ଧରିତ୍ରୀ (ଖବରକାଗଜ)
ଧରିତ୍ରୀ ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୭୪ ନଭେମ୍ବର ୨୪ ତାରିଖର୍ୱ ସମାଜବାଦୀ ସୋସାଇଟି ଧରିତ୍ରୀର ପ୍ରକାଶନ ଆରମ୍ଭ କରିଥିଲା ।[୩] ୨୦୦୯ ଜାନୁଆରୀ ପହିଲାଠାରୁ ଧରିତ୍ରୀର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।
ମାଲିକ | ସମାଜବାଦି ସୋସାଇଟି[୧] |
---|---|
ପ୍ରତିଷ୍ଠାତା | ସମାଜବାଦୀ ସୋସାଇଟି |
ସମ୍ପାଦକ | ତଥାଗତ ଶତପଥୀ[୨] |
ପ୍ରତିଷ୍ଠିତ | ୨୪ ନଭେମ୍ବର ୧୯୭୪ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ୱେବସାଇଟ | dharitir |
ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ "ଆଗାମୀ ଆଶା" ଓ ସ୍ୱତନ୍ତ୍ର "ଛୁଟିଦିନ", ସୋମବାର ଦିନ "ଆଇଟି" ଓ "ସ୍ୱାସ୍ଥ୍ୟ ବିଜ୍ଞାନ", ମଙ୍ଗଳବାର ଦିନ "ବିଜିନେଶ୍" ଓ "ନାରୀ" , ବୁଧବାର ଦିନ "ଅଟୋମୋବାଇଲ୍" ଓ "କୃଷି ଜୀବନ", ଗୁରୁବାର ଦିନ "ବିଜିନେଶ୍" ଓ "ବିଚିତ୍ରା", ଶୁକ୍ରବାର ଦିନ "ବିଜିନେଶ୍" ଓ "କ୍ରୀଡ଼ା ଜଗତ" ଏବଂ ଶନିବାର ଦିନ "ପିଲାଙ୍କ ଧରିତ୍ରୀ" ପ୍ରକାଶିତ ହୁଏ । ଏହା ଛଡ଼ା ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, "ଆଜିର ରାଶିଫଳ", "କାର୍ଟୁନ୍ କର୍ଣ୍ଣର", "ଢଗଢମାଳି" ପ୍ରଭୃତି ପ୍ରକାଶ ପାଏ । ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା "ସାହିତ୍ୟାୟନ" ପ୍ରକାଶିତ ହୁଏ ।
ଆଧାର
ସମ୍ପାଦନା- ↑ Hari Krishna Behera. GENDER BIAS IN INDIAN NEWS MEDIA: A STUDY OF THE ORIYA LANGUAGE NEWSPAPERS. Lulu.com. pp. 93–. ISBN 978-1-329-78644-8.
- ↑ Vidura. Press Institute of India. 2004.
- ↑ Dharitri. Retrieved 16 July 2012.
ବାହାର ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |