ବିସର୍ଜନ
ବିସର୍ଜନ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାମକୃଷ୍ଣ ପାଢ଼ୀ ।[୧] ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବିସର୍ଜନ | |
---|---|
ନିର୍ଦ୍ଦେଶକ | ରାମକୃଷ୍ଣ ପାଢ଼ୀ |
ପ୍ରଯୋଜକ | ଶ୍ରଦ୍ଧା ପାଣିଗ୍ରାହୀ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାସ ପଟ୍ଟନାୟକ |
କାହାଣୀ | ଶ୍ରଦ୍ଧା ପାଣିଗ୍ରାହୀ |
କଳାକାର | ଶ୍ରଦ୍ଧା ପାଣିଗ୍ରାହୀ ସୁଭାଶିଷ ଶର୍ମା ଲରେନ୍ସ ବେହେରା |
ସଙ୍ଗୀତ | ଅସଦ ନିଜାମ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୭ ମାର୍ଚ୍ଚ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରଦ୍ଧା ପାଣିଗ୍ରାହୀ ଓ ସୁଭାଶିଷ ଶର୍ମା ।[୧] ଲରେନ୍ସ ବେହେରା, ଅନିକେତ, ସୁଦାମ, ମାନସ, ବାବୁ, ଶିତୁଲ, ସାଇମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ମାର୍ଚ୍ଚ ୭ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
ସମ୍ପାଦନା- ଶ୍ରଦ୍ଧା ପାଣିଗ୍ରାହୀ[୩]
- ସୁଭାଶିଷ ଶର୍ମା
- ଲରେନ୍ସ ବେହେରା
- ଅନିକେତ
- ସୁଦାମ
- ମାନସ
- ବାବୁ
- ଶିତୁଲ
- ସାଇମନ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ତପୁ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, କୁଳଜିତ ପଟ୍ଟନାୟକ, କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ୧.୦ ୧.୧ "Ollywood Movie 'Bisarjan' Set For TV Premier On Women's Day". Odisha Bytes (in English). Bhubaneswar. 6 March 2021. Archived from the original on 14 April 2021. Retrieved 23 December 2021.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "World Television Premiere of Manjari TV's 'Bisarjan' on International Women's Day | Sambad English". Sambad English (in English). Bhubaneswar: sambadenglish.com. 6 March 2021. Archived from the original on 23 December 2021. Retrieved 23 December 2021.
{{cite news}}
: CS1 maint: unrecognized language (link) - ↑ "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିସର୍ଜନ