ହିମାଂଶୁ ଖଟୁଆ
ହିମାଂଶୁ ଖଟୁଆ ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ।[୧] ତାଙ୍କ ନିର୍ଦ୍ଦେଶିତ କଥାନ୍ତର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ କାହାଣୀକାର ପୁରସ୍କାରରେ ସମ୍ମାନିତ ।
ହିମାଂଶୁ ଖଟୁଆ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଡିସେମ୍ବର ୨୧, ୧୯୬୫ ଖଟୁଆପାଟଣା, ଭଦ୍ରକ |
ଜାତୀୟତା | ![]() |
ଶିକ୍ଷା | ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେ |
ପ୍ରସିଦ୍ଧି | ଓଡ଼ିଆ ସିନେମା ନିର୍ଦ୍ଦେଶନା |
ହିମାଂଶୁ, ଭଦ୍ରକ ଜିଲ୍ଲାର ଖଟୁଆପାଟଣାଠାରେ ଜନ୍ମଗ୍ରହଣ କରିଥିଲେ । କଟକରେ ସ୍କୁଲ, କଲେଜ ପାଠ ସମାପ୍ତ କରି, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ସିନେମା କୋର୍ସରେ ତିନି ବର୍ଷିଆ ପିଜି ଡିପ୍ଳୋମା ପଢିଥିଲେ । ୧୯୯୨ମସିହାରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ । ଦୂରଦର୍ଶନରେ ପ୍ରସାରିତ ସୁରଭି ଧାରାବାହିକରେ ସେ ପ୍ରଥମେ କାମ କରିଥିଲେ । ତାପରେ ସେ ମୁମ୍ବାଇରେ ରହି ଅନ୍ୟ ଧାରାବାହିକ ମାନଙ୍କରେ ଅଡିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ । ସୁଶାନ୍ତ ମିଶ୍ର, ତାଙ୍କୁ ଇନ୍ଦ୍ରଧନୁର ଛାଇ ଚଳଚ୍ଚିତ୍ରରେ ଅଡିଓଗ୍ରାଫି କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ଏହି ପ୍ରସ୍ତାବ ଗ୍ରହଣ କରି, ଓଡ଼ିଶା ଫେରି ଆସିଥିଲେ । ଇନ୍ଦ୍ରଧନୁର ଛାଇ ପରେ ଆଶା ନାମକ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଡିଓଗ୍ରାଫି କରିଥିଲେ । ଏହି ସମୟରେ ଆଳୟ ମହାନ୍ତି, ତାଙ୍କୁ ଏକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ଶୂନ୍ୟସ୍ୱରୂପ । ଏଥିରେ ସେ ନିର୍ଦ୍ଦେଶନା ବ୍ୟତିତ, କାହାଣୀ ମଧ୍ୟ ଲେଖିଥିଲେ । ଶୂନ୍ୟସ୍ୱରୂପ ପରେ, କଥାନ୍ତର, ମାଟିର ବନ୍ଧନ ଓ କ୍ରାନ୍ତିଧାରା ଭଳି ଚଳଚ୍ଚିତ୍ର ତଥା ପ୍ରାୟଶ୍ଚିତ, ଅଭିଶପ୍ତ ଜରାୟୁ ଓ ଭଗ୍ନାଂଶ ଭଳି ଧାରାବାହିକରେ ନିର୍ଦ୍ଦେଶନା ଦେଇଛନ୍ତି ।
ଶ୍ରୀ ଖଟୁଆ ସମ୍ପ୍ରତି କିଟ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍କୁଲ ଅଫ ଫିଲ୍ମ ଆଣ୍ଡ ମିଡ଼ିଆ ସାଇନ୍ସେସ୍ର ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏଥି ପୂର୍ବରୁ ସେ ୨୦୦୦ରୁ ୨୦୦୭ ଯାଏଁ, ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିସାରିଛନ୍ତି ।
ଚଳଚ୍ଚିତ୍ରରେ ଅବଦାନସମ୍ପାଦନ କରନ୍ତୁ
- ନିର୍ଦ୍ଦେଶକ
- କଥାନ୍ତର (୨୦୦୬)
- ଶୂନ୍ୟସ୍ୱରୂପ (୧୯୯୭)
- ମାଟିର ବନ୍ଧନ
- ଶବ୍ଦାଙ୍କନ
- ଇନ୍ଦ୍ରଧନୁର ଛାଇ
- ଆଶା
ଧାରାବାହିକରେ ଅବଦାନସମ୍ପାଦନ କରନ୍ତୁ
- ନିର୍ଦ୍ଦେଶକ
- ପ୍ରାୟଶ୍ଚିତ
- ଅଭିଶପ୍ତ ଜରାୟୁ
- ଭଗ୍ନାଂଶ[୨]
ପୁରସ୍କାରସମ୍ପାଦନ କରନ୍ତୁ
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- କଥାନ୍ତର ପାଇଁ ରୌପ୍ୟ କମଳ ପୁରସ୍କାର (୨୦୦୫) [୪]
- ଶୂନ୍ୟସ୍ୱରୂପ (୧୯୯୭) ପାଇଁ ଜାତୀୟ ପୁରସ୍କାର [୫][୬]
ଆଧାରସମ୍ପାଦନ କରନ୍ତୁ
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ଅକ୍ଟୋବର ୪-୧୦ ପୃଷ୍ଠା ୧୨. Retrieved 5 October 2015.
- ↑ "Kathantar, Sasu Ghara Chlijib win 8 awards each". Chennai, India: www.hindu.com. 2007-05-20. Retrieved 2009-02-22.
- ↑ http://www.indianetzone.com/52/silver_lotus_award_best_feature_film_oriya_national_film_awards.htm
- ↑ http://www.indiaenews.com/pdf/17860.pdf
- ↑ http://www.whistlingwoods.net/component/content/article/802
ବାହାର ଲିଙ୍କସମ୍ପାଦନ କରନ୍ତୁ
- ହିମାଂଶୁ ଖଟୁଆ (ଇଣ୍ଟରନେଟ ମୁଭି ଡାଟାବେସରେ)