କଥାଦେଲି ମଥା ଛୁଇଁ
କଥାଦେଲି ମଥାଛୁଇଁ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର ପରିଡ଼ା । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ ।[୪]
କଥାଦେଲି ମଥାଛୁଇଁ | |
---|---|
ନିର୍ଦ୍ଦେଶକ | ଶୈଳେନ୍ଦ୍ର |
ପ୍ରଯୋଜକ | ଶ୍ରୀଧର ମାର୍ଥା |
ସଂଳାପ | ବାପୁ ଗୋସ୍ୱାମୀ |
କାହାଣୀ | ସବିତା ମାର୍ଥା |
କଳାକାର | ଅଭିଶେକ ରଥ ରିୟା ଦେ ଅମନ ପପୁ ପମ ପମ ମିହିର ଦାସ ପିଣ୍ଟୁ ନନ୍ଦ ବିଜୟ ମହାନ୍ତି ସଲିଲ ମିତ୍ର ଚାନ୍ଦିନୀ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ମୁକ୍ତିଲାଭ ତାରିଖ | ୨୪ ଫେବୃଆରୀ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରିୟା ଦେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଶେକ ରଥ ଏବଂ ଅମନ ଦୁଇଜଣ ସମାନ୍ତରଳ ନାୟକ ଥିଲେ ।[୫] ଅଭିନୟ କରିଥିବା ଅନ୍ୟାନ୍ୟ ପ୍ରମୁଖ ଅଭିନେତା ଗଣ ହେଲେ, ପପୁ ପମ ପମ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ମିହିର ଦାସ, ସଲିଲ ମିତ୍ର । ୧୦ ନଭେମ୍ବର ୨୦୧୬ରେ ଏହି ଚଳଚ୍ଚିତ୍ରର ମହୁରତ ଝାରପଡ଼ାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଶେକ, ରିୟା, ଅମନ, ପ୍ରେମାନନ୍ଦ ଆଦି ଯୋଗଦେଇଥିଲେ ।[୬]
ଅଭିନୟ
ସମ୍ପାଦନାଏହି ଚଳଚ୍ଚିତ୍ରରେ ମାଧ୍ୟମରେ ଅମନ ନାୟକ ରୂପେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଅନେକ ମଞ୍ଚ ଅଭିନୟ ଏବଂ ଛୋଟ ପରଦାରେ ଅଭିନୟ କରିଥିଲେ । [୭]
କଥାଦେଲି ମଥାଛୁଇଁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ଅଭିଶେକ ରଥ[୮]- କ୍ରିଶ୍[୯]
- ରିୟା ଦେ- ଲେଖା
- ଅମନ- ଜିତ୍
- ପପୁ ପମ ପମ- ଷଣ୍ଢ
- ମିହିର ଦାସ
- ପିଣ୍ଟୁ ନନ୍ଦ
- ବିଜୟ ମହାନ୍ତି- ପ୍ରତାପ ବାବୁ
- ସଲିଲ ମିତ୍ର
- ଚାନ୍ଦିନୀ ଜେନା- ଟୁଇଁ
କାହାଣୀ
ସମ୍ପାଦନାପିତୃମାତୃହୀନ ଏକ ପିଲାକୁ ଛୋଟ ବେଳୁ ବଡ଼ କରି ତା'ର ଭଲ ଭବିଷ୍ୟତଟିଏ ଗଠନ କରିବାକୁ ଆଶା ରଖିଥିଲେ ତା'ର ଜେଜେ । ଏହିପରି ମୂଳ କାହାଣୀରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୧୦]
ଜିତ୍ର ପ୍ରେମରେ ପଡ଼େ ଲେଖା । ହେଲେ ପରିବାର ଏହି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ସେଥିପାଇଁ ଉଭୟ ଘର ଛାଡ଼ି ସହରକୁ ପଳେଇ ଆସନ୍ତି । ସେମାନଙ୍କ ସହ ଦେଖାହୁଏ ଜଣେ କୋଟିପତି ପ୍ରତାପବାବୁଙ୍କ ସହ, ଯିଏ ସେମାନଙ୍କ ଆଶ୍ରୟ ଦିଅନ୍ତି । ବଞ୍ଚିରହିବା ପାଇଁ ସଂଘର୍ଷ ଜାରି ରଖେ ଅମନ । ଯେମିତି ହେଲେ ବି ଅର୍ଥ ଉପାର୍ଜନ କରି ନିଜେ ବଞ୍ଚି ରହିବା ସହ ଲେଖାକୁ ମଧ୍ୟ ଭଲରେ ରଖିପାରିବ । ହେଲେ ତାକୁ କୌଣସି ମତେ ମିଳିପାରେନି ସଫଳତା ।
