ମାମୁନି ମିଶ୍ର

ଓଡ଼ିଆ ଅଭିନେତ୍ରୀ

ମାମୁନି ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ବିଭିନ୍ନ ଭୂମିକରେ ଅଭିନୟ କରନ୍ତି । ମାମୁନି ୧୯୯୯ ମସିହାରେ ମା' ପରି କିଏ ହେବ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ସହକଳାକାର ଭାବରେ କିଛି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାମୁନି ଓଡ଼ିଆ କଥାଚିତ୍ର ବ୍ୟତୀତ ଦୂରଦର୍ଶନ ଧାରାବାହିକରେ ଖଳନାୟିକାଠାରୁ ଆରମ୍ଭ କରି ହାସ୍ୟ ଅଭିନେତ୍ରୀ ଭାବରେ ବିଭିନ୍ନ ଭୂମିକା ଅଭିନୟ କରୁଛନ୍ତି ।

ମାମୁନି ମିଶ୍ର
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୯୯ - ଏବେଯାଏଁ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[୧]

ଅଭିନୟ ଜୀବନସମ୍ପାଦନ କରନ୍ତୁ

ମାମୁନି ମିଶ୍ର ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମା ପରି କିଏ ହେବ, ଯେଉଁଥିରେ ସେ ପୂଜା ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ କୋଟିଏରେ ଗୋଟିଏ, ନାରୀ ଆଖିରେ ନିଆଁ, ହରିଭାଇ ହାରେନା, ତୁ ମୋ ଆଖିର ତାରା, କଥାନ୍ତର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ମାମୁନି ଓଡ଼ିଆ କଥାଚିତ୍ର ବ୍ୟତୀତ ଦୂରଦର୍ଶନ ଧାରାବାହିକରେ ଅଭିନୟ କରୁଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରତି ଲୋକପ୍ରିୟ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ରତ୍ନା ଦେବରାୟ ଭୂମିକାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହି ଭୂମିକରେ ପୂର୍ବରୁ ଅପରାଜିତା ମହାନ୍ତି ଅଭିନୟ କରୁଥିଲେ । ସେ ଇ ଟିଭି ଓଡ଼ିଆରେ ଟାଇମ୍ ପାସ୍, ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ, ସାର୍ଥକ ଟିଭିରେ ମାନିନୀ ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୯ ମା ପରି କିଏ ହେବ ପୂଜା ପ୍ରଥମ ଓଡ଼ିଆ କଥାଚିତ୍ର
କୋଟିକରେ ଗୋଟିଏ
୨୦୦୩ ନାରୀ ଆଖିରେ ନିଆଁ
୨୦୦୪ ହରିଭାଇ ହାରେନା ନୀଳିମା
୨୦୦୫ ତୁ ମୋ ଆଖିର ତାରା
୨୦୦୭ କଥାନ୍ତର
ମୋନିକା ଓ ମାଇଁ ଡାର୍ଲିଙ୍ଗ ମୋନିକା
୨୦୦୮ ହସିବ ପୁଣି ମୋ ସୁନା ସଂସାର ସଂଖୀ
ନନ୍ଦିନୀ ଆଇ ଲଭ୍ ୟୁ ସଲ୍‌ମା
ଜୀଅନ୍ତା ଭୂତ
୨୦୧୩ ସୁପରଷ୍ଟାର
୨୦୧୬ ଗୁଣ୍ଡା
୨୦୧୭ ମୁଁ ଖାଣ୍ଟି ଓଡ଼ିଆ ଝିଅ ଶ୍ରେଷ୍ଠ ପାର୍ଶ ଅଭିନେତ୍ରୀ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୧]
୨୦୧୮ ଗୁଡ୍ଡୁ ଆଣ୍ଡ ଗୁଡ୍ଡି[୨]

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଟାଇମ୍ ପାସ୍ ଇ ଟିଭି ଓଡ଼ିଆ
ବଡ଼ ଘର ବଡ଼ ଗୁମର କଥା ଇ ଟିଭି ଓଡ଼ିଆ ରତ୍ନା ଦେବରାୟ ଅପରାଜିତାଙ୍କ ପରେ ତାଙ୍କ ସ୍ଥାନରେ ଅଭିନୟ କରିଥିଲେ
ଆମ ଘର ଲକ୍ଷ୍ମୀ ତରଙ୍ଗ ଟିଭି ଖଳନାୟିକା
ମାନିନୀ ସାର୍ଥକ ଟିଭି ଫୁଲ ହାସ୍ୟ ଅଭିନେତ୍ରୀ

ପୁରସ୍କାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ରବିଶଙ୍କର ପଟ୍ଟନାୟକଙ୍କୁ 'ଜୟଦେବ ପୁରସ୍କାର'". Prameya. 2 March 2019. Archived from the original on 20 September 2020. Retrieved 20 September 2020.
  2. "୨୦୧୮ର ପ୍ରଥମ ଛଅ ମାସରେ ହିଟ୍ ହୋଇଥିବା ଓଡ଼ିଆ ସିନେମାର ତାଲିକା | Kanak News". Kanak News. 1 July 2018. Retrieved 20 September 2020.

ବାହାର ଆଧାରସମ୍ପାଦନ କରନ୍ତୁ