ଜଗତସିଂହପୁର

ଓଡ଼ିଶାର ଏକ ସହର, ଭାରତ


[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ଜଗତସିଂହପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜଗତସିଂହପୁର
Elevation
15 m (49 ft)
Population
 (୨୦୦୧)
 • Total୩୦,୬୮୮
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)


ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର ।

ଭୁଗୋଳ ସମ୍ପାଦନା

ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେସ୍ଥିତ ଅଛି ।

ଇତିହାସ ସମ୍ପାଦନା

ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧] 'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା ।[୨]

ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସମ୍ପାଦନା

  • ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି ।
  • ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
  • ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ।

ଦର୍ଶନୀୟ ସ୍ଥାନ ସମ୍ପାଦନା

ମା ଶାରଳା ମନ୍ଦୀର ପାରାଦ୍ୱୀପ ବନ୍ଦର ଗାରେଇ ଆଶମ

କିପରି ଯିବେ ସମ୍ପାଦନା

କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୂବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।

ଆଧାର ସମ୍ପାଦନା

  1. ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦
  2. ହୃଷୀକେଶ ପଣ୍ଡା (୨୦୧୦). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୧. ISBN ୮୧-୭୪୦୧-୭୦୨-x. {{cite book}}: Check |isbn= value: invalid character (help)

ଅଧିକ ଦେଖନ୍ତୁ ସମ୍ପାଦନା