ନଗେନ ରାୟ

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ନଗେନ ରାୟ(୧୬ ଜୁଲାଇ ୧୯୩୫-୦୩ ଜାନୁଆରୀ ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଓ ମଞ୍ଚ ଅଭିନେତା ଥିଲେ ।[୨] ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ତାଙ୍କରି ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ।[୩] ଶ୍ରମ ବିଭାଗରେ କାର୍ଯ୍ୟକରି ସେ ୧୯୮୮ମସିହାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।

ନଗେନ ରାୟ
ଜନ୍ମ(1935-07-16)୧୬ ଜୁଲାଇ ୧୯୩୫
କଟକ
ମୃତ୍ୟୁ୩ ଜାନୁଆରୀ ୨୦୧୮(2018-01-03) (ବୟସ ୮୨)[୧]
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ ମହାବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ

ନଗେନ, ୧୯୩୫ ମସିହାରେ କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ବଗଲାସାହିରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ କରୁଥିଲେ । ଘନଶ୍ୟାମ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ କନକଲତା ଚଳଚ୍ଚିତ୍ରରେ ସେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୭୬ରେ ତାଙ୍କ ନିଜ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଗପ ହେଲେ ବି ସତ ମୁକ୍ତିଲାଭ କରିଥିଲା । ୧୯୭୮ର ଚଳଚ୍ଚିତ୍ର ପ୍ରିୟତମାର କାହାଣୀ ରଚନା ସହ, ସେ ଏଥିରେ ଅଭିନୟ ମଧ୍ୟ କରିଥିଲେ ।[୪] ୧୯୮୦ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ତପସ୍ୟାରେ ସେ ନିର୍ଦ୍ଦେଶନା ସହିତ କାହାଣୀ ଓ ସଂଳାପ ମଧ୍ୟ ରଚନା କରିଥିଲେ ।[୫]

ଆଧାର ସମ୍ପାଦନା

  1. http://odishatv.in/odisha/body-slider/gapa-hele-bi-sata-director-nagen-ray-passes-away-266226
  2. http://www.dailypioneer.com/state-editions/bhubaneswar/filmmaker-nagen-ray-passes-away.html
  3. http://pragativadi.com/odia-movie-director-nagen-ray-passes-away/
  4. http://www.dharitri.com/main/news/16737
  5. "ଆର୍କାଇଭ୍ କପି". ସମ୍ବାଦ ୦୫/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Archived from the original on 16 January 2018. Retrieved 5 January 2018. {{cite news}}: Cite has empty unknown parameter: |1= (help)

ଅଧିକ ତଥ୍ୟ ସମ୍ପାଦନା