ଭାସ୍ୱତୀ ବସୁ
ଭାସ୍ୱତୀ ବସୁ (ଜନ୍ମ: ୫ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ଟେଲିଭିଜନ, ଚଳଚ୍ଚିତ୍ର ଓ ମଞ୍ଚ[୨] ଅଭିନେତ୍ରୀ । ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ମଧ୍ୟରେ ଜୀବନ ମୃତ୍ୟୁ, କଥାନ୍ତର ଓ କ୍ଷଣିକା- ଦ ଲସ୍ଟ ଆଇଡିଆ ଆଦି ଅନ୍ୟତମ ।[୩] କଥାନ୍ତରରେ ନିଜ ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୪] କଳା ନିର୍ଦ୍ଦେଶକ ଅସୀମ ବସୁ ତାଙ୍କର ପିତା ଥିଲେ ।[୫][୬]
ଭାସ୍ୱତୀ ବସୁ | |
---|---|
ଜନ୍ମ | ଭାସ୍ୱତୀ ବସୁ ୫ ମାର୍ଚ୍ଚ ୧୯୭୩ |
ଜାତୀୟତା | ଭାରତୀୟ |
ଶିକ୍ଷା | ଡ୍ରାମାରେ ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଅଭିନେତ୍ରୀ |
ବୈବାହିକ-ସାଥୀ | ବିଜୟ ମଣ୍ଡଳ |
ସନ୍ତାନ | ଦିଶାନୀ ମଣ୍ଡଳ (ଝିଅ) |
ପିତାମାତା(s) | ଅସୀମ ବସୁ (ବାପା)[୧] ଗୀତା ବସୁ (ମା) |
ଦସ୍ତଖତ | |
ପ୍ରାରମ୍ଭିକ ଜୀବନ ଓ ପରିବାର
ସମ୍ପାଦନାଭାସ୍ୱତୀ ବସୁ ୧୯୭୩ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ବାପୁଜୀ ନଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଗୀତା ବସୁ ଓ ବାପା ଖ୍ୟାତନାମା ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଅସୀମ ବସୁ । ଭାସ୍ୱତୀ ବସୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଡ୍ରାମାରେ ସ୍ନାତକୋତ୍ତର କରିଛନ୍ତି ।
ଅଭିନୟ ଜୀବନ
ସମ୍ପାଦନାଭାସ୍ୱତୀ ବସୁ ୨୦୦୫ ମସିହାରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଜୀବନ ମୃତ୍ୟୁ ଦେଇ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ୨୦୦୬ରେ ମୁକ୍ତିଲାଭ କରିଥିବା କଥାନ୍ତର । ଏହାର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ଖଟୁଆ ଓ ଏଥିରେ ତାଙ୍କର ସହ କଳାକାରମାନେ ଥିଲେ ଅନୁ ଚୌଧୁରୀ, ଦେବପ୍ରସାଦ ଦାଶ, ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ଚକ୍ରଧର ଜେନା, ମାମୁନି ମିଶ୍ର ପ୍ରମୁଖ । ସେ ୨୦୧୭ର ଓଡ଼ିଆ କଥାଚିତ୍ର କ୍ଷଣିକା- ଦ ଲସ୍ଟ ଆଇଡିଆରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ଚୌଧୁରୀ ବିକାଶ ଦାସ, ସୁଶାନ୍ତ ମିଶ୍ର, ଅମୃତା ଚୌଧୁରୀ, ସ୍ୱସ୍ତିକ ଚୌଧୁରୀ, ହୃଷିକେଶ ଭୋଇ ଆଦି କଳାକାରମାନେ ଏହାର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|
୨୦୦୫ | ଜୀବନ ମୃତ୍ୟୁ | ରାଜୁ ମିଶ୍ର | |
୨୦୦୬ | କଥାନ୍ତର | ହିମାଂଶୁ ଖଟୁଆ | |
୨୦୧୭ | କ୍ଷଣିକା- ଦ ଲସ୍ଟ ଆଇଡିଆ | ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ |
ଧାରାବାହିକ
ସମ୍ପାଦନାଧାରାବାହିକ | ଚେନାଲ୍ | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|
ଅନନ୍ୟା | ଇ ଟିଭି ଓଡ଼ିଆ | ଦେବାନନ୍ଦ ନାୟକ | |
ବଧୂ ନୁହେଁ ବନ୍ଧୁ | ଡିଡି ଓଡ଼ିଆ | ଅଜିତ ଦାସ | |
ସେଇ କାହାଣୀ | ଡିଡି ଓଡ଼ିଆ | ରଜତ ପାଇକରାୟ | |
ଅନନ୍ୟା ଅନୁପମା | ଡିଡି ଓଡ଼ିଆ | ଜ୍ୟୋତି ପ୍ରକାଶ | |
ଧର୍ମାତ୍ମା | ଡିଡି ଓଡ଼ିଆ | ଗୁଡ଼ିଆ ମହାପାତ୍ର | |
ନୀଳ ମାଷ୍ଟ୍ରାଣୀ | ଡିଡି ଓଡ଼ିଆ | ସାଧୁ ମେହେର | |
ବୁଢ଼ା ଶଙ୍ଖାରୀ | ଡିଡି ଓଡ଼ିଆ | ତାପସ ବୋଷ | |
କୁଇନ୍ | ତରଙ୍ଗ ଟିଭି | ||
ଅବୁଝା ଏ ମନ | ତରଙ୍ଗ ଟିଭି | ||
ଗାୟତ୍ରୀ | ଇ ଟିଭି ଓଡ଼ିଆ | ସୁଧାଂଶୁ ସାହୁ | |
ଭାଗ୍ୟ ବିଧାତା | ଇ ଟିଭି ଓଡ଼ିଆ | ସୁଧାଂଶୁ ସାହୁ | |
ଆଶାର ଆକାଶ | ଜୀ କଳିଙ୍ଗ | ||
ବଧୂ | ସାର୍ଥକ ଟିଭି | ||
ମାୟା | ତରଙ୍ଗ ଟିଭି | ||
ସିଂହଦ୍ୱାର | ମଞ୍ଜରୀ ଟିଭି |
ରରନାବଳୀ
ସମ୍ପାଦନା- ବାଦଶାହ ଓ ପ୍ରେମିକା
ପୁରସ୍କାର
ସମ୍ପାଦନା- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - କଥାନ୍ତର ଚଳଚ୍ଚିତ୍ର[୪]
ଆଧାର
ସମ୍ପାଦନା- ↑ "ଅସୀମ ଥିଲେ କଳାଜଗତର ସୂର୍ଯ୍ୟ" (PDF). ପର୍ଯ୍ୟବେକ୍ଷକ. ୧୩ ଫେବୃଆରୀ ୨୦୧୭. Retrieved 3 July 2018.
{{cite news}}
: Check date values in:|date=
(help)[permanent dead link] - ↑ "ନାଟକ 'ସେଇ ଲୋକଟି' ମଞ୍ଚସ୍ଥ" (PDF). ନିତିଦିନ. ୧୯ ଜୁନ ୨୦୧୮. Retrieved 3 July 2018.
{{cite news}}
: Check date values in:|date=
(help)[permanent dead link] - ↑ "Odisha-based filmmaker ecstatic after UK invite". Odisha Sun Times. ୨୧ ଅକ୍ଟୋବର ୨୦୧୭. Retrieved 3 July 2018.
{{cite news}}
: Check date values in:|date=
(help) - ↑ ୪.୦ ୪.୧ Ganguly, Arindam (୩୧ ଜୁଲାଇ ୨୦୧୭). "Female Blackout Day: Campaign kicks up storm in social media". Orissa Post. Retrieved 3 July 2018.
{{cite news}}
: Check date values in:|date=
(help) - ↑ "Eminent theatre personality Asim Basu passes away". ପ୍ରଗତିବାଦୀ. ୧ ଫେବୃଆରୀ ୨୦୧୭. Retrieved 3 July 2018.
{{cite news}}
: Check date values in:|date=
(help) - ↑ "Asim Utsav to celebrate Odisha's veteran stage artist's life and work". Odisha Sun Times. ୮ ଫେବୃଆରୀ. Retrieved 3 July 2018.
{{cite news}}
: Check date values in:|date=
(help)
ବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭାସ୍ୱତୀ ବସୁ