ମହେନ୍ଦ୍ରଗିରି
ମହେନ୍ଦ୍ରଗିରି ପର୍ବତ, ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତ ।[୧] ଏହାକୁ ଓଡ଼ିଶାର ହିମାଳୟ କୁହାଯାଏ ।
ଭୌଗଳିକ ଅବସ୍ଥିତି ସମ୍ପାଦନ କରନ୍ତୁ
ମହେନ୍ଦ୍ରଗିରି ପର୍ବତ, ଓଡ଼ିଶାର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଅବସ୍ଥିତ ।[୨] ଏହା ସମୁଦ୍ର ପତ୍ତନଠାରୁ ୪୯୯୭ଫୁଟ ଉର୍ଦ୍ଧରେ ଅବସ୍ଥିତ । ଭୌଗଳିକ ଦୃଷ୍ଟିକୋଣରୁ, ମହାନଦୀଠାରୁ ଗୋଦାବରୀ ମଧ୍ୟବର୍ତ୍ତୀ ପାର୍ବତୀୟ ଅଞ୍ଚଳ "ମହେନ୍ଦ୍ର ଅଞ୍ଚଳ" ଭାବରେ ଖ୍ୟାତ ।
ପର୍ଯ୍ୟଟକ ଆକର୍ଷଣ ସମ୍ପାଦନ କରନ୍ତୁ
ମହେନ୍ଦ୍ରଗିରି ଯିବାକୁ ହେଲେ ୮ରୁ ୧୦କିମି ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡୁଥିଲା, କିନ୍ତୁ ୨୦୨୧ ମାର୍ଚ୍ଚଠାରୁ ଭାରତ ସରକାରଙ୍କ କାର୍ଯ୍ୟରତ ଥିବା ପକ୍କାରାସ୍ତା ସମ୍ପୁର୍ଣ୍ଣ ହେବା ପରେ ଲୋକର୍ପିତ କରି ଦିଆଗଲା। ବର୍ତ୍ତମାନ ଯୁଧିଷ୍ଠିରଙ୍କ ମନ୍ଦିର ପାଖକୁ ଯାନବାହନ ମାଧ୍ଯମରେ ଅତି ସହଜରେ ୧୫-୨୫ ମିନଟ୍ରେ ପହଞ୍ଚି ପାରୁଛନ୍ତି। ଏହି ପର୍ବତରେ ଗୋକର୍ଣ୍ଣେଶ୍ୱର, କୁନ୍ତୀ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କର ପ୍ରାଚୀନ ମନ୍ଦିର ରହିଛି । ପୁରାଣରେ ବର୍ଣ୍ଣିତ ଅଛି ଯେ, ପଞ୍ଚୁପାଣ୍ଡବ ମାତା କୁନ୍ତୀଙ୍କ ସହ ଏହି ପର୍ବତରେ କିଛିଦିନ ପାଇଁ ଅବସ୍ଥାନ କରିଥିଲେ । ପୂଜାପାଠ କରିବା ପାଇଁ ଭୀମ ଏଠାରେ ଥିବା ପଥରର ମନ୍ଦିରଗୁଡ଼ିକ ନିର୍ମାଣ କରିଥିଲେ । ଏଠାରେ ଦତାତ୍ରୟ ଓ ଗୋରେକନାଥ ପିଠ ମଧ୍ୟ ଅବସ୍ଥିତ । ଏବେ ମଧ୍ୟ ମହେନ୍ଦ୍ରଗିରିଠାରେ ହନୁମାନ ଓ ପର୍ଶୁରାମ ଆବିର୍ଭାବ ହେଉଥିବାର ଲୋକବିଶ୍ୱାସ ରହିଛି । ଏଠାରେ ସତିଆମ୍ବ ବୃକ୍ଷ ଓ ଅନ୍ୟାନ୍ୟ ବହୁ ଔଷଧୀୟ ବୃକ୍ଷ ରହିଛି । ଏଠାରୁ ମହେନ୍ଦ୍ରତନୟା ଓ ଏହାର ଦୁଇଟି ଶାଖା ନଦୀ ଘୋଡାହାଡ଼ ଓ ବାହୁଦା ଆଦି ଚିରସ୍ରୋତା ନଦୀର ଉତ୍ପନ୍ନ ହୋଇଛି । ଏଠାରୁ ଅନତୀ ଦୂରରେ ତପ୍ତପାଣି ଉଷ୍ମପ୍ରଶବଣ ରହିଛି ।
ଏଠାରେ ଅନୁଷ୍ଠିତ ଶିବରାତ୍ରି ମହୋତ୍ସବକୁ ବହୁ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ । [୩]
ଅବକ୍ଷୟମୁଖି ପ୍ରାକୃତିକ ସମ୍ପଦ ସମ୍ପାଦନ କରନ୍ତୁ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମହେନ୍ଦ୍ରଗିରି ପର୍ବତ ବର୍ତ୍ତମାନ ଅବକ୍ଷୟମୁଖୀ ଅବସ୍ଥାରେ ଅଛି । ଏକଦା ଏହି ପର୍ବତ ବହୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳି ଭାବରେ ପରିଚିତ ଥିଲା । କିନ୍ତୁ ଚୋରାକାଠ ଚାଲାଣ ଓ ପୋଡୁଚାଷ ଯୋଗୁଁ ଜଙ୍ଗଲ ଅବକ୍ଷୟ ଘଟୁଛି ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ଧିରେ ଧିରେ କମିଯାଉଛି । ପୋଡୁଚାଷ ଯୋଗୁଁ , ବହୁ ଔଷଧୀୟ ବୃକ୍ଷ ମଧ୍ୟ ପୋଡ଼ି ନଷ୍ଟହୋଇଗଲାଣି । ପ୍ରାଚୀନ ଭୀମମନ୍ଦିର ବଜ୍ରାପାତ ଯୋଗୁଁ ଫାଟି ନଷ୍ଟ ହୋଇଯାଇଛି । ଫାଇଲିନ ଓ ହୁଡ଼ହୁଡ଼ ସମୟରେ ପ୍ରବଳ ବର୍ଷା ଓ ମହେନ୍ଦ୍ରତନୟା ନଦୀରେ ବନ୍ୟା ଯୋଗୁଁ କୁନ୍ତୀମନ୍ଦିର ସୁରକ୍ଷା ପ୍ରାଚୀର ଫାଟି ନଷ୍ଟ ହୋଇଯାଇଛି । ବ୍ଲାଷ୍ଟିଂ କରାଯାଇ, ପାହାଡରୁ ଗ୍ରାନାଇଟ ପଥର ଚାଳାଣ କରାଯାଉଛି । ଜଙ୍ଗଲକ୍ଷୟ ଯୋଗୁଁ ବର୍ଷାରେ ଅନିୟମିତତା ଦେଖାଯାଉଛି । ଫଳରେ ଚିରସ୍ରୋତା ନଦୀଗୁଡିକର ଜଳଧାରା ଶୁଖିଆସିଲାଣି । [୪]
ଆଧାର ସମ୍ପାଦନ କରନ୍ତୁ
- ↑ http://orissa.gov.in/e-magazine/Orissareview/2009/October/engpdf/Pages77-80.pdf
- ↑ http://www.orissatourism.gov.in/bmpur.html
- ↑ http://www.telegraphindia.com/1101011/jsp/orissa/story_13038446.jsp
- ↑ ପ୍ରମେୟ ୧୫/୧୨/୨୦୧୪ ପୃଷ୍ଠା ୧ରେ ପ୍ରକାଶିତ ଖବର "ଧ୍ୱଂସ ପାଉଛି ମହେନ୍ଦ୍ରଗିରି"