ଉଦିତ ନାରାୟଣ
ଉଦିତ ନାରାୟଣ ଝା (ଜନ୍ମ ୧ ଡିସେମ୍ବର ୧୯୫୫) ଜଣେ ନେପାଳୀ ଗାୟକ ଅଟନ୍ତି । ବଲିଉଡ ଓ ନେପାଳୀ[୧][୨][୩][୪] ଫିଲ୍ମରେ ସେ ସେ ଖୁବ ଜଣାଶୁଣା । ସେ ନେପାଳୀ,ଭୋଜପୁରୀ,କନ୍ନଡ଼,ମରାଠୀ,ତାମିଲ,ତେଲୁଗୁ,ମାଲୟାଲମ, ଗର୍ହବଳି, ସିନ୍ଧି, ପଞ୍ଜାବୀ, ଓଡ଼ିଆ, ଅସମୀୟା, ମଣିପୁରୀ, ମୈଥିଳୀ ଓ ବଙ୍ଗାଳୀ ପ୍ରଭୃତି ଭାଷାରେ କଣ୍ଠ ଦାନ କରିଛନ୍ତି । ସେ ତିନି ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ଓ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି । ୨୦୦୧ରେ ଉଦିତ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କୁ ଏହି ଉପାଧି ନେପାଳର ଭୂତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହା ଦେବ ଦେଇଥିଲେ । ୨୦୦୯ରେ ପଦ୍ମଶ୍ରୀଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିଥିଲା ।
ଉଦିତ ନାରାୟଣ | |
---|---|
Background information | |
ମୂଳ ନାମ | उदित नारायण झा |
ଜନ୍ମ ସମୟରେ ନାମ | ଉଦିତ ନାରାୟଣ ଝା |
ଜନ୍ମ | Saptari District, Sagarmatha Zone, ନେପାଳ |
ଶୈଳୀ | |
ପେଷା | Playback singer, television personality, actor, producer, dancer, |
କାର୍ଯ୍ୟକାଳ | 1980–present |
ଲେବଲ | Yash Raj Films, T-Series, Sony Music, HMV Records, Tips, Saregama, Venus Records & Tapeslove |
କ୍ୟାରିୟର
ସମ୍ପାଦନାଉଦିତ ଭାରଦାହ,ନେପାଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମହରେ କୃଷ୍ଣ ଝା ଓ ମାଙ୍କ ନାମ ଭୁବନେଶ୍ୱରି ଦେବୀ ।[୬] ସେ ପି॰ବି ସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ । ବଲିଉଡ ଜଗତରେ ଉଦିତଙ୍କ ସ୍ୱର ପ୍ରାୟ ସମସ୍ତ ହିରୋ ଯଥା ଅମିର ଖାନ୍,ସାହାରୁଖ ଖାଁ,ଅକ୍ଷୟ କୁମାର,ହ୍ରିତିକ ରୋଶନ ଓ ଅଜୟ ଦେବଗନମାନଙ୍କ ସ୍ୱର ସହ ଖାପ ଖାଏ । ୧୯୭୦ରେ ସେ ପ୍ରଥମେ ନେପାଳ ରେଡିଓ ପାଇଁ ଗାଈ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ରେ ସେ ପ୍ରଥମେ ଉନିସ ବିସ ହିନ୍ଦୀ ଫିଲ୍ମ ପାଇଁ କାନ୍ଥ ଦାନ କରିଥିଲେ । ଏହି ଗୀତା ସେ ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ସହ ଗାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ୧୯୮୩ରେ ବଡେ ଦିଲ ୱାଲା ଫିଲ୍ମରେ ଆର॰ଡ଼ି ବର୍ମନ ରଚିତ ଏକ ଗୀତ ଲତା ମଙ୍ଗେସକରଙ୍କ ସହ ଗାଇବାର ସୁଯୋଗ ପାଇଥିଲେ । ସେହି ବର୍ଷ ସେ କିଶୋର କୁମାରଙ୍କ ସହ ମଧ୍ୟ ଗୀତା ଗାଇଥିଲେ । ୧୯୮୮ରେ ଆନନ୍ଦ-ମିଳିନ୍ଦ ତାଙ୍କୁ କୟାମତ ସେ କୟାମତ ତକ ଫିଲ୍ମର ସମସ୍ତ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଆଲ୍କା ୟାଗ୍ନିକ୍ଙ୍କ ସହ ଗାଇଥିବା ଏହି ଫିଲ୍ମର ଗୀତା ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।[୭]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଉଦିତ ନାରାୟଣ ମୁମ୍ବାଇରେ ରହନ୍ତି ।[୮] ସେ ୨ ଥର ବିବାହ କରିଛନ୍ତି । ରଞ୍ଜନା ନାରାୟଣ ଝା ଓ ଦୀପା ଝା । ରଞ୍ଜନାଙ୍କୁ ବିବାହ କଥା ଉଦିତ ପ୍ରଥମେ ମାନି ନଥିଲେ । ପରେ ତାଙ୍କ ପାରିବାରିକ ସମ୍ପର୍କ ଭଲ ନଥିଲା । ଉଦିତଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା ଓ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ଆସିଥିଲା । ମହିଳା କମିଶନର ସାହାଯ୍ୟ ନେଇ ରଞ୍ଜନା ଉଦିତଙ୍କୁ ବିବାହ କରିଥିବା ସମସ୍ତ ତଥ୍ୟ ଦେଇଥିଲେ ।[୯]୧୯୮୫ରେ ସେ ନେପାଳି ଗାୟିକା ଦୀପଙ୍କୁ ଦ୍ୟୁତିୟ ବିବାହ କରିଥିଲେ । ଏହି ଦମ୍ପତି 'ଦିଲ ଦିବାନା ଏକ ହିନ୍ଦୀ ଆଲବମରେ ଗୀତା ଗାଇଥିଲେ । ତାଙ୍କ ପୁଅ ଆଦିତ୍ୟ ନାରାୟଣ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଦିତ୍ୟ ମଧ୍ୟ ଜଣେ ବଲିଉଡ ଗାୟକ ଓ ଅଭିନେତା ।
ଅଭିନେତା
ସମ୍ପାଦନାଉଦିତ ଏକ ନେପାଳି ଫିଲ୍ମ କୁସୁମେ ରୁମାଲରେ ଅଭିନୟ କରିଥିଲେ ଓ ଏହାର ସମସ୍ତ ଗୀତ ଗାଇଥିଲେ । ସେହି ଫିଲ୍ମତି ୨୫ ସପ୍ତାହ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହି ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା ।
ସମ୍ମାନ
ସମ୍ପାଦନା- ରେଡିଓ ମିର୍ଚିରୁ ସ୍ୱତନ୍ତ୍ର ଜୁରୀ ସଲ୍ୟୁଟ ଆୱାର୍ଡ ୨୦୧୬
- ଭାରତ ସରକାରଙ୍କଠାରୁ ପଦ୍ମଭୂଷଣ ସମ୍ମାନ ୨୦୧୬[୧୦]
- ସୂର୍ଯାଦତ୍ତ ନ୍ୟାସନାଲ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୬http://www.suryadatta.org/suryadatta-national-and-lifetime-achievement-awards.html
- ଦାଦା ସାହେବ ଫାଲକେ ଆୱାର୍ଡ ୨୦୧୫[୧୧]
- ଡକ୍ଟର ଆମ୍ବେଦକର ଆୱାର୍ଡ (ମୁମ୍ବାଇ) ୨୦୧୫[୧୨]
- ଭୋଜପୁରୀ ଫିଲ୍ମରେ ତାଙ୍କର ପ୍ରତିଭା ପାଇଁ ସମ୍ମାନିତ ୨୦୧୫[୧୩]
- ବିଆଇଏଫଏ ଆୱାର୍ଡ ୨୦୧୫ [୧୪]
- ପ୍ରଥମ, ଚିତ୍ରଗୁପ୍ତ ସିନେଯାତ୍ରା ପୁରସ୍କାର ୨୦୧୫[୧୫]
- ଭୋଜପୁରୀ ଆୱାର୍ଡ ୨୦୧୪ [୧୬]
- ମହାରାଷ୍ଟ୍ର ସରକାରଙ୍କ ତରଫରୁ ମହାରାଷ୍ଟ୍ର ରତ୍ନ ଆୱାର୍ଡ ୨୦୧୧[୧୭]
- ମାଲେସିଆ ତରଫରୁ ଆନ୍ତର୍ଜାତୀୟ ବ୍ରାଣ୍ଡଲଉରେଟ ଆୱାର୍ଡ [୧୮]
- ମହମଦ ରଫି ଆୱାର୍ଡ ୨୦୧୦[୧୯]
- ମେଡସ୍କେପ ଇଣ୍ଡିଆ ନ୍ୟାସନାଲ ଆୱାର୍ଡ[୨୦]
- ଭୋଜପୁରୀ ଚଳଚ୍ଚିତ୍ର ପାଇଁ ଚିତ୍ରଗୁପ୍ତ ସିନେଯାତ୍ରା ସମ୍ମାନ
- କଳାଶ୍ରୀ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୦http://www.thehindu.com/todays-paper/tp-features/tp-metroplus/laila-o-laila/article512733.ece
- ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ୨୦୦୯[୨୧]
- ସହର ଆବଦ୍ଧ ସମ୍ମାନ ୨୦୦୬ [୨୨]
- ସମ୍ରାଟ ବିକ୍ରମାଦିତ୍ୟ ସଙ୍ଗୀତ ଅଳଙ୍କରଣ ସମ୍ମାନ 2006[୨୩]
- ନେପାଳର ଭୁତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହାଦେବଙ୍କଠାରୁ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ଉପାଧିରେ ସମ୍ମାନିତ ।
ଆଧାର
ସମ୍ପାଦନା- ↑ https://www.youtube.com/watch?v=zzTnqh1opyk.