ପ୍ରତାପ ବାବୁଙ୍କର ନାତି ହେଉଛି କ୍ରିଶ୍ । ଯିଏକି ଜିତ୍କୁ ଟଙ୍କା ଦେଇ ଏକ ବ୍ୟବସାୟ ଆରମ୍ଭ କରିବାର ପ୍ରସ୍ତାବ ଦିଏ । ମାତ୍ର ସର୍ତ୍ତ ରହେ କି ଲେଖା ସବୁଦିନ ପାଇଁ କ୍ରିଶ୍ର ହୋଇଯିବ । କ୍ରିଶ୍ ଅର୍ଥ ବଦଳରେ ଭଲ ପାଇବା ପାଏ ଏବଂ ଜିତ୍ ଭଲ ପାଇବା ବଦଳରେ ପାଏ ଅର୍ଥ । ଏହିସବୁର ପରିଣତି ଦେଖାଯାଇଛି ଅନ୍ତିମ ପର୍ଯ୍ୟାୟରେ ।[୧୧]
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ, ଶରଣାରବିନ୍ଦ ଏବଂ ସୁବ୍ରତ ସ୍ୱାଇଁ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୧୨]
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ଚାଖଣା ଯଦି ନବୁ ସାଙ୍ଗ | ଶରଣାରବିନ୍ଦ | |
ତୋରି ହୃଦୟେ | ||
ପବନ ଯୁଆଡ଼େ ଯାଉ | ସୁବ୍ରତ ସ୍ୱାଇଁ | |
ଏମିତି ଏଇ ସମୟ | ||
କଥାଦେଲି ମଥାଛୁଇଁ | କୁମାର ବାପି, ଅନନ୍ୟା ଶ୍ରୀତମ ନନ୍ଦ | |
ତମେ ବାହା ହେଇଛ ନା ବାଡ଼ୁଅ ଅଛ | ଅରୁଣ ମନ୍ତ୍ରୀ |
ଆଧାର
ସମ୍ପାଦନା- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ Jena, Manjit. "Katha Deli Matha Chhuin Odia Film Of Avishek And Riya Cast, Crew, Wallpapers, Songs And Videos". OdiaInfo.in. Archived from the original on 6 March 2017. Retrieved 28 February 2017.
- ↑ "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍ କରିଛନ୍ତି | Sambad". Sambad. 19 August 2018. Archived from the original on 25 August 2018. Retrieved 31 August 2018.
- ↑ "Mahurat of Odia movie "Katha Deli Matha Chhuin" held in city". ପ୍ରଗତିବାଦୀ. 10 November 2016. Retrieved 28 February 2017.
- ↑ "ଅମନଙ୍କ ଆଶା". ସମାଜ. 26 February 2017. Retrieved 28 February 2017.[permanent dead link]
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
- ↑ "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
- ↑ "Riya is Very Happy with in her character in Katha Deli Matha Chhuin". E News ଓଡ଼ିଆ. 25 November 2016. Retrieved 28 February 2017.
- ↑ "ଭଲ ପାଇବାରେ ଦ୍ୱନ୍ଦ". ପ୍ରମେୟ. 22 January 2017. Archived from the original on 24 January 2017. Retrieved 1 March 2017.
- ↑ "ପାଗଳ କରିଛି ପ୍ରେମାଙ୍କ ସ୍ୱର". ସମାଜ. 27 February 2017. Retrieved 28 February 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କଥାଦେଲି ମଥା ଛୁଇଁ