ଓଡ଼ିଶା ବିଧାନ ସଭା
ଓଡ଼ିଶା ବିଧାନ ସଭା ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୪ ଓ ୩୩ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C.) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୦ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।[୧]
ଓଡ଼ିଶା ବିଧାନ ସଭା | |
---|---|
୧୭ଶ ଓଡ଼ିଶା ବିଧାନ ସଭା | |
ପ୍ରକାର | |
ପ୍ରକାର | ଏକକ ସଦନ |
ନେତୃତ୍ୱ | |
ବାଚସ୍ପତି | ସୁରମା ପାଢ଼ୀ, ଭା.ଜ.ପା. |
ଉପ-ବାଚସ୍ପତି | ୩ ଜୁନ ୨୦୨୪ରୁ ଖାଲି ଅଛି, ଭା.ଜ.ପା. |
ଗୃହର ନେତା (ମୁଖ୍ୟମନ୍ତ୍ରୀ) | ମୋହନ ଚରଣ ମାଝୀ, ଭା.ଜ.ପା. |
ବିରୋଧୀ ଦଳ ନେତା | ନବୀନ ପଟ୍ଟନାୟକ, ବି.ଜ.ଦ |
ଗୃହର ଉପନେତା (ଉପ-ମୁଖ୍ୟମନ୍ତ୍ରୀ) | କନକ ବର୍ଦ୍ଧନ ସିଂହ ଦେଓ ପ୍ରଭାତୀ ପରିଡ଼ା, ଭା.ଜ.ପା. |
ଗଠନ | |
ଆସନ ସଂଖ୍ୟା | ୧୪୭ (୨୦୨୪) |
ରାଜନୈତିକ ଦଳ | ସରକାର (ଏନ୍ ଡି ଏ)(୮୧)
ବିରୋଧୀ ଦଳ (୫୧)
ଅନ୍ୟ ବିରୋଧୀ ଦଳ (ଇଣ୍ଡିଆ) (୧୫) |
ନିର୍ବାଚନ | |
ଫାଷ୍ଟ୍ ପାଷ୍ଟ୍ ଦ ପୋଷ୍ଟ୍ | |
ଶେଷ ନିର୍ବାଚନ | ୧୩,୨୦,୨୫ ମେ,୧ ଜୁନ ୨୦୨୪ |
ପରବର୍ତ୍ତୀ ନିର୍ବାଚନ | ୨୦୨୯ |
ସାକ୍ଷାତକକ୍ଷ | |
ଓଡ଼ିଶା ବିଧାନ ସୌଧ, ଭୁବନେଶ୍ୱର | |
Website | |
odishaassembly |
ସଦସ୍ୟ ନିର୍ବାଚନ ବ୍ୟବସ୍ଥା
ରାଜ୍ୟ ବିଧାନ ସଭାର ସଦସ୍ୟମାନେ ଭୋଟରମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । ଭାରତର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ ।
ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି ।
ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ ବିଧାୟକ ନିର୍ବାଚିତ କରିଥାନ୍ତି ।
ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତା
ବିଧାନ ସଭାର ସଦସ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତାଥିବା ଥିବା ଆବଶ୍ୟକ ।
- ସେ ଜଣେ ଭାରତୀୟ ନାଗରିକ ହେଇଥିବେ ।
- ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
- ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ସେହି ପ୍ରାର୍ଥୀଙ୍କର ଥିବ ।
