ଦେବପ୍ରସାଦ ଦାଶ
ଦେବପ୍ରସାଦ ଦାଶ, (ଜନ୍ମ: ୨୪ ଫେବୃଆରୀ ୧୯୬୬) ଓଡ଼ିଶାର ଜଣେ ଜଣାଶୁଣା ଲେଖକ[୧], ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇ ଓ କଥାନ୍ତର ଚଳଚ୍ଚିତ୍ର[୨] ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି । [୩]
ବୃତ୍ତି | ସାହିତ୍ୟିକ, ଅଭିନେତା ଓ ସମ୍ବାଦ ପାଠକ |
---|---|
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ରାଜନୈତିକ ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ |
ସାହିତ୍ୟ କୃତି | ଭୋର |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । [୪] ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି ।[୫] ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।[୬] ୨୦୨୪ ମସିହା ଜୁଲାଇ ମାସରେ ଦେବପ୍ରସାଦଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା ଓ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବରେ ପୁନଃସ୍ଥାପିତ ହୋଇଥିଲେ ।[୭]
ରଚନାବଳୀ
ସମ୍ପାଦନାଗଳ୍ପ ସଂକଳନ
ସମ୍ପାଦନା- ଶ୍ରେଷ୍ଠ ଗଳ୍ପ (୨୦୧୯)
- ଶିଳାଲେଖ (୨୦୨୧)
- ଗଳ୍ପ ସମଗ୍ର’ ପ୍ରଥମ ଭାଗ (୨୦୨୩)
- ଇନ୍ଦ୍ରଧନୁର ରଙ୍ଗ
- ଗଜପତି
- ଦଙ୍ଗା
- ମୁହଁ
- କାନ୍ଥ
- ଭୋର[୮]
ପ୍ରବନ୍ଧ ସଂକଳନ
ସମ୍ପାଦନା- ମୁକ୍ତ ଯାଯାବର (୨୦୨୩)
- ଆମ ସମୟ
- ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
- ଆତଙ୍କବାଦ
- ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ
ସମ୍ପାଦନା
ସମ୍ପାଦନା- ଝିଅ
ଅନୁବାଦ
ସମ୍ପାଦନା- ଦିବ୍ୟଜିତ ସାହୁ, ଆକାଂକ୍ଷା : ଭିନ୍ନ ଏକ ପ୍ରେମ କାହାଣୀ (୨୦୨୨)
- କମଳେଶ୍ୱର, ଦେଶ ପରଦେଶ
ଇଂରାଜୀ
ସମ୍ପାଦନା- ଇଣ୍ଡିଆ ଷ୍ଟୋରି (ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହ ଲିଖିତ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article4359663.ece
- ↑ http://www.odisha.com/20060809/fullstory/film.cyclone4.html
- ↑ http://www.nerve.in/news:25350011377
- ↑ http://www.odisha.gov.in/ga/notifications/gnotification/Pdf/2013/GAD_SER2_ID_0012_2012_PT_18231_Gen.pdf
- ↑ "ଆର୍କାଇଭ୍ କପି". Archived from the original on 2018-06-02. Retrieved 2018-06-05.
{{cite web}}
: Cite has empty unknown parameter:|1=
(help) - ↑ http://www.newindianexpress.com/states/odisha/2018/jun/01/dash-dares-cbi-probe-1822309.html
- ↑ Live, Samaya (25 July 2024). "OAS ଦେବପ୍ରସାଦ ଦାସଙ୍କ ଉପରୁ ଉଠିଲା ନିଲମ୍ବନ". Samaya Live. Retrieved 26 July 2024.
- ↑ "ଆର୍କାଇଭ୍ କପି". Archived from the original on 2019-06-11. Retrieved 2014-12-09.
{{cite web}}
: Cite has empty unknown parameter:|1=
(help) - ↑ http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
- ↑ https://sambadepaper.com/imageview_42513_187249_4_71_31-10-2024_16_i_1_sf.html