ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା
ବ୍ରହ୍ମପୁରର ରେଶମ ଶାଢ଼ୀ ଏକ ଉତ୍କୃଷ୍ଟ ମାନର ଉତ୍ପାଦ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଦେଶ ବିଦେଶରେ ପରିଚିତ ହେବା ସହ ସହରର ଗୌରବ ବଢ଼ାଉଛି । ଏଥିପାଇଁ ବ୍ରହ୍ମପୁରକୁ ରେଶମ ନଗରୀ ଆଖ୍ୟା ଦିଆଯାଏ । ବ୍ରହ୍ମପୁରୀ ରେଶମ ପାଟଶାଢ଼ୀ ଭାରତ ସରକାରଙ୍କଠାରେ ଭାରତୀୟ ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି । [୧] ପଞ୍ଜୀକୃତ ହୋଇଥିବା ଫୋଡ଼ା କୁମ୍ଭ ଚିତ୍ରିତ ବ୍ରହ୍ମପୁରୀ ରେଶମ ଶାଢ଼ୀ ମହିଳାଙ୍କ ପରିଧାନ ଏବଂ ଯୋଡ଼ା ପୁରୁଷଙ୍କ ପରିଧାନ ଅଟେ ।
ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା | |
---|---|
Geographical indication | |
Alternative names | ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ୀ ଏବଂ ଯୋଡ଼ା |
Type | ହସ୍ତକଳା |
Area | ବ୍ରହ୍ମପୁର, ଗଞ୍ଜାମ,ଓଡ଼ିଶା |
Country | ଭାରତ |
Material | ବସ୍ତ୍ର |
ବ୍ରହ୍ମପୁରୀ ଶାଢ଼ୀ ତାର ସ୍ୱତନ୍ତ୍ର କାରିଗରୀଦ୍ୱାରା ପରିଚିତ ଯହିଁରେ କୁମ୍ଭ ଫୋଡ଼ା ଓଡ଼ିଶୀ ଶୈଳୀରେ ବୁଣାଯାଇଥାଏ । ଏଠାର ଜରି କାମ ଭିନ୍ନ ଏକ ଛାପ ରଖେ । ଏଠାର ମାନକ ବୁଣାଶୈଳୀ ପାଖାପାଖି ୨୦୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଏ । ସୁକ୍ଷ୍ମ ତନ୍ତବୁଣା ଶାଢ଼ୀ ଦକ୍ଷିଣ ଏସିଆ ଦେଶ ସମୂହକୁ ଗୋପାଳପୁର ବନ୍ଦର ଦେଇ ରପ୍ତାନୀ କରାଯାଏ । ଏହି ବସ୍ତ୍ର ପୁରୀରେ ଥିବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ବେଶ ଆଦିରେ ବ୍ୟବହୃତ ହୁଏ । [୨]
ବିପଣନ
ସମ୍ପାଦନାଅଧିକାଂଶ ଉତ୍ପାଦ ସମବାୟ ସମିତି ଏବଂ ବୟନିକା ଜରିଆରେ ବିକ୍ରୀବଟା ହୋଇଥାଏ । ବ୍ରହ୍ମପୁର ସହରରେ ଏବେ ମାତ୍ର ତିନୋଟି ବୁଣାକାର ସଙ୍ଘ ଅଛି । ବାର୍ଷିକ ଆପେକ୍ଷିକ ୧.୫୦ କୋଟି - ୨ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି । ତାଙ୍କର ଏକ ବେବସାଇଟ ଅଛି ଯେଉଁଥିରେ ସେମାନେ ଅନଲାଇନରେ ସେମାନଙ୍କ ଗ୍ରାହକମାନଙ୍କ ସହ ଆଧୁନିକ ଯୁଗ ସହ ତାଳ ମେଳାଇ ବ୍ୟବସାୟ କରିପାରୁଛନ୍ତି । ଜଣାଶୁଣା ଶପିଂ ବେବସାଇଟଗୁଡ଼ିକ ମଧ୍ୟ ସେମାନଙ୍କ ବ୍ୟବସାୟର ମଧ୍ୟମ ହେଉଛନ୍ତି । [୩][୪]
ଆଧାର
ସମ୍ପାଦନା- ↑ "Silk". beauty without cruelity - India. Retrieved 30 January 2016.
- ↑ mahanty, hrushikesh. "Berhampur charts silk route to recognition". Times Of India. Times of India. Retrieved 30 January 2016.
- ↑ odisha news, fullodisha.com. "Now you can Buy Berhampuri Patta Online". fullodisha.com. Retrieved 30 January 2016.
- ↑ "ବୁଣାକାରଙ୍କ ଲାଗି ୱେବ୍ସାଇଟ୍ ଉନ୍ମୋଚିତ - ଏଣିକି ଅନ୍ଲାଇନ୍ରେ ମିଳିବ ବୁଣାକାରଙ୍କ ପାଟ". Retrieved 30 January 2016.