ସଉରା ଭାଷା
ସଉରା ଅଷ୍ଟ୍ରୋ-ଏସୀୟ ଭାଷା ଅନ୍ତର୍ଗତ ଏକ ଦକ୍ଷିଣ ମୁଣ୍ଡା ଭାଷା ଓ ମୁଖ୍ୟତଃ ପୂର୍ବ ଭାରତୀୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ବସବାସ କରୁଥିବା ସଉରା ଲୋକଙ୍କ କଥିତ । ସଉରାରେ ଆନୁଷ୍ଠାନିକ ସାହିତ୍ୟ କମ ରହିଥିବା ବେଳେ ବିଭିନ୍ନ ଲୋକକଥା ଏବଂ ପରମ୍ପରା ରହିଛି । ପିଢ଼ି ପରେ ପିଢ଼ିକୁ ଅଧିକାଂଶ ଜ୍ଞାନ ମୌଖିକ ଭାବେ ପ୍ରସାରିତ ହୋଇଛି । ପୂର୍ବ ଭାରତର ଅନେକ ଆଦିବାସୀ ଭାଷା ପରି ଏହା ଯୁନେସ୍କୋ ଦ୍ୱାରା "ବିଲୁପ୍ତ ହେବାର ଆଶଙ୍କା" ଶ୍ରେଣୀଭୁକ୍ତ | ଆନ୍ତର୍ଜାତୀୟ ମାତୃଭାଷା ପ୍ରତିଷ୍ଠାନ (ଆଇ. ଏମ. ଏଲ. ଆଇ.) ଅନୁସାରେ ଏହି ଭାଷା ବିପଦଗ୍ରସ୍ତ ।[୨]
ସଉରା | |
---|---|
ସବର | |
𑃐𑃚𑃝, ସଉରା | |
ଅଞ୍ଚଳ | ଭାରତ |
ଜାତିସତ୍ତା | ସଉରା |
ମାତୃଭାଷୀ | [୧] |
ଅଷ୍ଟ୍ରୋଏସିଆଟିକ
| |
ସୋରାଙ୍ଗ ସମ୍ପେଙ୍ଗ, ଓଡ଼ିଆ, ଲାଟିନ, ତେଲୁଗୁ | |
ଭାଷା କୋଡ୍ | |
ISO ୬୩୯-୩ | srb |
ଗ୍ଲୋଟୋଲୋଗ | sora1254 |
ELP | Sora |
ବିତରଣ
ସମ୍ପାଦନାସଉରା ବକ୍ତାମାନେ ମୁଖ୍ୟତଃ ଗଞ୍ଜାମ, ଗଜପତି (କେନ୍ଦ୍ରୀୟ ଗୁମ୍ମା ପାହାଡ଼ ଅଞ୍ଚଳ[୩] ଏବଂ ଗୁମ୍ମା ବ୍ଲକ), ରାୟଗଡ଼ା, କୋରାପୁଟ ଏବଂ ଫୁଲବାଣୀ ଜିଲ୍ଲାରେ ତଥା ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ଅନ୍ୟ ବକ୍ତାମାନେ ଉତ୍ତର ଆନ୍ଧ୍ର ପ୍ରଦେଶ (ବିଜୟନଗରମ , ପାର୍ବତୀପୁରମ ମନ୍ୟମ ଏବଂ ଶ୍ରୀକାକୁଲମ ଜିଲ୍ଲା)ରେ ରହନ୍ତି |
ଗଣମାଧ୍ୟମ ପ୍ରସାରଣ
ସମ୍ପାଦନାଆଇରନବାଉଣ୍ଡ ଫିଲ୍ମସର ୨୦୦୮ ଆମେରିକୀୟ ବୃତ୍ତଚ୍ଚିତ୍ର ଦି ଲିଙ୍ଗୁଇଷ୍ଟସର ସଉରା ଅନ୍ୟତମ ବିଷୟ ଥିଲା । ସେଥିରେ ଦୁଇଜଣ ଭାଷାବିଜ୍ଞାନୀ ଅନେକ ମୃତପ୍ରାୟ ଭାଷାଗୁଡ଼ିକ ଅଭିଲେଖ କରିବାକୁ ଚେଷ୍ଟା କରିଥିଲେ ।
ଅଧିକ ପଠନ
ସମ୍ପାଦନା- Hammarström, Harald; Forkel, Robert; Haspelmath, Martin; Bank, Sebastian, eds. (2016). "Sora". Glottolog 2.7. Jena: Max Planck Institute for the Science of Human History.
- Ramamurti, R. S. (1931). A Manual of the Sora (Savara) Language. Delhi: Mittal Publication.
- Veṅkaṭarāmamūrti, G. (1986). Sora–English dictionary. Delhi: Mittal Publication.
ଆଧାର
ସମ୍ପାଦନା- ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
- ↑ দেশোয়ারা, মিন্টু (21 February 2022). "হারিয়ে যাচ্ছে সৌরা ভাষা". The Daily Star Bangla (in ଇଂରାଜୀ). Retrieved 21 February 2022.
- ↑ Anderson, Gregory D.S (ed).