ମହମ୍ମଦ ରଫି
ମହମ୍ମଦ ରଫି(୨୪ ଡିସେମ୍ବର ୧୯୨୪-୩୧ ଜୁଲାଇ ୧୯୮୦) ଜଣେ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ସେ ଭାରତୀୟ ଉପମହାଦେଶର ଅନ୍ୟତମ ପ୍ରଭାବଶାଳୀ ଗାୟକ ଥିଲେ ।[୨][୩] ରଫି ନିଜ କଣ୍ଠ ଓ ଗାୟନଶୈଳୀରେ ଥିବା ବିଭିଦତା ନିମନ୍ତେ ପରିଚିତ ଥିଲେ ।[୪] କୱାଲି, ଦେଶଭକ୍ତିପୂର୍ଣ୍ଣ, ଭଜନ ଅବା ଶାସ୍ତ୍ରୀୟ ସବୁ ପ୍ରକାର ଗୀତ ସେ ଗାଉଥିଲେ । ସେ ୬ଥର ଫିଲ୍ମଫେୟାର ଓ ଥରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ । ୧୯୬୭ ମସିହାରେ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।[୫] ୨୦୦୧ ମସିହାରେ ତାଙ୍କ ସହଶ୍ରାବ୍ଦୀର ଶ୍ରେଷ୍ଠ ଗାୟକ ଓ ୨୦୦୩ରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସର୍ବକାଳୀନ ଶ୍ରେଷ୍ଠ ଗାୟକର ସମ୍ମାନ ମିଳିଥିଲା ।[୬] ସେ ୧୦୦୦ରୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ସହିତ ପଞ୍ଜାବୀ ସହ ହିନ୍ଦୀ, ଓଡ଼ିଆ, କୋଙ୍କଣୀ, ଭୋଜପୁରୀ, ବଙ୍ଗଳା, ମରାଠୀ, ସିନ୍ଧୀ, କନ୍ନଡ଼, ଗୁଜରାଟୀ, ତେଲୁଗୁ, ମାଘି, ମୈଥିଳୀ ଓ ଅହମିୟା ଆଦି ଭାଷାରେ ଗୀତ ଗାଇଥିଲେ । ଭାରତୀୟ ଭାଷା ଭିନ୍ନ ସେ ଇଂରାଜୀ, ଫରାସୀ, ଆରବୀ, ସିଂହଳୀ, କ୍ରିୟୋଲ ଓ ଡଚ୍ ଭାଷାରେ ମଧ୍ୟ ଗୀତ ଗାଇଥିଲେ ।[୭] ସେ ରେକର୍ଡ଼ କରିଥିବା ସମୁଦାୟ ଗୀତର ସଂଖ୍ୟା ୭୪୦୫ ।[୮]
ମହମ୍ମଦ ରଫି | |
---|---|
ଜନ୍ମ | କୋଟଲା ସୁଲତାନ ସିଂ, ଅମୃତସର, ପଞ୍ଜାବ | ୨୪ ଡିସେମ୍ବର ୧୯୨୪
ମୃତ୍ୟୁ | ୩୧ ଜୁଲାଇ ୧୯୮୦[୧] | (ବୟସ ୫୫)
ଜାତୀୟତା | ଭାରତ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୪୪-୧୯୮୦ |
ପୁରସ୍କାର | ଫିଲ୍ମଫେୟାର ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟକ |
Honours | ପଦ୍ମଶ୍ରୀ (୧୯୬୭) |
Musical career | |
ଶୈଳୀ |
|
ବାଦ୍ୟଯନ୍ତ୍ର | କଣ୍ଠଶିଳ୍ପୀ, ହାରମୋନିୟମ |
ଦସ୍ତଖତ | |
ଆଦ୍ୟ ଜୀବନ
ସମ୍ପାଦନାରଫି, ୧୯୨୪ ମସିହାରେ ଅମୃତସର ନିକଟସ୍ଥ କୋଟଲା ସୁଲତାନ ସିଂଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହାଜି ଅଲ୍ଲୀ ମହମ୍ମଦ ଥିଲା । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ ଥିଲେ ।[୯] ତାଙ୍କ ଡାକ ନାମ ଥିଲା "ଫିକୁ" । ପିଲାଦିନୁ ସେ ରାସ୍ତାରେ ଗୀତ ଗାଇ ବୁଲୁଥିବା ଫକୀରମାନଙ୍କଠାରୁ ଗୀତ ଶୁଣି ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ୧୯୩୫ମସିହାରେ ଲାହୋରକୁ ଚାଲିଯାଇଥିଲେ । ସେଠାର "ଭାଟି ଗେଟ"ର ନୂର ମହଲ୍ଲାଠାରେ ତାଙ୍କର ଏକ ସେଲୁନ ଥିଲା ।[୧୦] ରଫି, ଉସ୍ତାଦ ଅବଦୂଲ ୱାହିଦ ଖାନ୍, ପଣ୍ଡିତ ଜୀବନ ଲାଲ୍ ମଟ୍ଟୁ, ଫିରୋଜ ନିଜାମୀ ଆଦିଙ୍କଠାରୁ ଶାସ୍ତ୍ରୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୧୧] ୧୩ ବର୍ଷ ବୟସରେ ସେ ପ୍ରଥମ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ୧୯୪୧ ମସିହାରେ ସେ "ଶୋଣିୟେ ନୀ, ହିରୀୟେ ନୀ" ନାମକ ପ୍ରଥମ ପ୍ରଚ୍ଚଦପଟ୍ଟ ଗୀତ ଗାଇଥିଲେ । ଗୀତଟିର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ୟାମ ସୁନ୍ଦର । ସହଗାୟିକା ଥିଲେ ଜିନତ ବେଗମ । ୧୯୪୪ରେ ମୁକ୍ତିଲାଭ କରିଥିଲେ ପଞ୍ଜାବୀ ଚଳଚ୍ଚିତ୍ର "ଗୁଲ ବାଲୋଚ"ରେ ଏହି ଗୀତଟି ସ୍ଥାନ ପାଇଥିଲା ।[୧୨] ସେହି ବର୍ଷ ତାଙ୍କୁ ଅକାଶବାଣୀ ଲାହୋର ତରଫରୁ ଗୀତ ଗାଇବା ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।[୧୩]
