ଭଞ୍ଜନଗର
ଭଞ୍ଜନଗର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ୱରଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ [୧]
ଭଞ୍ଜନଗର | |
---|---|
ବିଜ୍ଞାପିତ ଅଞ୍ଚଳ ପରିଷଦ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
Elevation | 69 m (226 ft) |
Population (2001) | |
• Total | ୧୯,୬୯୯ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପିନ୍ | ୭୬୧୧୨୬ |
ଦୁରଭାଷ କୋଡ | ୬୮୨୧ |
ଯାନବାହାନ ପଞ୍ଚୀକରଣ | OR-07/OD-32 |
ଇତିହାସ
ସମ୍ପାଦନାଦର୍ଶନୀୟ ସ୍ଥାନ
ସମ୍ପାଦନାଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ବେଲେଶ୍ୱର ନାମରେ ପୂଜା ପାଉଛନ୍ତି ।[୨] ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି ।[୩] ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ । ଫୁଲବାଣି, ଚିଲିକା ହ୍ରଦ, ଗୋପାଳପୁର୍ ଆଉ ପୁରୀ ଏଠାର ନିକଟତମ ଦର୍ଶନୀୟ ସ୍ଥଳୀ ଅଟନ୍ତି । ଗରମ ଦିନରେ ଏହି ସହରର ତାପମାତ୍ରା 35 ଡିଗ୍ରୀଠାରୁ 45 ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହେ । ସାଧାରଣତଃ ଜାନୁଆରୀ ମାସରେ ୨୩ ଡିଗ୍ରୀ , ଫେବୃଆରି ମାସରେ ୨୪ ଡିଗ୍ରୀ , ମାର୍ଚ୍ଚ୍ ମାସରେ ୨୮ ଡିଗ୍ରୀ , ଅପ୍ରେଲ୍ ମାସରେ 35 ଡିଗ୍ରୀ ଆଉ ମେ ମାସରେ 45 ଡିଗ୍ରୀ ଏହି ସହରର ତାପମାତ୍ରା ରହେ । [୪] ।ଭଂଜନଗରର ବାଇପାସ୍ ରୋଡ଼ରେ ଶିରିଡି ସାଇବାବାଙ୍କ ମନ୍ଦିର ଅଛି ।
ଗମନାଗମନ
ସମ୍ପାଦନାଭଞ୍ଜନଗର ସହରକୁ ଯାତାୟତ କରିବା ନିମିତ୍ତ ବସ୍ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ୱର ।
ଶିକ୍ଷାନୁଷ୍ଠାନ
ସମ୍ପାଦନାଉଚ୍ଚ ବିଦ୍ୟାଳୟ
ସମ୍ପାଦନା- ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍
- ପଣ୍ଡିତ ଶ୍ରୀଧର ରଥ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍
- ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
- ପି.ଏସ୍.ବି. ସ୍କୁଲ୍
- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଡିହ ପଢାଳ)
- ଶ୍ରୀ ସତ୍ୟସାଇ ବିଦ୍ୟା ବିହାର
- କେନ୍ଦ୍ରିୟ ବିଦ୍ୟାଳୟ
- ଦିବ୍ୟଶକ୍ତି ଇଂରାଜୀ ମାଧ୍ୟମ ବିଦ୍ୟାଳୟ
- ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
- ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ
ମହାବିଦ୍ୟାଳୟ
ସମ୍ପାଦନା- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ
- ସାବିତ୍ରୀ ମହିଳା ମହାବିଦ୍ୟାଳୟ
- ଘୁମୁସର ଆବାସିକ ମହାବିଦ୍ୟାଳୟ
- ଭଞ୍ଜ କଲେଜ୍ ଅଫ୍ କମ୍ପ୍ୟୁଟର୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍
- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷଣ ମହାବିଦ୍ୟାଳୟ
ମନ୍ଦିର
ସମ୍ପାଦନା- ବେଲେଶ୍ୱର ମହାଦେବ ମନ୍ଦିର (ଓଡ଼ିଶାର ଉଚ୍ଚତ୍ତମ ଶିବ ମୂର୍ତ୍ତି, ୬୧ ଫୁଟ ଏଠାରେ ଅବସ୍ଥିତ)
- ରଘୁନାଥ ମନ୍ଦିର
- ଶିରିଡି ସାଇ ମନ୍ଦିର
- ସତ୍ୟସାଇ ମନ୍ଦିର
- ବାଞ୍ଛେଶ୍ୱର ମନ୍ଦିର
- ଗୁପ୍ତେଶ୍ୱର ମନ୍ଦିର
- ବାଗଦେବୀ ମନ୍ଦିର
- ବ୍ରାହ୍ମଣୀ ଦେବୀ ମନ୍ଦିର
- ସୌରାଦେବୀ ମନ୍ଦିର
- ଠାକୁରାଣୀ ମନ୍ଦିର
ଦର୍ଶନୀୟ ସ୍ଥାନ
ସମ୍ପାଦନା- ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ
- ବେଲେଶ୍ୱର ଶିବ ମୂର୍ତ୍ତି
- ବନ ବିହାର
- ଗାନ୍ଧୀ କୈଳାସ ପର୍ବତ
ଆଧାର
ସମ୍ପାଦନା- ↑ "About Bhanjanagar Tehsil" onefivenine
- ↑ Pattnaik, Rakesh Kumar (2013). "Article: Inauguration of 61 feet height Lord Shiva Statue at Bhanjanagar, Ganjam. By Rakesh Kumar Pattnaik". nuaodisha.com. Retrieved 29 June 2013.
Beleswar Mahadev with a huge 61 feet height Statue of Lord Shiva and 21 feet height statue of Nandi
- ↑ "World's 7th largest Siva statue Beleswar Mahadev". Archived from the original on 2013-11-05. Retrieved 2013-06-29.
- ↑ " Weather and Climate of Bhanjanagar Tehsil " onefivenine