ଅଭିଳାଷ
ଅଭିଳାଷ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରମେଶ ମହାନ୍ତି ଓ ପୂର୍ଣ୍ଣ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସାଧୁ ମେହେର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଅଭିଳାଷ | |
---|---|
ନିର୍ଦ୍ଦେଶକ | ସାଧୁ ମେହେର[୧] |
ପ୍ରଯୋଜକ | ସାଧୁ ମେହେର |
ସଂଳାପ | ରମେଶ ମହାନ୍ତି ପୂର୍ଣ୍ଣ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ସୁଜାତା ଆନନ୍ଦ ଜୟା ବି ବ୍ୟୋମକେଶ ତ୍ରିପାଠୀ |
ସଙ୍ଗୀତ | ସରୋଜ ପଟ୍ଟନାୟକ |
ଚିତ୍ରଗ୍ରହଣ | ସୁରେଶ ପଟେଲ |
ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୪ |
କଥାଚିତ୍ରର ସମୟ | ୧୫୯ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ, ଜୟା ବି, ବ୍ୟୋମକେଶ ତ୍ରିପାଠୀ, ନିରଞ୍ଜନ ଶତପଥୀ, ସାଧୁ ମେହେର, ଅଜିତ ଦାସ, ଦୀପା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗ୍ରାମବହୁଳ ଭାରତ ବର୍ଷରେ ଚିକିତ୍ସା ଅଭାବରୁ ବହୁବ୍ୟକ୍ତି ଅକାଳରେ ମୃତ୍ୟୁବରଣ କରନ୍ତି । ଗ୍ରାମ୍ୟ ଜୀବନର ଅନ୍ୟାନ୍ୟ ସମସ୍ୟ ଓ ଗାଁ ସରପଞ୍ଚର କୁଟଚକ୍ରାନ୍ତ, ଗାଁ ମନ୍ଦିର ପୂଜକର କଥା ଉପରେ ସରଳ ନିରୀହ ଗ୍ରାମବାସୀଙ୍କର ଅଖଣ୍ଡ ବିଶ୍ୱାସ, ଜାତିଭେ ତଥା ସର୍ବୋପରି ଗ୍ରାମ୍ୟ-ଲୋକଚରିତ୍ର ସବୁ ରହିଛି ଏହାର କାହାଣୀରେ । ଏହିସବୁ ଅସୁବିଧାକୁ ସାମ୍ନା କରୁଛନ୍ତି ଡାକ୍ତର ଚିନ୍ମୟ ଛୋଟରାୟ (ଉତ୍ତମ ମହାନ୍ତି) ।[୫]
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ଦିଲୀପ ଦାସ, ରମେଶ ମହାନ୍ତି, ସଂଗ୍ରାମ ମହାନ୍ତି, ସରୋଜ ପଟ୍ଟନାୟକ ଆଦି ଗୀତିକାରମାନେ ଏହିକଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ହରିହରନ୍, ହେମଲତା, ଆରତୀ ମୁଖାର୍ଜୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "Sadhu, Aruna, Haripal get Padma Shri". newindianexpress.com. Retrieved 21 September 2018.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 208–. ISBN 978-1-135-94318-9.
- ↑ "CITY SCAPE: SCREENSHOTS". mycitylinks.in. Retrieved 21 September 2018.
- ↑ ନନ୍ଦ, ବିନୋଦ (1984). "ସାଧମେହେର ଓ ଅଭିଳାଷ". ଖାରବେଳ. No. ପ୍ରଥମ ବର୍ଷ ୨ୟ ସଂଖ୍ୟା. Retrieved 14 February 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିଳାଷ