ସୁବାସ ଦାସ
ସୁବାସ ଦାଶ (୧୯ ମଇ ୧୯୬୦) , ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର ।[୧] ସେ ୧୪୬ଟି ଓଡ଼ିଆ ଚଳଚ୍ଚିତ୍ର, ୨ଟି ବଙ୍ଗଳା ଓ ୨ଟି ଭୋଜପୁରୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।
ସୁବାସ ଦାସ | |
---|---|
![]() | |
ଜନ୍ମ | |
ଜାତୀୟତା | ![]() |
ପୁରାତନ ଛାତ୍ର | ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ଜଣାଶୁଣା | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ଜୀବନସାଥୀ | ଶୁଭଲକ୍ଷ୍ମୀ ଦାଶ |
ସନ୍ତାନ | ବିଶାଳ ସାୟମଜିତ, ଶିବରଞ୍ଜନି |
ଆଦିକନ୍ଦ ଦାଶ ଜୟମଣୀ ଦାଶ | |
ପୁରସ୍କାର(ଗୁଡ଼ିକ) | ଶ୍ରେଷ୍ଠ ପଚ୍ଚଦପଟ୍ଟ ଗାୟକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) |
ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ
ସୁବାସ ଦାଶ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅନ୍ତର୍ଗତ ମଉସୁଧା ମୌଜାର ଗୌଡ଼ୁଣୀପୋଖରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ସେ ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।[୩] ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାଶ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ ।[୪]
କର୍ମଜୀବନ ସମ୍ପାଦନ କରନ୍ତୁ
ସୁବାସ ଦାଶ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀ ଓ କନ୍ନଡ଼ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି । [୫]
କଥାଚିତ୍ରରେ ଭୂମିକା ସମ୍ପାଦନ କରନ୍ତୁ
- ମାନସୀ (୧୯୮୧)
- ମୁଁ କ'ଣ ଏତେ ଖରାପ (୨୦୧୦)
- କାଳୀଶଙ୍କର (୨୦୦୭)
- ରାଖି ବାନ୍ଧିଲି ମୋ ରଖିବ ମାନ (୨୦୦୬)
- ମନ ରହିଗଲା ତୁମରି ଠାରେ (୨୦୦୨)
- ଦଇବ ଦଉଡ଼ି (୧୯୯୦)
- ଯା ଦେବୀ ସର୍ବ ଭୂତେଷୁ (୧୯୮୯)
- ଡୋରା (୧୯୮୪)
- ଅକ୍ଷିତୃତୀୟା (୧୯୮୧)
- ବିଲ୍ୱ ମଙ୍ଗଳ (୧୯୮୧)
- ଝିଙ୍କି ଝିଙ୍କା (୧୯୮୦)
- ରାମାୟଣ (୧୯୮୦)
- ତ୍ରିନାଥ ମେଳା (୧୯୮୦)
- ସମର ସଲିମ ସାଇମନ (୧୯୭୯)
ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ
- ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୬]
- ଅକ୍ଷୟ ସ୍ମୃତି ସମ୍ମାନ - ୨୦୧୫[୭]
- ୨୦୧୨ - ପ୍ରଣବ ପରମ୍ପରା ସମ୍ମାନ
- ୧୯୯୯ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ- ମନ ରହିଗଲା ତୁମରି ଠାରେ )
- ୧୯୯୦ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ-ଦଇବ ଦଉଡ଼ି )
ଆଧାର ସମ୍ପାଦନ କରନ୍ତୁ
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "କଥାରେ କଥାରେ". ଇଟିଭି ଓଡ଼ିଆ. Retrieved 19 May 2017.
- ↑ "ଗୌଡୁଣୀପୋଖରୀରୁ ଗୀତର ଗୋପନଗରୀ". No. ସମାଜ ୨୯/୦୬/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. ସମାଜ. Archived from the original on 29 June 2021. Retrieved 29 June 2021.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୬/୦୩/୨୦୨୦ପୃଷ୍ଠା ୯. ନିତିଦିନ. Retrieved 6 March 2020.
{{cite news}}
:|archive-url=
is malformed: save command (help) - ↑ http://orissadiary.com/ShowOriyaOrbit.asp?id=33127
- ↑ "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.
- ↑ "ଅକ୍ଷୟ ମହାନ୍ତି ଥିଲେ କାଳଜୟୀ ବ୍ୟକ୍ତିତ୍ୱ". ଧରିତ୍ରୀ. ୧୮ ନଭେମ୍ବର ୨୦୧୫. p. ୧୨. Retrieved 25 November 2015.
{{cite news}}
: Check date values in:|date=
(help)
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ସୁବାସ ଦାସ