ସାମୁଏଲ ସାହୁ
ସାମୁଏଲ ସାହୁ (୨୨ ମାର୍ଚ୍ଚ ୧୯୧୮- ୨୦୦୦)(ବାବି ଭାବେ ଅଧିକ ଜଣାଶୁଣା)[୧] ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।
ସାମୁଏଲ ସାହୁ (ବାବି) | |
---|---|
ଜନ୍ମ | କଟକ | ୨୨ ମାର୍ଚ୍ଚ ୧୯୧୮
ମୃତ୍ୟୁ | ୧୯ ନଭେମ୍ବର ୨୦୦୦ | (ବୟସ ୮୨)
ଶିକ୍ଷାନୁଷ୍ଠାନ | ମିଶନ ସ୍କୁଲ, କଟକ |
ସକ୍ରିୟ ବର୍ଷ | ୧୯୫୦-୧୯୮୫ |
ପ୍ରସିଦ୍ଧି | ଅଭିନେତା |
ବୈବାହିକ-ସାଥୀ | ଉମାରାଣୀ |
ସମ୍ପର୍କୀୟ | ମିନିକା ସାହୁ(ମାଉସୀ), ଡାନିଏଲ(ଭାଇ), ସୁକେଶୀ(ଭଉଣୀ) |
ପୁରସ୍କାର | ଜୟଦେବ ପୁରସ୍କାର ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନା୨୨ ମାର୍ଚ୍ଚ ୧୯୧୮ରେ ବାବି ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଟିଦିନରୁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିବାରୁ ସେ ତାଙ୍କ ମାଉସୀ ମିନିକା ସାହୁଙ୍କଦ୍ୱାରା ପରିପାଳିତ ହୋଇଥିଲେ । ମିଶନ ସ୍କୁଲରେ ପଢୁଥିବା ସମୟରେ ସେ 'ମାଙ୍କଡ଼' ନାମକ ନାଟକରେ, ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ । ଏହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା । ମିଶନ ସ୍କୁଲରୁ ମାଟ୍ରିକ ପାସ କଲାପରେ, ସେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା ହାସଲ କରିଥିଲେ ।
କର୍ମଜୀବନ
ସମ୍ପାଦନାଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ ବିହାରର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।
୧୯୪୯ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୩]
ଅଭିନୀତ କଥାଚିତ୍ର
ସମ୍ପାଦନା- ହାକିମ ବାବୁ, ୧୯୮୫
- ଶୀତ ରାତି, ୧୯୮୧
- ତଅପୋଇ, ୧୯୭୮
- ସୁନା ସଂସାର, ୧୯୭୭
- ଅଭିମାନ, ୧୯୭୭
- ଅନୁତାପ, ୧୯୭୭
- ଯାଯାବର, ୧୯୭୫
- ଘର ବାହୁଡ଼ା, ୧୯୭୩
- ସଂସାର, ୧୯୭୧
- ବନ୍ଧନ, ୧୯୬୯
- କିଏ କାହାର, ୧୯୬୮
- ଭାଇ ଭାଉଜ, ୧୯୬୭
- ଅଭିନେତ୍ରୀ, ୧୯୬୫
- ସାଧନା, ୧୯୬୪
- ଜୀବନସାଥୀ, ୧୯୬୩
- ମାଣିକ ଯୋଡ଼ି, ୧୯୬୩
- ସୂର୍ଯ୍ୟମୁଖୀ, ୧୯୬୩
- ଲକ୍ଷ୍ମୀ, ୧୯୬୨
- ଜୟଦେବ, ୧୯୬୨
- ଶ୍ରୀ ଲୋକନାଥ, ୧୯୬୦
- ଭାଇ ଭାଇ, ୧୯୫୬
- ଶ୍ରୀ ଜଗନ୍ନାଥ, ୧୯୫୦
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଜୟଦେବ ପୁରସ୍କାର, ୧୯୮୪[୪]
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୦-୯୧[୫]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୧୯୯୮ [୬]
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୬୧[୭]
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୦-୭୧[୮]
- ବୈଷ୍ଣବ ପାଣି କଳା ସମ୍ମାନ, ୨୦୦୦ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
ସମ୍ପାଦନା- ↑ "FJF to screen Ghara Bahuda". The Hindu. Retrieved 28 February 2015.
- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 9 January 2013.
Born on 22 March 1918 in a conservative Christian family in Cuttack
[permanent dead link] - ↑ http://www.srjan.com/moreaward.aspx?awardid=6[permanent dead link]
- ↑ "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Archived from the original on 24 March 2013. Retrieved 9 January 2013.
Samuel Sahu :Actor (1984)
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ http://www.orissadiary.com/CurrentNews.asp?id=28867[permanent dead link]
- ↑ http://sangeetnatak.gov.in/sna/awardeeslist.htm
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସାମୁଏଲ ସାହୁ