ଝରଣା ଦାସ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଝରଣା ଦାସ( ୧୯୪୫ - ୦୧ ଡିସେମ୍ବର ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ ।[୧] ମଲାଜହ୍ନ, ଅମଡ଼ା ବାଟଅଭିନେତ୍ରୀ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକା ଓ କଲିକତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର-ନିର୍ଦ୍ଦେଶକ ଭ।ବରେ ମଧ୍ୟ କାମ କରିଥିଲେ ।

ଝରଣା ଦାସ
ଜନ୍ମ୧୯୪୫
ମୃତ୍ୟୁ୦୧ ଡିସେମ୍ବର ୨୦୨୨
କଟକ
ଅନ୍ୟ ନାମଝୁମୁ
ପୁରାତନ ଛାତ୍ରମିସନ ଗାର୍ଲ୍ସ ସ୍କୁଲ,
ଶୈଳବାଳା ମହାବିଦ୍ୟାଳୟ
ଜଣାଶୁଣାଅଭିନେତ୍ରୀ
ଜୀବନସାଥୀଦୀପକ ଦାସ
ପିତାମାତା(s)ଏଡ଼ୱିନ ସୁକୁମାର ଦାସ, ଚାରୁପ୍ରଭା ଦାସ
ପୁରସ୍କାର(ଗୁଡ଼ିକ)ଜୟଦେବ ପୁରସ୍କାର, ୧୯୯୭

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହ।ରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ତାଙ୍କ ପିତା ଏଡ଼ୱିନ ସୁକୁମାର ଦାସ ଜଣେ ସ୍କୁଲ ଶିକ୍ଷକ ଓ ମା ଚାରୁପ୍ରଭା ଦାସ ବିଡ଼ିଓ ଥିଲେ । ପରିବାରରେ ୩ ପୁଅ ଓ ୨ ଝିଅଙ୍କ ମଧ୍ୟରେ ଝରଣା ଥିଲେ ଦ୍ୱିତୀୟ ସନ୍ତାନ ।[୨] ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ ।[୩] ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।[୪]

ଶିକ୍ଷା ସମ୍ପାଦନ କରନ୍ତୁ

ଝରଣା ଦାସଙ୍କ ଘରେ ତାଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ସେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ମିସନ୍‌ ଗର୍ଲସ ସ୍କୁଲରୁ(ଏବର ବକଲି ଗର୍ଲସ ସ୍କୁଲ) ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ।ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ । ସେ ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ।[୫] ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ସେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା ।[୬]

ଅଭିନୟ ଓ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ।[୬] ୧୯୬୨ରେ ସେ ମଲାଜହ୍ନରେ ନାୟିକା ଭାବେ ଅଭିନୟ କରିଥିଲେ, ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା ।[୭]ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ[୮] ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । [୯] ସେ ସେଠାରେ ଥିବା ବେଳେ ସେ "ଘର ଭଡ଼ା ଦିଆ ଯିବ" ଓ "ମଣିଷ" ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁରଖିଥିଲେ ।

ଅଭିନୀତ ଚଳଚ୍ଚିତ୍ର ସମ୍ପାଦନ କରନ୍ତୁ

ଝରଣା ଦାସଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ହେଲା:

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ମୃତ୍ୟୁ ସମ୍ପାଦନ କରନ୍ତୁ

୨୦୨୨ ମସିହା ଡିସେମ୍ବର ୧ ତାରିଖରେ କଟକର ଚଣ୍ଡିଛକ ନିକଟସ୍ଥ ବାସଭବନରେ ଝରଣାଙ୍କର ପରଲୋକ ଘଟିଥିଲା । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।[୧୪]

ଆଧାର ସମ୍ପାଦନ କରନ୍ତୁ

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 105–. ISBN 978-1-136-77291-7.
  2. "ଅମଡ଼ା ବାଟର ମାୟା". No. ରବିବାର ସମ୍ବାଦ ୪ ଡିସେମ୍ବର ୨୦୨୨ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 8 December 2022. Retrieved 8 December 2022.
  3. "ଝରଣା ଦାସ ଓଡ଼ିଆ ଫିଲ୍ମର ପ୍ରଥମ ଷ୍ଟାର". ନିତିଦିନ. Retrieved 10 June 2016.
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 81–. ISBN 978-1-135-94318-9.
  5. "Life in the Limelight". The New Indian Express. Retrieved 10 May 2015. {{cite news}}: |first= missing |last= (help)
  6. ୬.୦ ୬.୧ "ଫେସବୁକ ମୋ ପାଇଁ ଅଲୋଡା-ଅଦରକାରୀ". ସମ୍ବାଦ ୨୧/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ. 27 July 2015. Retrieved 27 July 2015.
  7. "ଶ୍ୟାମଳୀ ନାୟିକା". ଧରିତ୍ରୀ. 3 December 2022. p. ୫. Retrieved 12 December 2022.
  8. http://aircuttack.com/drama_broadcast_schedule.php
  9. ODISHA Reference Year Book 2014. B.K.PUBLICATIONS PVT. LTD. p. 618. ISBN 9789380422541.
  10. http://orissa.gov.in/e-magazine/orissaannualreference/ORA-2011/pdf/114.pdf
  11. http://www.orissadiary.com/odisha_living_legend/Jharana-Das.asp
  12. http://archive.orissasociety.org/awards.htm
  13. "GURU KELUCHARAN AWARDS FOR 2016 ANNOUNCED". The Pioneer. Retrieved 1 September 2016.
  14. "ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 December 2022. Retrieved 2 December 2022.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