ରୁନୁ ପରିଜା

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ରୁନୁ ପରିଜା (ଜନ୍ମ: ୧୫ ମଇ ୧୯୬୫, କରଞ୍ଜିଆ) ଜଣେ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ଅନ୍ନପୂର୍ଣ୍ଣା ଥିଏଟରରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "ବତାସୀ ଝଡ଼" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨] ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚ୍ଚିତ୍ର ହେଲା "ପଞ୍ଜୁରୀ ଭିତରେ ଶାରୀ', "ନାରୀ ନୁହେଁ ତୁ ନାରାୟଣୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ପ୍ରାୟ ୮୦ଟି ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଦୂରଦର୍ଶନ ଭୁବନେଶ୍ୱରରେ ପ୍ରସାରିତ "ତୋଷ ନୋହିଲା ମୋ'ର ଚିତ୍ତ'ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ "ତପସ୍ୟା ଧାରାବାହିକରେ ଅଭିନୟ କରି ଅାସୁଥିଲେ ।[୩]

ରୁନୁ ପରିଜା
ଜନ୍ମ ଓ ଜନ୍ମସ୍ଥାନ
ସାଧନା ଦାସ

୧୫ ମଇ ୧୯୬୫(1965-05-15)
ମୃତ୍ୟୁ୨୪ ଅକ୍ଟୋବର ୨୦୧୪(2014-10-24) (ବୟସ ୪୯)
କଟକ
ମୃତ୍ୟୁର କାରଣହୃଦ୍‌ଘାତ
ଜୀବିକାଅଭିନେତ୍ରୀ (ଓଡ଼ିଆ)
କାର୍ଯ୍ୟକାଳ୧୯୮୦-୨୦୧୪
ଜୀବନସାଥିହିମାଂଶୁ ପରିଜା
ବାପା ବୋଉଭୋଳାନାଥ ଦାସ, କୃଷ୍ଣା[୧]

ଜୀବନୀସମ୍ପାଦନ କରନ୍ତୁ

ପାରିବାରିକସମ୍ପାଦନ କରନ୍ତୁ

ଚୁନୁଙ୍କ ପିତା ଭୋଳାନାଥ, ଅନ୍ନପୂର୍ଣ୍ଣାର ଥିଏଟରରେ ଜଣେ ନିର୍ଦ୍ଦେଶକ ଥିଲେ ଓ ମା କ୍ରିଷ୍ଣା ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ । ରୁନୁ, ଓଡ଼ିଆ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ଚଣ୍ଡୀ ପରିଜାଙ୍କୁ ବିବାହ କରିଥିଲେ ।[୩] ତାଙ୍କ ଭଉଣୀ ଝରଣା(ଝୁନୁ), ଚଳଚ୍ଚିତ୍ର ଅଭିନେତା ହର ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।

ଚଳଚ୍ଚିତ୍ର ଜୀବନସମ୍ପାଦନ କରନ୍ତୁ

ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ପୁଣି ଦେଖା ହେବ ଆର ଜନମରେ ୨୦୧୨ ଅଶୋକ ମହାନ୍ତି
ତୁ ମୋ ଦେହର ଛାଇ ୨୦୧୩ ଅଶୋକ ମହାନ୍ତି
ହାତ ଧରି ଚାଲୁଥା ୨୦୧୩ ହିମାଂଶୁ ପରିଜା

ମାନସମ୍ମାନସମ୍ପାଦନ କରନ୍ତୁ

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୩(ଧରମ ସହିଲେ ହେଲା ଚଳଚ୍ଚିତ୍ର ପାଇଁ)[୪]

ଆଧାରସମ୍ପାଦନ କରନ୍ତୁ

  1. "Comedy Queen Runu Dead". The New Indian Express. Retrieved 25 October 2014.
  2. "Popular Odisha film actress Runu Parija dead". Odisha Sun Times. Retrieved 25 October 2014.
  3. ୩.୦ ୩.୧ "ରୁନୁ ପରିଜାଙ୍କ ଅକାଳ ବିୟୋଗ". ସମ୍ବାଦ. ୨୫ ଅକ୍ଟୋବର ୨୦୧୪. Retrieved ୨୫ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  4. ସମାଜ(କଟକ ସଂସ୍କରଣ) ୨୫/୧୦/୨୦୧୪ ପୃଷ୍ଠା ୩

ଅଧିକ ତଥ୍ୟସମ୍ପାଦନ କରନ୍ତୁ