{{cite web}}
: Missing or empty|title=
(help) - ↑ https://www.youtube.com/watch?v=4iR8Aa3YzG0. Retrieved 30 December 2015.
{{cite web}}
: Missing or empty|title=
(help) - ↑ Collections, Nepali. "ଆର୍କାଇଭ୍ କପି". www.nepalicollections.com. Archived from the original on 16 October 2014. Retrieved 30 December 2015.
{{cite web}}
: Cite has empty unknown parameter:|1=
(help) - ↑ Theater, Nepali. "ଆର୍କାଇଭ୍ କପି". www.nepalitheater.com. Archived from the original on 14 February 2016. Retrieved 30 December 2015.
{{cite web}}
: Cite has empty unknown parameter:|1=
(help) - ↑ "Artistes have no borders, Udit Narayan tells Nepal". The Times of India. 27 January 2009. Archived from the original on 3 December 2013. Retrieved 13 December 2013.
- ↑ "Timesofindia.indiatimes.com is temporarily unavailable". indiatimes.com.
- ↑ "IMDB:Filmfare Awards:1989".
- ↑ Sharma, Purnima Goswami (18 February 2002). "Udit Narayan: Music is God's prasad". Times of India. Retrieved 26 January 2009.
- ↑ "Udit Narayan meets 'first wife' Ranjana". The Times of India. 30 June 2006. Retrieved 30 June 2006.
- ↑ "i am speechless :Udit Narayan". Indian Express.
- ↑ "Timesofindia.indiatimes.com is temporarily unavailable". indiatimes.com.
- ↑ "Timesofindia.indiatimes.com is temporarily unavailable". indiatimes.com.
- ↑ "Timesofindia.indiatimes.com is temporarily unavailable". indiatimes.com.
- ↑ http://www.defimedia.info/defi-quotidien/dq-magazine/item/74214-bifa-2015-une-ode-[permanent dead link] a-l-industrie-cinematographique-indienne.html
- ↑ "Cineyatra Samman Film Award 2015 - Biharplus". biharplus.in. Archived from the original on 2018-02-18. Retrieved 2016-03-01.
- ↑ http://www.bhojpurimedia.com/news/bhojpuri-award-2014-winners-list.html
- ↑ "Udit Narayan Honoured With MAHARASHTRA RATAN AWARD Udit Narayan". www.in.com/. Archived from the original on 2015-07-25. Retrieved 2016-03-01.
- ↑ "Timesofindia.indiatimes.com is temporarily unavailable". indiatimes.com.
- ↑ Bollywood Hungama. "Udit Narayan wins first Mohammed Rafi award". Bollywood Hungama.
- ↑ http://photogallery.indiatimcom/awards/awards-and-honours/2nd-medscape-india-national-awards/articleshow/19674792.cms[permanent dead link]
- ↑ "Receiving Padma Shri is a dream come true: Udit Narayan". Zee News.
- ↑ Awadh Samman
- ↑ "Udit Narayan to be feted on March 28". www.hindustantimes.com/. Archived from the original on 2015-07-07. Retrieved 2016-03-01.