ତପ୍ତପାଣି
ତପ୍ତପାଣି, ଗଜପତୀ ଜିଲ୍ଲାରେ ଥିବା ଏକ ଉଷ୍ଣପ୍ରସ୍ବରଣ ।[୧] ବ୍ରହ୍ମପୁର ସହରଠାରୁ ଏହାର ଦୂରତ୍ୱ ପ୍ରାୟ ୫୦ କିମି ଏବଂ ମୋହନା ଥାନାରୁ ୨୪ କିମି ।[୨] ଏହି ଉଷ୍ଣପ୍ରସ୍ବରଣଟି ଧଣ୍ଡାମରା ଏବଂ ସାନଖେମୁଣ୍ଡି ପାହାଡ଼ର ପାଦ ଦେଶରେ ଅବସ୍ଥିତ ।
ଔଷଧିୟ ଗୁଣ
ସମ୍ପାଦନାତପ୍ତପାଣିର ଉଷ୍ଣ ଜଳରେ ସଲଫର ଓ ଅନ୍ୟ ରାସୟାନିକ ଖଣିଜଦ୍ରବ୍ୟ ଭରି ରହିଥିବାରୁ, ଏହାର ଔଷଧିୟ ଗୁଣ ଅଧିକ ।[୩] ଚର୍ମରୋଗିଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ ।[୪]
କିମ୍ବଦନ୍ତି
ସମ୍ପାଦନାତପ୍ତପାଣିକୁ ସ୍ଥାନୀୟ ଆଦିବାସୀମାନେ ମା’ କନ୍ଧୁଣୀ ଦେବୀ ଭାବରେ ପୂଜାର୍ଚ୍ଚନା କରିଥାନ୍ତି । ପାଣି ଝରଣା ମଝିରେ ଦେବୀଙ୍କର ପ୍ରତୀକାତ୍ମକ ପଥର ମୂର୍ତ୍ତି ରହିଛି । ପ୍ରତି ସୋମବାର ଓ ସଂକ୍ରାନ୍ତି ତିଥିରେ ଶ୍ରଦ୍ଧାଳୁମାନେ ଉଷ୍ମ ପ୍ରସବଣରୁ ଦଉଡି କିମ୍ବା ଅଙ୍କୁଶ ସାହାଯ୍ୟରେ ଗୁଆ ଖୋଜନ୍ତି । ଲୋକ ବିଶ୍ୱାସ ଅଛି ଯେ ଏହି ଗୁଆ ଯାହାକୁ ମିଳେ, ତାର ମାନସିକ ପୂରଣ ହୁଏ । ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥାନ୍ତି ।[୫]
ରହଣୀ
ସମ୍ପାଦନାଓଡ଼ିଶା ସରକାରଙ୍କଦ୍ୱାରା ତପ୍ତପାଣିଠାରେ ପାନ୍ଥନିବାସର ବ୍ୟବସ୍ଥା କରାଯାଇଛି ।[୬]
ଅନ୍ୟାନ୍ୟ ଆକର୍ଷଣ
ସମ୍ପାଦନାପାହାଡ଼ ଓ ବଣଜଙ୍ଗଲଭରା ତପ୍ତପାଣିର ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ ।[୭] ଆଦିବାସିମାନଙ୍କର ଜୀବନଯାତ୍ରାକୁ ମଧ୍ୟ ଏଠାରେ ଅନୁଭବ କରିହୁଏ । ତପ୍ତପାଣି ପାନ୍ଥନିବାସଠାରୁ ଅଳ୍ପଦୂରରେ ଥିବା ମୃଗ ବିହାର ଏହି ସ୍ଥାନର ଅନ୍ୟତମ ଆକର୍ଷଣ ।
ଆଧାର
ସମ୍ପାଦନା- ↑ http://ganjam.nic.in/tourism/taptapani.htm
- ↑ Manohar Sajnani (2001). Encyclopaedia of Tourism Resources in India. Gyan Publishing House. pp. 287–. ISBN 978-81-7835-018-9.
- ↑ Orissa (India). Dept. of Tourism & Cultural Affairs (1976). Tourism Directory, Orissa. Department of Tourism and Cultural Affairs, [Government of Orissa.
- ↑ http://www.odishatourism.gov.in/portal/Attractions/Hotsprings/Taptapani.aspx[permanent dead link]
- ↑ http://odishareporter.in/prakruti-ra-anupam-upahara-taptapani/
- ↑ "ଆର୍କାଇଭ୍ କପି". Archived from the original on 2015-10-03. Retrieved 2015-10-07.
{{cite web}}
: Cite has empty unknown parameter:|1=
(help) - ↑ Ajoy Kumar Sen (1991). Tourism in India. Modern Book Agency.