ସୁଶାନ୍ତ ମିଶ୍ର, ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ । ଓଡି଼ଆ ସମାନ୍ତରାଳ ସିନେମା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ରହିଛି ଏବଂ ତାଙ୍କଦ୍ୱାରା ନିର୍ମିତ ଚଳଚ୍ଚିତ୍ର ଦେଶ ବିଦେଶର ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ବହୁ ସମ୍ମାନ ଲାଭକରିପାରିଛି । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତିତ, ସେ ପୁନେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଚଳଚ୍ଚିତ୍ର ଶିକ୍ଷାଦାନ ମଧ୍ୟ କରିଥାନ୍ତି । ତାଙ୍କ ପ୍ରଚେଷ୍ଟାରେ,୨୦୦୪ ମସିହାରୁ ପୁରୀଠାରେ 'ବାଇଅଫ(ବ୍ରିଙ୍ଗ୍ ୟୋର ଓନ୍ ଫିଲ୍ମ ଫେଷ୍ଟିଭାଲ)' ନାମରେ ଏକ ଚଳଚ୍ଚିତ୍ର ଉତ୍ସବର ଆୟୋଜନ ହୋଇଆସୁଛି । [୧][୨][୩]

ସୁଶାନ୍ତ ମିଶ୍ର
ଜନ୍ମ
ସୁଶାନ୍ତ ମିଶ୍ର

(1965-07-23) ୨୩ ଜୁଲାଇ ୧୯୬୫ (ବୟସ ୫୮)
କଟକ
ଜାତୀୟତାଭାରତୀୟ
ଶିକ୍ଷାଚିତ୍ରନାଟ୍ୟ ଲେଖନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା, ୧୯୮୯
ପୁରାତନ ଛାତ୍ରଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ
ଜଣାଶୁଣାଚଳଚ୍ଚିତ୍ର ନିର୍ଦ୍ଦେଶକଓ ଲେଖକ
ପିତାମାତାମହିନ୍ଦ୍ର ମିଶ୍ର

ଭାରତୀୟ ଚଳଚ୍ଚିତ୍ରକୁ ଅବଦାନ ସମ୍ପାଦନ କରନ୍ତୁ

କଥାଚିତ୍ର ବର୍ଷ ଭୂମିକା ସମ୍ମାନ
ନିଶ୍ଚଳ ବାଦଲ ୧୯୯୦ ନିର୍ଦ୍ଦେଶକ ଜର୍ମାନୀର ଓଭରହୌସେନ୍ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ
ଧାରିଣି ୨୦୦୨ ନିର୍ଦ୍ଦେଶକ,କାହାଣୀକାର
ବିଶ୍ୱପ୍ରକାଶ[୪] ୧୯୯୯ ନିର୍ଦ୍ଦେଶକ, କାହାଣୀକାର ମନ୍ଟ୍ରିଲ ଓ କାଇରୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ
ଇନ୍ଦ୍ରଧନୁର ଛାଇ ୧୯୯୩ ନିର୍ଦ୍ଦେଶକ, କାହାଣୀକାର ସୋଚି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର, କାନ୍ସ [୫]ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ

ଆଧାର ସମ୍ପାଦନ କରନ୍ତୁ

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