ଅର୍ପିତା ମୁଖାର୍ଜୀ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଅର୍ପିତା ମୁଖାର୍ଜୀ ଜଣେ ଓଡ଼ିଆ, ବଙ୍ଗଳା ଏବଂ ଦକ୍ଷିଣ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଅର୍ପିତା ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଓଡ଼ିଆ କଥାଚିତ୍ର ସ‌ହ ଅର୍ପିତା ବଙ୍ଗଳା ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ ।[୨]

ଅର୍ପିତା ମୁଖାର୍ଜୀ
ଜନ୍ମ ଓ ଜନ୍ମସ୍ଥାନ
ଅର୍ପିତା ମୁଖାର୍ଜୀ

ଜୀବିକା(ଓଡ଼ିଆ) ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଅର୍ପିତା ମୁଖାର୍ଜୀ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୮ରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନସମ୍ପାଦନ କରନ୍ତୁ

୨୦୦୮ ମସିହାରେ ଅର୍ପିତା ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ବନ୍ଦେ ଉତ୍କଳ ଜନନୀ । ଏହି କଥାଚିତ୍ରଟିରେ ଅର୍ପିତାଙ୍କ ସ‌ହ ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ହର ରଥ, ମୀନକେତନ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି ବର୍ଷ ଅର୍ପିତା ବଙ୍ଗଳା କଥାଚିତ୍ର ପାର୍ଟନରରେ ଅଭିନୟ କରିଥିଲେ ।[୨]

ଏହାପରେ ୨୦୦୯ରେ ସେ ପ୍ରେମରୋଗୀ ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟକ ଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ନାୟିକା ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ । ବବି ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୦ରେ ସେ ଅନୁଭବ ମହାନ୍ତିଙ୍କ ସ‌‌ହ ମୁଁ କଣ ଏତେ ଖରାପରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।

ଏହାପରେ ଅର୍ପିତା ସବ୍ୟସାଚୀଙ୍କ ସହ ତୋର ମୋର ଯୋଡ଼ି ସୁନ୍ଦର, କେମିତି ଏ ବନ୍ଧନ ଏବଂ ଆକାଶ ଦାସନାୟକଙ୍କ ସ‌ହ ରାଜୁ ଆୱାରା କଥାଚିତ୍ରରେ ଅଭିନୟ କରିଥିଲେ । ଏଥିସ‌ହ ସେ ଜୋର ଯାର୍‌ ମୁଲକ୍‌ ତାର୍‌, ମାମା ଭାଗନେ ଆଦି ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ଅର୍ପିତା ତାମିଲ କଥାଚିତ୍ର ଚିନ୍ନାମା ଲଭ୍‌‌ରେ ଅଭିନୟ କରିଥିଲେ ।[୨]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭାଷା ମନ୍ତବ୍ୟ
୨୦୦୮ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୮ ପାର୍ଟନର୍‌ ବଙ୍ଗଳା
୨୦୦୯ ପ୍ରେମ ରୋଗୀ ଓଡ଼ିଆ ଖଳନାୟିକା
୨୦୧୦ ମୁଁ କଣ ଏତେ ଖରାପ ଓଡ଼ିଆ
୨୦୧୦ ତୋର ମୋର ଯୋଡ଼ି ସୁନ୍ଦର ଓଡ଼ିଆ
୨୦୧୧ କେମିତି ଏ ବନ୍ଧନ ଓଡ଼ିଆ
୨୦୧୨ ରାଜୁ ଆୱାରା ଓଡ଼ିଆ

ଆଧାରସମ୍ପାଦନ କରନ୍ତୁ

  1. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  2. ୨.୦ ୨.୧ ୨.୨ "କାହିଁକି ଓଲିଉଡ୍‌ରେ ନଜର ଆସୁ ନାହାନ୍ତି ଏହି ବେଙ୍ଗଲୀ ବିଉଟି ?". sambad.in. 16 December 2017. Retrieved 17 December 2017.

ବାହାର ଆଧାରସମ୍ପାଦନ କରନ୍ତୁ