ତେବେ ବିଧାନ ସଭାର ସଭ୍ୟପଦ ପାଇଁ ଜଣେ ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ, ଯଦି :-
- ସେ କୌଣସି ସରକାରୀ ଲାଭଜନକ ପଦବୀରେ ଅବସ୍ଥାପିତ ହୋଇଥିବେ ।
- ସେ ମସ୍ତିସ୍କ ବିକୃତ ବୋଲି ନ୍ୟାୟାଳୟଦ୍ୱାରା ବିବେଚିତ ହୋଇଥିବେ ।
- ସେ ନିସ୍ୱ ହୋଇଥିବେ ।
- ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।
ସେ ସଂସଦ ଦ୍ୱରା ପ୍ରଣୀତ ଆଇନର ବ୍ୟବସ୍ଥାନୁସାରେ ଅଯୋଗ୍ୟ ବିବେଚିତ ହୋଇଥିବେ ।
କାର୍ଯ୍ୟକାଳ
ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷ । ତେବେ ରାଜ୍ୟପାଳ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନ ସଭାକୁ ୫ ବର୍ଷ ସମୟ ସୀମା ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ପାରନ୍ତି, ତେବେ ଏକ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶ ସର୍ବଦା ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ୟନୁହନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷରୁ ଅଧିକ ୧ ବର୍ଷ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଜରୁରୀ ପରିସ୍ଥିତି ଉଠିଗଲେ, ବର୍ଦ୍ଧିତ କାର୍ଯ୍ୟକାଳା ୬ ମାସରୁ ଅଧିକ ହେବ ନାହିଁ
- କୋରମ୍ -ବିଧାନ ସଭାର ସର୍ବମୋଟ ସଭ୍ୟସଂଖ୍ୟାର ୧/୧୦ ଅଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ,ଗୃହ କାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତିକୁ କୋରମ କୁହାଯାଏ ।
- ଅଧିବେଶନ - ବିଧାନ ସଭାର ଅଧିବେଶନ ବର୍ଷକୁ ଅନ୍ୟନ ଦୁଇଥର ବସେ ଓ ଦୁଇ ଅଧିବେଶନ ମଧ୍ୟରେ ବିରତି/ବିଶ୍ରାମ ସମୟ ୬ ମାସରୁୟ୍ ଅଧିକ ହୁଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ବିଧାନ ସଭାର ଅଧିବେଶନ ସମାପ୍ତି ଘୋଷଣା କରନ୍ତି । ଏବେ ବିଧାନ ସଭା ସାଧାରଣତଃ ବର୍ଷକୁ ତିନିଥର ବସୁଛି, ଯଥା - ବଜେଟ୍ ଅଧିବେଶନ, ବର୍ଷାକାଳୀନ ଓ ଶୀତ କାଳୀନ ଅଧିବେଶନ ।
ଅଧ୍ୟକ୍ଷ ବା ବାଚସ୍ପତି
ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନ ସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କଦ୍ୱାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ୱରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ୱତନ୍ତ୍ର ସଚିବାଳୟ ଅଛି ।
ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ ଅଧ୍ୟକ୍ଷ ମଣ୍ଡଳୀ ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।
ଇତିହାସ
ସଂଖ୍ୟା | ନାମ | ଆରମ୍ଭ | ଶେଷ | ବାଚସ୍ପତି [୨] |
---|---|---|---|---|
କ | ପ୍ରଥମ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ) | ୦୩ ଫେବୃଆରୀ ୧୯୩୭ | ୧୪ ଅକ୍ଟୋବର ୧୯୪୫ | ମୁକୁନ୍ଦ ପ୍ରସାଦ ଦାସ (୨୮ ଜୁଲାଇ ୧୯୩୭ -୨୯ ମଇ ୧୯୪୬) |
ଖ | ଦ୍ୱିତୀୟ ବିଧାନ ସଭା (ସ୍ୱାଧୀନତା-ପୂର୍ବରୁ) | ୧୮ଅପ୍ରେଲ ୧୯୪୬ | ୨୦ ଫେବୃଆରୀ ୧୯୫୨ | ଲାଲ ମୋହନ ପଟ୍ଟନାୟକ (୨୯ ମଇ ୧୯୪୬ - ୬ ମାର୍ଚ୍ଚ ୧୯୫୨) |
୧ | ପ୍ରଥମ ବିଧାନ ସଭା | ୨୦ ଫେବୃଆରୀ ୧୯୫୨ | ୪ ମଇ ୧୯୫୭ | ନନ୍ଦ କିଶୋର ଦାସ (୦୬ ମାର୍ଚ୍ଚ ୧୯୫୨ -୨୭ ମଇ ୧୯୫୭) |
୨ | ଦ୍ୱିତୀୟ ବିଧାନ ସଭା | ୧ ଅପ୍ରେଲ ୧୯୫୭ | ୨୫ ଫେବୃଆରୀ ୧୯୬୧ | ନୀଳକଣ୍ଠ ଦାସ (୨୭ ମଇ ୧୯୫୭ - ୦୧ ଜୁଲାଇ ୧୯୬୧) |
୩ | ତୃତୀୟ ବିଧାନ ସଭା | ୨୧ ଜୁନ ୧୯୬୧ | ୧ ମାର୍ଚ୍ଚ ୧୯୬୭ | ଲିଙ୍ଗରାଜ ପାଣିଗ୍ରାହୀ (୦୧ ଜୁଲାଇ ୧୯୬୧- ୧୮ ମାର୍ଚ୍ଚ ୧୯୬୭) |
୪ | ଚତୁର୍ଥ ବିଧାନ ସଭା | ୧ ମାର୍ଚ୍ଚ ୧୯୬୭ | ୨୩ ଜାନୁଆରୀ ୧୯୭୧ | ନନ୍ଦ କିଶୋର ମିଶ୍ର (୧୮ ମାର୍ଚ୍ଚ ୧୯୬୭ - ୧୨ ଅପ୍ରେଲ ୧୯୭୧) |
୫ | ପଞ୍ଚମ ବିଧାନ ସଭା | ୨୩ ମାର୍ଚ୍ଚ ୧୯୭୧ | ୩ ମାର୍ଚ୍ଚ ୧୯୭୩ | ନନ୍ଦ କିଶୋର ମିଶ୍ର (୧୨ ଅପ୍ରେଲ ୧୯୭୧ – ୨୧ ମାର୍ଚ୍ଚ ୧୯୭୪) |
୬ | ଷଷ୍ଠ ବିଧାନ ସଭା | ୬ ମାର୍ଚ୍ଚ ୧୯୭୪ | ୩୦ ଅପ୍ରେଲ ୧୯୭୭ | ବ୍ରଜ ମୋହନ ମହାନ୍ତି (୨୧ ମାର୍ଚ୍ଚ ୧୯୭୪ - ୧ ଜୁଲାଇ ୧୯୭୭) |
୭ | ସପ୍ତମ ବିଧାନ ସଭା | ୨୬ ଜୁନ ୧୯୭୭ | ୧୭ ଫେବୃଆରୀ ୧୯୮୦ | ସତ୍ୟପ୍ରିୟ ମହାନ୍ତି (୧ ଜୁଲାଇ ୧୯୭୭ – ୧୨ ଜୁନ ୧୯୮୦) |
୮ | ଅଷ୍ଟମ ବିଧାନ ସଭା | ୯ ଜୁନ ୧୯୮୦ | ୯ ମାର୍ଚ୍ଚ ୧୯୮୫ | ସୋମନାଥ ରଥ (୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪)* ପ୍ରସନ୍ନ କୁମାର ଦାସ (୨୨ ଫେବୃଆରୀ ୧୯୮୪ - ୧୪ ଫେବୃଆରୀ ୧୯୮୫) |
୯ | ନବମ ବିଧାନ ସଭା | ୯ ମାର୍ଚ୍ଚ ୧୯୮୫ | ୩ ମାର୍ଚ୍ଚ ୧୯୯୦ | ପ୍ରସନ୍ନ କୁମାର ଦାସ (୧୪ ଫେବୃଆରୀ ୧୯୮୫ – ୦୯ ମାର୍ଚ୍ଚ ୧୯୯୦) |
