ଦୀପକ ଦାସ
ଦୀପକ ଦାସ ଜଣେ ବଙ୍ଗାଳୀ ଓ ଓଡ଼ିଆ ସିନେମା କ୍ୟାମେରାମାନ ଓ ସିନେମାଟୋଗ୍ରାଫର ଥିଲେ । ସେ ୧୯୩୩ ମସିହା ମାର୍ଚ୍ଚ ୧୩ତାରିଖରେ ବଙ୍ଗଳାଦେଶର ମହିମାନସିଂଠାରେ ଜନ୍ମଗ୍ରହଣ କରିଥିଲେ । ବଙ୍ଗଳାଦେଶରେ ସେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯ବର୍ଷ ବୟସରେ ବଙ୍ଗଳା କଥାଚିତ୍ର ଜଗତରେ ଜଣେ କ୍ୟାମେରାମାନ ଓ ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେ ପ୍ରାୟ ୪୦ଟି ବଙ୍ଗଳା ଚଳଚ୍ଚିତ୍ର ଓ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଝରଣା ଦାସଙ୍କୁ ୧୯୬୭ମସିହରେ ବିବାହ କରିଥିଲେ ।[୧]
ଦୀପକ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୩ ମାର୍ଚ୍ଚ ୧୯୩୩ ମହିମାନସିଂ, ବଙ୍ଗଳାଦେଶ |
ମୃତ୍ୟୁ | ୨୯ ସେପ୍ଟେମ୍ବର ୨୦୧୫ | (ବୟସ ୮୨)
ଜୀବିକା | କ୍ୟାମେରାମାନ ଓ ସିନେମାଟୋଗ୍ରାଫର |
Notable work | ମଲାଜହ୍ନ |
ଜୀବନସାଥି | ଝରଣା ଦାସ[୧] |
ଦୀପକ ଦାସଙ୍କର ୨୦୧୫ମସିହା ସେପ୍ଟେମ୍ବର ୨୯ତାରିଖରେ ପରଲୋକ ଘଟିଥିଲା । ସେ ପତ୍ନୀ ଝରଣା, ଦୁଇ ପୁଅ ଓ ଗୋଟିଏ ଝିଅକୁ ଛାଡିଯାଇଛନ୍ତି ।
ଓଡ଼ିଆ ସିନେମାରେ ଅବଦାନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 81–. ISBN 978-1-135-94318-9.
- ↑ "କ୍ୟାମେରାମ୍ୟାନ୍ ଦୀପକ ଦାସଙ୍କ ପରଲୋକ". ପ୍ରଗତିବାଦୀ ୩୦/୦୯/୨୦୧୫ ପୃଷ୍ଠା ୨. Retrieved 30 September 2015.
ବାହାର ଲିଙ୍କସମ୍ପାଦନ କରନ୍ତୁ
- ଦୀପକ ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)