୧୯୪୫ ମସିହାରେ ସେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର "ଗାୟୋଁ କି ଗୋରୀ"ରେ କଣ୍ଠଦାନ କରିଥିଲେ । ନିଜର ୪ ଦଶନ୍ଧିବ୍ୟାପି ପ୍ରଚ୍ଚଦପଟ୍ଟ ଗାୟକ ଜୀବନରେ ରଫି ପ୍ରାୟ ସମସ୍ତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ସହଗାୟକଙ୍କ ସହ ଗୀତ ଗାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର "ଆସ୍ ପାସ୍" ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ରୟାଲଟିକୁ ନେଇ ରଫିଙ୍କର, ଲତା ମଙ୍ଗେସକରଙ୍କ ସହିତ ମନମାଳିନ୍ୟ ହେଇଥିଲା । ଲତା ଚାହୁଁଥିଲେ, ପ୍ରଯୋଜକ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଉଥିବା ୫% ରୟାଲଟିର ଅଧା ଗାୟକଙ୍କୁ ମିଳୁ, କିନ୍ତୁ ରଫିଙ୍କର ମତ ଥିଲା ପ୍ରଯୋଜକ ସଙ୍ଗୀତରେ ଖର୍ଚ୍ଚ କରିଛନ୍ତି, ତେଣୁ ଲାଭ ପ୍ରଯୋଜକଙ୍କର । ଗାୟକମାନେ ନିଜର ପ୍ରାପ୍ୟ ଏକକାଳୀନ ନେଇଥାନ୍ତି । ୧୯୬୧ ମସିହାରେ "ମାୟା" ଚଳଚ୍ଚିତ୍ରରେ ଏକାଠି ଗୀତ ରେକଡିଙ୍ଗ କରୁଥିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଘଟିଥିଲା । ସେହି ସମୟରୁ ଲତା ରଫିଙ୍କ ସହିତ ଏକାଠି ଗାଇବେନି ବୋଲି ନିଶ୍ଚୟ କରିଥିଲେ । ରଫିଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେମାନେ ଦୁହେଁ ଏକାଠି ଗୀତ ଗାଇନଥିଲେ ।[୧୪][୧୫]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ପଦ୍ମଶ୍ରୀ
- ଫିଲ୍ମଫେୟାର
ଆଧାର
ସମ୍ପାଦନା- ↑ Mohammed Rafi Biography – Facts, Life History & Achievements. Culturalindia.net. Retrieved 6 November 2018.
- ↑ To, As Told; To, As Told (25 July 2010). "Remembering Rafi". The Hindu. ISSN 0971-751X. Retrieved 7 April 2018.
- ↑ "Mohd Rafi: The Rough Guide to Bollywood Legends: Mohd Rafi". PopMatters. 20 January 2005. Retrieved 1 May 2018.
- ↑ "Forgetting the phenomenal talent of Rafi". 20 July 2018. Retrieved 1 August 2018.
- ↑ "Padma Shri Awardees". india.gov.in. Retrieved 22 December 2010.
- ↑ "Rafi wins Greatest Voice of Hindi Cinema poll". CNN-IBN. Archived from the original on 2015-09-24. Retrieved 2019-12-24.
- ↑ "35 Things About Rafi". Onmanorama. Retrieved 22 December 2015.
- ↑ "Facts you should know about Mohammed Raf". Retrieved 2 September 2016.
- ↑ Varinder Walia (16 June 2003). "Striking the right chord". The Tribune: Amritsar Plus. Retrieved 28 April 2007.
- ↑ Mohammed Rafi Biography – Facts, Life History & Achievements. Culturalindia.net. Retrieved 6 November 2018.
- ↑ Amit Puri (23 September 2002). "When Rafi sang for Kishore Kumar". The Tribune.
- ↑ M.L. Dhawan (25 July 2004). "His voice made him immortal". Spectrum (The Tribune). Retrieved 28 April 2007.
- ↑ "Hall of Fame: Saatwan Sur". Archived from the original on 26 ମଇ 2007. Retrieved 28 ଅପ୍ରେଲ 2007.
- ↑ Raju Bharatan (23 August 2006). "How fair were they to Mohammed Rafi?: Page 3". Rediff.com. Retrieved 28 April 2007.
- ↑ Raju Bharatan (21 August 2006). "How fair were they to Mohammed Rafi?: Page 4". Rediff.com. Retrieved 28 April 2007.
ବାହାର ଆଧାର
ସମ୍ପାଦନା- ମହମ୍ମଦ ରଫି ଇଣ୍ଟରନେଟ ମୁଭି ଡାଟାବେସଠାରେ