ହେ ପ୍ରଭୁ ଦେଖା ଦେ

୨୦୧୬ର ଓଡ଼ିଆ କଥାଚିତ୍ର

ହେ ପ୍ରଭୁ ଦେଖା ଦେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମା ମହେଶ୍ୱର ରାଓ ଓ ପ୍ରସନ୍ନ କୁମାର ଟେକି ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ଦୁଷ୍ମନ୍ତ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୋପି ଆନନ୍ଦ । ଗୋପି ନିର୍ଦ୍ଦେଶନା ସ‌ହ କାହଣୀ ଲେଖିଥିଲେ ଏବଂ ଚିତ୍ରନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ହେ ପ୍ରଭୁ ଦେଖା ଦେ
ନିର୍ଦ୍ଦେଶକଗୋପି ଆନନ୍ଦ
ପ୍ରଯୋଜକଉମା ମହେଶ୍ୱର ରାଓ, ପ୍ରସନ୍ନ କୁମାର ଟେକି
ଚିତ୍ରନାଟ୍ୟଗୋପି ଆନନ୍ଦ
କାହାଣୀଗୋପି ଆନନ୍ଦ
କଳାକାରହରିହର ଦାସ
ଅନୁ ଚୌଧୁରୀ
ପପୁ ପମ ପମ
ମିହିର ଦାସ
ପ୍ରଜ୍ଞା ଖଟୁଆ
ସଙ୍ଗୀତଭି. ୟାଦଗରି
ପ୍ରକଳ୍ପିନୀ ପଟ୍ଟନାୟକ
ଚିତ୍ରଗ୍ରହଣରାମୁ ପିନିସେଟ୍ଟୀ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୧ ନଭେମ୍ବର ୨୦୧୬[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ । ହରିହର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ପରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରଜ୍ଞା ଖଟୁଆ, ପପୁ ପମ ପମ[୪], ମିହିର ଦାସ, ଅମନ‌ଦୀପ, ଦୁଷ୍ମନ୍ତ ସାହୁ ଆଦି କଳାକାରମାନେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରରେ ଦୁଇଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଗୀତଗୁଡ଼ିକର ରଚନା କରିଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."ଗଣପତି ବାପା ମୋରିୟା"ପଞ୍ଚାନନ ନାୟକହେମା ଚନ୍ଦ୍ର୦୫:୧୭
2."ଜାଣେନା ମନ"ପ୍ରକଳ୍ପିନୀ ପଟ୍ଟନାୟକସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ୦୪:୪୧
3."ମାର ଗୁବୁ ଗୁବୁ"ଡଃ ନିର୍ମଳ ନାୟକଗୀତା ମାଧୁରୀ, ଲିପ୍ସିକା୦୫:୪୭
4."ଜୀବନରେ ଜିତିବାକୁ"ପଞ୍ଚାନନ ନାୟକରମ୍ୟା ବେହେରା୦୫:୧୩
5."ହରି ଓମ୍ ହରି"ପଞ୍ଚାନନ ନାୟକରେବନାଥ, ଶ୍ରୀ ଧୃତି୦୩:୫୬

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "ଆଜି 'ହେ ପ୍ରଭୁ ଦେଖା ଦେ' ବନାମ 'ଦେଲେ ଧରା କଥା ସରେ'". ସମ୍ବାଦ. 11 November 2016. Retrieved 25 July 2017.
  2. "୧୧ରେ ଆସିବ 'ହେ ପ୍ରଭୁ ଦେଖା ଦେ'". ସମ୍ବାଦ. 3 November 2016. Retrieved 25 July 2017.
  3. "He Prabhu Dekha De". Odia Movie database. Retrieved 25 July 2017.
  4. "ପପୁ ପମ‍୍‌ପମ‍୍‌ଙ୍କ ସେକେଣ୍ଡ ଇନିଂସ". ଓଡ଼ିଶା ଟାଇମ୍. 19 November 2016. Retrieved 25 July 2017.
  5. "ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍‌ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା | Sambad". Sambad (in Odia). ଓଡ଼ିଶା. 14 September 2018. Archived from the original on 14 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  6. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
  7. "ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ". sambad.in. 28 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନ କରନ୍ତୁ