ରବି ଶଙ୍କର ପଟ୍ଟନାୟକ

ଓଡ଼ିଆ କଥାଚିତ୍ର ସମ୍ପାଦକ

ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ ।[୧] ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୨] ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।

ରବି ପଟ୍ଟନାୟକ
Born(1948-12-26)୨୬ ଡିସେମ୍ବର ୧୯୪୮
ଦତ୍ତପଡ଼ା, ପୁରୀ
Died୨୨ ଅପ୍ରେଲ ୨୦୨୧(2021-04-22) (ବୟସ ୭୨)
Cause of deathକରୋନା
Alma materସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ , ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
Occupationଚଳଚ୍ଚିତ୍ର ସମ୍ପାଦକ
Spouseନନ୍ଦିତା ପଟ୍ଟନାୟକ
Childrenଅଂଶୁମାନ ପଟ୍ଟନାୟକ
Awardsଜୟଦେବ ପୁରସ୍କାର ୨୦୧୭

ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍‌ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩] ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।

କଥାଚିତ୍ରରେ ସମ୍ପାଦନା ସମ୍ପାଦନା

ଓଡ଼ିଆ ସମ୍ପାଦନା

ହିନ୍ଦୀ ସମ୍ପାଦନା

  • ଚଲ୍‌ତେ ଚଲ୍‌ତେ
  • ସ୍ବୀକାର କିୟା ମୈନେ
  • କିସ୍ମତ
  • ସୁଚିତ୍ରା
  • ଜିନା ଇସିକା ନାମ୍‌ ହୈ
  • ଉଲ୍‌ଟା ସିଧା
  • ଭୁଲା ନା ଦେନା
  • ସାୟଦ
  • ଦିଲ୍‌ସେ ମିଲେ ଦିଲ୍‌
  • ଆପ୍‌ କି ଖାତିର୍‌
  • ୨୭ ଡାଉନ୍‌

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ସମ୍ପାଦନା) - '୨୭ ଡାଉନ୍‌' ପାଇଁ[୪]
  • ଜୟଦେବ ପୁରସ୍କାର - ୨୦୧୭[୫]

ଆଧାର ସମ୍ପାଦନା

  1. A. N. Tiwari; Baidyanath Misra (2000). Reference Orissa: an Indian state of eastern region. Enterprising Publishers.
  2. "Odisha Film Awards 2017: Ravi Shankar Patnaik Receives 'Jayadev Puraskar'". odishatv.in. Odisha TV. Retrieved 7 March 2019.[permanent dead link]
  3. "ଖ୍ୟାତନାମା ଫିଲ୍ମ ଏଡିଟର ରବିଶଙ୍କରଙ୍କ ପରଲୋକ". No. ସମ୍ବାଦ ୨୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 23 April 2021. p. ୯. Archived from the original on 23 April 2021. Retrieved 23 April 2021.
  4. Orissa reference: glimpses of Orissa. TechnoCAD Systems. 2001.
  5. "ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର, ହେଲୋ ଆର୍‌ସି ଶ୍ରେଷ୍ଠ ଚଳଚ୍ଚିତ୍ର". sambad.in. ସମ୍ବାଦ. Retrieved 7 March 2019.

ବାହାର ଆଧାର ସମ୍ପାଦନା