୧୦ | ଦଶମ ବିଧାନ ସଭା | ୩ ମାର୍ଚ୍ଚ ୧୯୯୦ | ୧୫ ମାର୍ଚ୍ଚ ୧୯୯୫ | ଯୁଧିଷ୍ଠିର ଦାସ (୯ ମାର୍ଚ୍ଚ ୧୯୯୦ – ୨୨ ମାର୍ଚ୍ଚ ୧୯୯୫) |
୧୧ | ଏକାଦଶ ବିଧାନ ସଭା | ୧୫ ମାର୍ଚ୍ଚ ୧୯୯୫ | ୨୯ ଫେବୃଆରୀ ୨୦୦୦ | କିଶୋର ଚନ୍ଦ୍ର ପଟେଲ (୨୨ ମାର୍ଚ୍ଚ ୧୯୯୫ - ୧୪ ଜାନୁଆରୀ ୧୯୯୬)* ଚିନ୍ତାମଣି ଦ୍ୟାନ ସାମନ୍ତରା (୧୬ ଫେବୃଆରୀ ୧୯୯୬ – ୧୦ ମାର୍ଚ୍ଚ ୨୦୦୦) |
୧୨ | ଦ୍ୱାଦଶ ବିଧାନ ସଭା | ୨୯ ଫେବୃଆରୀ ୨୦୦୦ | ୬ ଫେବୃଆରୀ ୨୦୦୪ | ଶରତ କୁମାର କର (୧୦ ମାର୍ଚ୍ଚ ୨୦୦୦ - ୨୧ ମଇ ୨୦୦୪) |
୧୩ | ତ୍ରୟୋଦଶ ବିଧାନ ସଭା | ୧୫ ମଇ ୨୦୦୪ | ୧୯ ମଇ ୨୦୦୯ | ମହେଶ୍ୱର ମହାନ୍ତି (୨୧ ମଇ ୨୦୦୪ - ୩୧ ମାର୍ଚ୍ଚ ୨୦୦୮)* କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୨୫ ମଇ ୨୦୦୯) |
୧୪ | ଚତୁର୍ଦ୍ଦଶ ବିଧାନ ସଭା | ୧୯ ମଇ ୨୦୦୯ | ୨୦ ମଇ ୨୦୧୪ | ପ୍ରଦୀପ କୁମାର ଅମାତ (୨୫ ମଇ ୨୦୦୯ - ୨୦ ମଇ ୨୦୧୪) |
୧୫ | ପଞ୍ଚଦଶ ବିଧାନ ସଭା | ୨୧ ମଇ ୨୦୧୪ | ୩୧ ମଇ ୨୦୧୯ | ନିରଞ୍ଜନ ପୂଜାରୀ (୨୬ ମଇ ୨୦୧୪ - ୬ ମଇ ୨୦୧୭)* ପ୍ରଦୀପ କୁମାର ଅମାତ (୧୬ ମଇ ୨୦୧୭ - ୩୧ ମଇ ୨୦୧୯) |
୧୬ | ଷୋଡ଼ଶ ବିଧାନ ସଭା | ୧ ଜୁନ ୨୦୧୯ | ୪ ଜୁନ ୨୦୨୪ | ସୂର୍ଯ୍ୟ ନାରାୟଣ ପାତ୍ର* (୧ ଜୁନ ୨୦୧୯ - ୪ ଜୁନ ୨୦୨୨) ବିକ୍ରମ କେଶରୀ ଆରୁଖ* (୧୩ ଜୁନ ୨୦୨୨ - ୨୧ ସେପ୍ଟେମ୍ବର ୨୦୨୩) ପ୍ରମିଳା ମଲ୍ଲିକ (୨୨ ସେପ୍ଟେମ୍ବର ୨୦୨୩ - ୫ ଜୁନ ୨୦୨୪) |
୧୭ | ସପ୍ତଦଶ ବିଧାନ ସଭା | ୨୦ ଜୁନ ୨୦୨୪ | କାର୍ଯ୍ୟରତ | ସୁରମା ପାଢ଼ୀ |
* ଇସ୍ତଫା ଦେଇଥିଲେ
ଆଧାର
- ↑ "Orissa Legislative Assembly". legislativebodiesinindia.nic.in. 2005. Retrieved 29 December 2012.
The strength of Assembly was later increased to 147 with effect from the Sixth Legislative Assembly (1974).
- ↑ "List Of Honourable Speakers Year Wise As On 18/6/2014". Govt. of Odisha. Archived from the original on 6 July 2014. Retrieved 18 June 2014.
ବାହାର ତଥ୍ୟ
- Orissa Legislative Assembly website Archived 2010-12-30 at the Wayback Machine.