ।
ଅଭିରାମ ନନ୍ଦ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ସୋନାଲୀ ମହାପାତ୍ର |
ପିତାମାତା(s) | ଅଶୋକ କୁମାର ନନ୍ଦ କାନ୍ତିଲତା ନନ୍ଦ |
ସମ୍ପର୍କୀୟ | ପିଣ୍ଟୁ ନନ୍ଦ (ଭାଇ) |
ବଂଶୀବାଦକ ଭାବରେ
ସମ୍ପାଦନାନବେ ଦଶକ ଆରମ୍ଭରୁ ଅଭିରାମ ବଂଶୀବାଦନ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ଗୋଆର ଅନୁଷ୍ଟିତ ଯୁବ ଉତ୍ସବରେ ସେ ବଂଶୀବାଦନ ପାଇଁ ଜାତୀୟ ଯୁବ ପୁରସ୍କାର ଲାଭ କରିଥିଲେ । ହରିପ୍ରସାଦ ଚୌରାଶିଆଙ୍କଠାରୁ ବଂଶୀ ଶିକ୍ଷା ପରେ ସେ ବହୁ ମଞ୍ଚ କାର୍ଯ୍ୟକ୍ରମରେ ଗୁରୁଙ୍କ ସହିତ ଏକାଠି ବଂଶୀବାଦନର ସୁଯୋଗ ପାଇଥିଲେ । ତାଙ୍କର ଯଶ ବଢିବା ସହ, ସେ ଦେଶବିଦେଶରେ ବଂଶୀବାଦନର ସୁଯୋଗ ପାଇଥିଲେ । ସେ ଜଣେ ବେତାର କଳାକାର ମଧ୍ୟ । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ବଂଶୀ ଏକ ଗୁରୁତ୍ୱପୂର୍ଣ୍ଣ ବାଦ୍ୟଯନ୍ତ୍ର । ବହୁ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ସହ ଅଭିରାମ ପରିବେଷଣ କରନ୍ତି ।
ଜୀବନୀ
ସମ୍ପାଦନାଅଭିରାମ, ଜଗତସିଂହପୁର ଜିଲ୍ଲାର ତେରତଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ତାଙ୍କ ପିତା ବୃତିରେ ଜଣେ ଇଞ୍ଜିନିୟର ଥିଲେ ମଧ୍ୟ, ବଂଶୀବାଦନ ଓ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ତାଙ୍କ ଭାଇ ପିଣ୍ଟୁ ନନ୍ଦ ଜଣେ ଅଭିନେତା ।[୨]
ପିଲାଦିନରୁ ସେ ବଂଶୀପ୍ରତି ଆକୃଷ୍ଟ ଥିଲେ ଓ ତାଙ୍କର ଏହି ପ୍ରବୃତ୍ତି ଦେଖି ପିତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପଠାଇଥିଲେ । ସେଠାରେ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ସେ ବଂଶୀବାଦନ ଶିକ୍ଷା କରିଥିଲେ । ଅଧିକ ଶିଖିବା ପାଇଁ ସେ ମୁମ୍ବାଇ ଯାଇ ଗୁରୁ ହରିପ୍ରସାଦ ଚୌରାଶିଆଙ୍କ ପାଖରୁ ପାରମ୍ପାରିକ ଗୁରୁ-ଶିଷ୍ୟ ସଂସ୍କୃତି ମଧ୍ୟରେ ବଂଶୀ ଶିକ୍ଷା କରିଥିଲେ ।[୩] ଅଭିରାମଙ୍କ ପତ୍ନୀ ସୋନାଲୀ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଟନ୍ତି ।[୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସୁରମଣୀ - ସୁର ସିଂଗାର ସଂସଦ (ମୁମ୍ବାଇ)[୫]
ଆଧାର
ସମ୍ପାଦନା- ↑ "Young flautist strikes the right note - Abhiram Nanda took lessons from Pandit Hariprasad Chaurasia". telegraphindia.com. telegraph. Archived from the original on 12 June 2020. Retrieved 12 June 2020.
- ↑ "ସମ୍ପର୍କ". No. ରବିବାର ସମ୍ବାଦ ୧୦/୦୩/୨୦୧୯ ପୃଷ୍ଠା ୧୧. Retrieved 11 March 2019.
- ↑ "Young flautist strikes the right note - Abhiram Nanda took lessons from Pandit Hariprasad Chaurasia". www.telegraphindia.com. telegraph. Archived from the original on 12 June 2020. Retrieved 12 June 2020.
- ↑ "ବଂଶୀର ସୁରକାର ସେ, କାରିଗର ବି". No. ଧରିତ୍ରୀ ୧୨/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 12 June 2020. Retrieved 12 June 2020.
- ↑ "Churning out melody". www.newindianexpress.com. The New Indian Express. Archived from the original on 12 June 2020. Retrieved 12 June 2020.