ଜଷ୍ଟ ମୋହବତ୍
ଜଷ୍ଟ ମୋହବତ୍, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କଲ୍ୟାଣ ସୁନ୍ଦର ଛୋଟରାୟ ଏବଂ ସମରେଶ ରାଉତରାୟ ।[୫] ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬] ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୭][୮]
ଜଷ୍ଟ ମୋହବତ୍ | |
---|---|
ନିର୍ଦ୍ଦେଶକ | ଏସ୍. କେ. ମୁରଲୀଧରନ |
ପ୍ରଯୋଜକ | କଲ୍ୟାଣ ସୁନ୍ଦର ଛୋଟରାୟ |
ସଂଳାପ | ବାପୁ ଗୋସ୍ୱାମୀ |
କଳାକାର | ଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ |
ସମ୍ପାଦକ | ବିରେନ ଜ୍ୟୋତି ମହାନ୍ତି |
ମୁକ୍ତିଲାଭ ତାରିଖ | ୨୫ ଅଗଷ୍ଟ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଆକାଶ ଦାସନାୟକ[୯] ଏବଂ ନାୟିକା ଅର୍ଚ୍ଚିତା ସାହୁ ।[୧୦][୬][୧୧] ଆକାଶ ଜଣେ ସହ-ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପପୁ ପମ ପମ, ଧୀର ମଲିକ୍, ଅଙ୍କିତା ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୨] ବଙ୍ଗୀୟ ନାୟିକା ଅଙ୍କିତା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩]
ଅଭିନୟ
ସମ୍ପାଦନା- ଆକାଶ ଦାସନାୟକ[୧୪][୧୫]- ଆଦିତ୍ୟ
- ଅର୍ଚ୍ଚିତା ସାହୁ[୧୬]- ଭୂମି
- ପପୁ ପମ ପମ
- ସମରେଶ ରାଉତରାୟ
- ଅଙ୍କିତା- ବିଭାନ
- ଅନିତା ଦାସ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୭]
୧୩ ଅଗଷ୍ଟ ୨୦୧୭ରେ ଓଡ଼ିଶା ପ୍ରେସ କ୍ଲବରେ ଏହି କଥାଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚିତା ସାହୁ, ଆକାଶ ଦାସନାୟକ, ପପୁ ପମ ପମ, ସମରେଶ ରାଉତରାୟ, ତପୁ ମିଶ୍ର ଆଦି କଳାକାରମାନେ ଉପସ୍ଥିତ ଥିଲେ ।[୧୮][୧୯]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ହେଲାରେ ହେଲା ମତେ ଜଷ୍ଟ ମୋହବତ୍" | |
2. | "କାଖେଇ ଧର କୋଳେଇ ଧର ଆହେ ପିତାମ୍ବର" | |
3. | "ପ୍ରିୟା ବାସନ୍ତି ତ ପ୍ରେମ ଲାଗେ ମଧୁମାଳତୀ" | |
4. | "ଠିପି ଖୋଲ" | |
5. | "ଇଟସ୍ ରେନିଂ" |
ପୁରସ୍କାର
ସମ୍ପାଦନାଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ନାୟିକା ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ମିଳିଥିଲା ।[୨୦]
ଆଧାର
ସମ୍ପାଦନା- ↑ "ଆଜି ରିଲିଜ୍ ହେଉଛି ଦୁଇଟି ଓଡ଼ିଆ ଛବି". ସମ୍ବାଦ. 25 August 2017. Archived from the original on 26 August 2017. Retrieved 25 August 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ "ରଜ ମଉଜରେ ଓଲିଉଡ଼". 11 June 2016. Archived from the original on 6 December 2016. Retrieved 17 August 2017.
- ↑ ୬.୦ ୬.୧ "ସାବାସ୍ ଆକାଶ". ସମାଜ. 3 September 2017. Retrieved 8 September 2017.[permanent dead link]
- ↑ ""ଦେଶୀ ଡଙ୍ଗାରେ ବସି ଲୋକେସନ୍କୁ ଗଲା ବେଳେ ଡର ଲାଗୁଥିଲା" – ଅର୍ଚ୍ଚିତା". odisha live. 14 August 2017. Retrieved 17 August 2017.
- ↑ "୩ ହିନ୍ଦୀ; ୨ ଓଡ଼ିଆ". ସମାଜ. 27 August 2017. Retrieved 27 August 2017.[permanent dead link]
- ↑ "ଏବେ ଆକାଶ- ଏବଂ ଅମ୍ଳାନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ!". ସମ୍ବାଦ. 25 August 2017. Archived from the original on 28 August 2017. Retrieved 25 August 2017.
- ↑ "ଢ଼େର ଡେରିରେ ଅର୍ଚ୍ଚିତାଙ୍କ ସାଥ୍ ପାଇଥିଲେ ଆକାଶ !". ସମ୍ବାଦ. 17 September 2017. Archived from the original on 24 September 2017. Retrieved 21 September 2017.
- ↑ "'ଜଷ୍ଟ ମୋହବତ୍'ରେ ଫେରୁଛନ୍ତି ଆକାଶ-ଅର୍ଚ୍ଚିତା". ସମ୍ବାଦ. 15 August 2017. Archived from the original on 17 August 2017. Retrieved 17 August 2017.
- ↑ ""Just Mohabbat" Odia Movie of Archita & Akash To Release Next Month". E News ଓଡ଼ିଆ. 14 January 2017. Retrieved 17 August 2017.
- ↑ "ଫେବୃଆରୀରେ ରିଲିଜ ହେବ ଆକାଶ ଏବଂ ଅର୍ଚ୍ଚିତାଙ୍କ 'ଜଷ୍ଟ ମୋହବତ୍'". ଖବର ଓଡ଼ିଶା. 14 January 2017. Retrieved 17 August 2017.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ Bal, Sandip (31 August 2020). "Akash Dasnayak makes a comeback to films after two years - Times of India". The Times of India (in English). Retrieved 9 January 2022.
{{cite news}}
: CS1 maint: unrecognized language (link) - ↑ "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
- ↑ "ପୁଣିଥରେ ରୁପେଲୀ ପରଦାରେ ଏକାଠି ଦେଖାଦେବେ ଆକାଶ-ଅର୍ଚ୍ଚିତା". samaj live. 22 August 2017. Archived from the original on 26 August 2017. Retrieved 8 September 2017.
- ↑ ""Just Mohabbat"Audio music released". Odisha News Times. 14 August 2017. Retrieved 17 August 2017.
- ↑ "ଓଡ଼ିଆ ସିନେମା 'ଜଷ୍ଟ ମୋହବତ'ର ମ୍ୟୁଜିକ ମୁକ୍ତିଲାଭ". ସମାଜ. 15 August 2017. Archived from the original on 17 August 2017. Retrieved 17 August 2017.
- ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଜଷ୍ଟ ମୋହବତ୍