ଜର୍ଜ ତିଆଡ଼ି
ଓଡ଼ିଆ ଅଭିନେତା ଓ ଆଇନଜୀବି
ଜର୍ଜ ତିଆଡ଼ି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ୧୯୭୫ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସମୟ । ଏହାପରେ ସେ ଏ ନୁହେଁ କାହାଣୀ, ସାକ୍ଷୀ ଗୋପୀନାଥ, ପ୍ରତିଧ୍ୱନି, ଜୟଦେବ, ମୋ ଭି ଜଗା, ଜୟ ଶ୍ରୀରାମ, ବୋଉ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଜୀବନ ମୃତ୍ୟୁ, କଥାନ୍ତର, ମୋ ସୁନା ପୁଅ, ଏ ମନ ମାନେନା, କଳିଙ୍ଗ ପୁତ୍ର, କେମିତି ଏ ବନ୍ଧନ, ତୋ ବିନା ଭଲ ଲାଗେନା, ବ୍ଲାକ୍ମେଲ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ପେଶାରେ ସେ ଜଣେ ଆଇନଜୀବୀ । ଦୂରଦର୍ଶନରେ ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ।[୧]
ଜର୍ଜ ତିଆଡ଼ି | |
---|---|
ଜନ୍ମ | |
ଜାତୀୟତା | ![]() |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୧୯୭୫ -ଏବେଯାଏଁ |
ଜଣାଶୁଣା | ଓଡ଼ିଆ କଥାଚିତ୍ର ଅଭିନେତା |
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ "George Tiadi - Biography, Movies, Photos, Videos". FilmiClub. Retrieved 22 September 2018.
- ↑ "Odia Film in 2016 | OdiaLive". OdiaLive. Retrieved 21 September 2018.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଜର୍ଜ ତିଆଡ଼ି
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |