ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ


ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦ୍ୱିତୀୟ ପୁରାତନ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ପ୍ରସାର ନିମିତ୍ତ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୬୭ ମସିହା ଜାନୁଆରୀ ୨ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଡ଼ାଃ ଅଯୋଧ୍ୟା ନାଥ ଖୋସଲାଙ୍କଦ୍ୱାରା ଉଦଘାଟିତ ହୋଇଥିଲା । ବ୍ରହ୍ମପୁର ସହରଠୁ ୧୨କିଲୋମିଟର ଦୂରରେ ଗୋପାଳପୁର ବେଳାଭୂମି ପାଖରେ ଏହାର ୨୫୦ଏକର ପରିମିତ ପରିସର ଅବସ୍ଥିତ। ଭଞ୍ଜବିହାର ଭାବେ ପରିଚିତ ଏହାର ପରିସର ଓଡ଼ିଶାର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହୋଇଛି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
Berhampur-university logo.png
ଲକ୍ଷ୍ୟ"ତମସୋମା ଜ୍ୟୋତିର୍ଗମୟ"
ପ୍ରତିଷ୍ଠା୨ ଜାନୁଆରୀ ୧୯୬୩
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରଫେସର ଡ଼ାଃ ଦୀପକ କୁମାର ବେହେରା
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ India
ପରିସରଭଞ୍ଜବିହାର, ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)
ୱେବସାଇଟwww.buodisha.edu.in

ବ୍ରହ୍ମପୁର ସହର ଉପକଣ୍ଠରେ ଏହାର ସ୍ଥାୟୀ ପରିସରର ଭିତ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କଦ୍ୱାରା ୧୯୬୯ ମସିହା ଅକ୍ଟୋବର ମାସ ୧୯ ତାରିଖରେ ସ୍ଥାପିତ ହୋଇଥିଲା । ୧୯୭୨ ମସିହା ମାର୍ଚ୍ଚ ୪ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ନିଜସ୍ୱ ପ୍ରଶାସନିକ ଭବନ ଓ ଅନ୍ୟାନ୍ୟ ପାଠ୍ୟ ଭବନକୁ ତତ୍କାଳୀନ ରାଷ୍ଟ୍ରପତି ଭି. ଭି. ଗିରି ଉଦଘାଟନ କରିଥିଲେ ।[୧]

ମାତ୍ର ୧୧ଟି ମହାବିଦ୍ୟାଳୟ ଅନୁବନ୍ଧନରେ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ସହ ବର୍ତ୍ତମାନ ରାଜ୍ୟର ୮ଟି ଦକ୍ଷିଣାଞ୍ଚଳ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା , ନବରଙ୍ଗପୁର, ମାଲକାନଗିରି, କନ୍ଧମାଳବୌଦ୍ଧର ପାଖାପାଖି ପ୍ରାୟ ୧୦୦ ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଞ୍ଜବିହାରଠାରେ ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ୨୦ଟି ବିଷୟରେ ନିୟମିତ ଶିକ୍ଷାଦାନ ଚାଲୁଅଛି । ସ୍ନାତକୋତ୍ତର ପରିଷଦ ଆନୁକୂଲ୍ୟରେ ଏମ୍.ଏ., ଏମ୍.ଏସ୍.ସି., ଏମ୍.କମ୍. ଓ ଏଲ୍.ଏଲ୍.ଏମ୍. ସାଙ୍ଗକୁ ଏମ୍.ଫିଲ୍. ଓ ପି.ଏଚ୍.ଡି. ଉପାଧି ପରୀକ୍ଷା ନିମନ୍ତେ ଶିକ୍ଷାଦାନ କରାଯାଇଥାଏ ।

ଭିତ୍ତିଭୂମିସମ୍ପାଦନ କରନ୍ତୁ

  • ୧୯୮୭ରୁ ବିଶିଷ୍ଟ ଶିକ୍ଷାବିତ ଖଲ୍ଲିକୋଟର ତତ୍କାଳୀନ ମହାରାଜା ହରିହର ମର୍ଦ୍ଦରାଜଙ୍କ ନାମରେ ଆରମ୍ଭ ହୋଇଥିବା ଏହାର ଦୂରନିରନ୍ତର ଶିକ୍ଷାକେନ୍ଦ୍ର ୨୮ଟି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଡିପ୍ଳୋମା ସହିତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରୁଛି ।
  • ଓଡ଼ିଶାର ପ୍ରବୀଣ ଆଇନଜ୍ଞ, ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମରେ ନାମିତ ହୋଇଛି ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଏକମାତ୍ର ସହବନ୍ଧିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ।
  • ଏହାର କେନ୍ଦ୍ରୀୟ ପାଠାଗାର ବିଶିଷ୍ଟ ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କ ନାମରେ ନାମିତ ।
  • ପ୍ରାୟ ୭୦୦ ଆସନ ବିଶିଷ୍ଟ ଏହି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଗୃହ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ନାମରେ ନାମିତ ।

ଆଧାରସମ୍ପାଦନ କରନ୍ତୁ