କ୍ରିଷ୍ଣା ଗୋବିନ୍ଦା

୨୦୧୪ର ଓଡ଼ିଆ କଥାଚିତ୍ର

କ୍ରିଷ୍ଣା ଗୋବିନ୍ଦା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସତ୍ୟକାନ୍ତ ସାହୁ । ସୁଷମା ସାହୁ କଥାଚିତ୍ରଟିର କାହାଣୀ ରଚନା କରିଥିବା ବେଳେ ଡଃ ନିର୍ମଳ ନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

କ୍ରିଷ୍ଣା ଗୋବିନ୍ଦା
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକସତ୍ୟକାନ୍ତ ସାହୁ
ସଂଳାପଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟଟି. ଗଣେଶ
କାହାଣୀସୁଷମା ସାହୁ
କଳାକାରସୁରଜ, କାଜଲ ସତପଥୀ, ସୁଭାଶିଷ ଶର୍ମା, ଇଲୁ ବାନାର୍ଜୀ, ସୁରେଶ ବଳ, ଜୟୀରାମ ସାମଲ, ଦେବୁ ବୋଷ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୨୨ ଅଗଷ୍ଟ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ତ୍ରିପାଠୀ ଏବଂ ନାୟିକ କାଜଲ ସତପଥୀ । ଅଭିନେତା ସୁଭାଶିଷ ଶର୍ମା କଥାଚିତ୍ରଟିରେ ଭଗବାନ କ୍ରୀଷ୍ଣା ଭୂମିକାରେ ଅଭିନୟ କରିଥିଲେ ।[୨][୩] ଇଲୁ ବାନାର୍ଜୀ, ସୁରେଶ ବଳ, ଜୟୀରାମ ସାମଲ, ଅର୍ପଣ, ଦେବୁ ବୋଷ, ନୂପୁର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

କଥାଚିତ୍ରର କାହାଣୀ ଅନୁସାରେ ଭଗବାନ କ୍ରୀଷ୍ଣା ତାଙ୍କର ଜଣେ ଭକ୍ତକୁ ସାହାଯ୍ୟ କରିବା ପାଇଁ ପୃଥିବୀକୁ ଆସିଥାନ୍ତି । ସେହି ଭକ୍ତଟିକୁ ଦୁନିଆ ବିଷୟରେ ବୁଝେଇଥାନ୍ତି ଏବଂ ଜୀବନ ଜିଇଁବାର ମାର୍ଗ ଦେଖାନ୍ତି ।[୪]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ । ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ତୋ ପ୍ରେମରେ ମୁଁ" 
2."ତୋ ବିନା ଦୁନିଆରେ" 
3."ମୁଁ ଯେ ପକ୍ଷୀଟିଏ" 
4."ଛନ ଛନ ରୂପ" 
5."ଚିଲ୍ ଚିଲ୍ ତୋ ଚେହେରା" 
6."କାଚ ମାର୍କା ମନ" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Krishna Govinda Releasing tomorrow". OdiaLive.com. 21 August 2014. Retrieved 19 September 2017.
  2. "Krishna Govinda Wallpapers". ApnaFilms.com. 27 January 2014. Retrieved 19 September 2017.
  3. "ମଣ୍ଟୁଙ୍କ ସ୍ୱପ୍ନ କ'ଣ ସାକାର ହେବ?". ସମ୍ବାଦ. 20 December 2016. Archived from the original on 22 September 2017. Retrieved 19 September 2017.
  4. "Krishna Govinda Odia Film". OdiaLive.com. 1 June 2014. Retrieved 19 September 2017.

ବାହାର ଆଧାର ସମ୍ପାଦନା