ନିଜାମ
ନିଜାମ(୦୨ ଅକ୍ଟୋବର ୧୯୫୧- ୨୧ ସେପ୍ଟେମ୍ବର ୨୦୧୫) ଜଣେ ଓଡ଼ିଆ ଗୀତିକାର ଥିଲେ ।[୩] ସେ ପ୍ରାୟ ୧୬୦ଟି କଥାଚିତ୍ରରେ ୫ଶହ ଗୀତ ରଚନା କରିଥିଲେ । ୫୦ଟିରୁ ଅଧିକ କଥାଚିତ୍ର ଓ ଧାରାବାହିକରେ ସଂଳାପ ଓ ୭୦ରୁ ଅଧିକ ଯାତ୍ରା ନାଟକ ରଚନା କରିଥିଲେ ।[୪]
ନିଜାମ | |
---|---|
ଜନ୍ମ | ଶେଖ୍ ନିଜାମ ଉଲ୍ ହକ୍[୧] ୨ ଅକ୍ଟୋବର ୧୯୫୧ |
ମୃତ୍ୟୁ | ୨୧ ସେପ୍ଟେମ୍ବର ୨୦୧୫[୨] | (ବୟସ ୬୩)
ମୃତ୍ୟୁର କାରଣ | ବୃକକ ସମସ୍ୟା |
ଦରଘା ବଜାର, କଟକ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମିସନ ସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗୀତିକାର |
ବୈବାହିକ-ସାଥୀ | ଗୁଲସାର୍ ହାରା |
ସନ୍ତାନ | ଆସାଦ୍, ଗଜାଲା |
ପିତାମାତା(s) | ଆସାଦ୍ ନାଜିମ୍ (ବାପା) |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ପ୍ରାରମ୍ଭିକ ଜୀବନ
ସମ୍ପାଦନାନିଜାମ କଟକର ସୁତାହାଟଠାରେ ୧୯୫୩ ମସିହାରେ ପିତା ଆସାଦ୍ ନାଜିମ୍ଙ୍କ ସନ୍ତାନ ଭାବେ ଜନ୍ମ ନେଇଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ସେ ଓଡ଼ିଶାକୁ ୧୦ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ ।[୫] ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।[୬]
ଗୀତିକାର ଜୀବନ
ସମ୍ପାଦନା୧୯୭୭ ମସିହାରେ ଅନୁତାପ କଥାଚିତ୍ରରୁ ନିଜାମ, ଓଡ଼ିଆ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।[୭]ଏହି ଚଳଚ୍ଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।[୮] ଏହା ପରେ ପରେ ସମର ସଲିମ ସାଇମନ, ମାନିନୀ, ଫୁଲ ଚନ୍ଦନ ପ୍ରଭୃତି ଚଳଚ୍ଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । ରଜନୀଗନ୍ଧା(୧୯୮୯) [୯],ଜୀବନ ସାଥୀ(୧୯୯୭)[୧୦] ଓ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।
ଦେହାନ୍ତ
ସମ୍ପାଦନାକିଛି ଦିନ ବୃକକଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଆପୋଲୋ ହସପିଟାଲଠାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧୧] କଟକର ଦରଘା ବଜାରଠାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା ।[୧୨]
ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା
ସମ୍ପାଦନାକଥାଚିତ୍ର | ମୁକ୍ତିଲାଭ ବର୍ଷ | ସଙ୍ଗୀତ ନିର୍ଦ୍ଦେଶକ |
---|---|---|
ବାଳୁଙ୍ଗା ଟୋକା | ୨୦୧୧ | |
ଚୋରି ଚୋରି ମନ ଚୋରି | ୨୦୧୧ | |
ହିରୋ | ୨୦୧୧ | |
ମନ ମୋର ପ୍ରଜାପତି | ୨୦୧୧ | |
ତୁ ଥା ମୁଁ ଯାଉଛି ରୁଷି | ୨୦୧୦ | |
ଓମ ନମଃ ଶିବାୟ | ୨୦୧୦ | |
ଏଇ ମିଳନ ଯୁଗଯୁଗର | ୨୦୧୦ | |
ମୁଁ କଣ ଏତେ ଖରାପ | ୨୦୧୦ | |
ଶୁଭ ବିବାହ | ୨୦୧୦ | |
ଡନ୍ | ୨୦୧୦ | |
ତୁମେ ହିଁ ସାଥି ମୋର | ୨୦୦୯ | |
କେଉଁ ଦୁନିଆରୁ ଆସିଲ ବନ୍ଧୁ | ୨୦୦୯ | |
ଡ୍ରିମ୍ ଗାର୍ଲ | ୨୦୦୯ | |
ଆରେ ସାଥି ଆ | ୨୦୦୯ | |
ମତେ ତ ଲଭ ହେଲାରେ | ୨୦୦୮ | |
ଅନୁତାପ | ୧୯୭୭ |
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ଗୀତିକାର(ରାଜ୍ୟ ଚଳଚ୍ଚିତ୍ର ସମ୍ମାନ)
- ସିକନ୍ଦର ସମ୍ମାନ
- ଯଦୁମଣି ଦାସ ସ୍ମୃତି ପ୍ରତିଭା ସମ୍ମାନ
- ଜାତୀୟ କଳା ପ୍ରତିଭା ସମ୍ମାନ
- ଅକ୍ଷୟ ମହାନ୍ତି ଫାଉଣ୍ଡେସନ ସମ୍ମାନ
ଆଧାର
ସମ୍ପାଦନା- ↑ "ମୋ ଅନୁଭୂତି". No. ଧରିତ୍ରୀ ୧୮/୦୭/୨୦୧୯ ପୃଷ୍ଠା ୧୪. ଧରିତ୍ରୀ. Archived from the original on 18 July 2019. Retrieved 18 July 2019.
{{cite news}}
: CS1 maint: bot: original URL status unknown (link) - ↑ "ରୁଷିଗଲେ ହୃଦୟର ଗୀତିକାର". ସମ୍ବାଦ ୨୨/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on 4 March 2016. Retrieved 22 September 2015.
- ↑ http://www.thehindu.com/news/national/other-states/lyricist-nizam-dies-at-62/article7675352.ece
- ↑ "ପରଲୋକରେ ଶବ୍ଦର ସୌଦାଗର". ପ୍ରମେୟ ୨୨/୦୯/୨୦୧୫ ପୃଷ୍ଠା ୧. Retrieved 22 September 2015.[permanent dead link]
- ↑ ଦ ସନ୍ ଡେ ଇଣ୍ଡିୟାନ ନଭେମ୍ବର ୨୦୦୯ ସଂଖ୍ୟାରେ ପ୍ରକାଶିତ ଚିତ୍ତରଞ୍ଜନ ଚିରଞ୍ଜିତ ଲିଖିତ ପ୍ରସଙ୍ଗ
- ↑ "ଗୀତ ମୋ'ର ପେସା ନୁହେଁ..ନିଶା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 2016-03-04. Retrieved 2015-07-13.
- ↑ "Famous lyricist of Oriya film industry Nizam in critical state, Orissa Current News". orissadiary.com. 2012. Archived from the original on 18 March 2012. Retrieved 30 June 2012.
He started his career in the year 1977 with Anutap
- ↑ "Renowned lyricist Nizam dies at 62". Odisha TV. 21 September 2015. Archived from the original on 16 January 2022. Retrieved 21 September 2015.
- ↑ "Orissa State Film Award Winners | Orissa Cinema | Odisha Ollywood". orissacinema.com. 2012. Retrieved 30 June 2012.
Best Lyricist : Nizam (Rajnigandha)
- ↑ "CinemaSagar » Orissa State Film Award Winners". cinemasagar.com. 2012. Retrieved 30 June 2012.
Best Lyrist : Nizam (Jeevan Sathi)
- ↑ http://www.telegraphindia.com/1150922/jsp/frontpage/story_43910.jsp#.VgFGV30wDSg
- ↑ "Odisha's eminent lyricist Nizam passes away at 62". Odisha Sun Times. 21 September 2015. Retrieved 21 September 2015.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନିଜାମ
- 75-milestomes-in-odia-film