ବୃକ୍କ
ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ [୧] ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ [୨]। ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।
ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆ ଓ ଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । ରକ୍ତର ଫିଲଟର ବା ପରିସ୍ରବଣଦ୍ୱାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନ ଓ ରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ ।
ବୃକକ | |
---|---|
Human kidneys viewed from behind with spine removed | |
ଲାଟିନ ଭାଷାରେ | Ren (Greek: nephros) |
ବିଭାଗ | Urinary system and endocrine system |
ଧମନୀ | Renal artery |
ଶିରା | Renal vein |
ସ୍ନାୟୁ | Renal plexus |
MeSH | Kidney |
Dorlands/Elsevier | Kidney |
ଗଠନ
ସମ୍ପାଦନାଶିମ୍ବ ମଞ୍ଜି ଆକାରର କିଡନିର ଗୋଟିଏ ଅବତଳ ଓ ଗୋଟିଏ ଏକ୍ସଏକ୍ସଏକ୍ସ ପ୍ରୁଷ୍ଠ ଥାଏ । ଗୋଟିଏ ଗାତ ଭଳି ସ୍ଥାନକୁ ହାଇଲମ କହନ୍ତି । ଏହି ହାଇଲମଠାରେ କିଡନୀ ସହା ଧମନୀ, ଶିରା ଓ ୟୂରେଟର ସଂଯୁକ୍ତ ହୋଇଥାଏ । କିଡନୀ ଚାରି ପାଖରେ ଏକ ସଂଯୋଜକ ତନ୍ତୁ ନିର୍ମିତ ଆବରଣ ଥାଏ । ଯାହାକୁ କିଡନୀ କ୍ୟାପ ସ୍ୟୁଲ କହନ୍ତି । କିଡନୀ ଚାରି ପାଖରେ ଚର୍ବି ଥାଏ । କିଡନୀ ଆଗରେ ପେରିଟୋନିଅମ, ପଛରେ ଟ୍ରାନ୍ସଭରସାଲିସ ଫାସା, ଡାହାଣ କିଡନୀ ଉପର ପାଖରେ ଲିଭର ବା ଯକୃତ, ବାମ କିଡନି ଉପର ପାଖରେ ପ୍ଳିହା ଥାଏ ।
କିଡନୀ ପଦାର୍ଥକୁ ପାରେନାକାଇମା କହନ୍ତି । ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି । ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ । ପରିସ୍ରା ତିଆରି କରିବା ନିମନ୍ତେ ଅନେକ ଗୁଡିଏ ଏକକ (Unit) ଥାଏ ଯାହାକୁ ନେଫ୍ରନ (Nephron) କହନ୍ତି । ପ୍ରତ୍ୟେକ ନେଫ୍ରନରେ ଗୋଟିଏ ଫିଲଟର ଥାଏ ଓ ଏଥିରୁ ଗୋଟିଏ ଲମ୍ବା ନଳୀ ବାହାରି ଥାଏ । କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ । ନଳୀଟି ଇଂରାଜୀ ‘u’ ଭଳି ଦେଖାଯାଏ । ଫିଲଟରରୁ ଯେଉଁ ନଳୀ ବାହାରେ ତାହାକୁ ଡିସେଣ୍ଡି ଲୁପ ଅଫ ହେନଲେ, ତା ପର ଅଂଶକୁ ଲୁପ ଅଫ ହେନଲେ ଓ ତା ପର ଅଂଶକୁ ଆସେଣ୍ଡି ଲୁପ ଅଫ ହେନଲେ କହନ୍ତି । ଏହି ଶେଷ ଅଂଶଟି ଯାଇ କଲେକଟିଙ୍ଗ ଡକ୍ଟରେ ମିଶିଛି । ଏହି ଶେଷ ଅଂଶଟି ଯାଇ ପର୍ଯ୍ୟାୟକ୍ରମେ ଆହୁରି କେତେକ ନଳୀ ସହ ମିଶି କଲେକଟିଙ୍ଗ ଡକ୍ଟରେ ପରିଣତ ହୋଇଛି । ଏହି ପରି ଅନେକ ଡକ୍ଟ ମିଶି ପାପିଲା, ମାଇନର କାଲିକ୍ସ, ମେଜର କାଲିକ୍ସ ହୋଇ ଶେଷରେ ରେନାଲ ପେଲଭିସରେ ପରିଣତ ହୁଏ ଯେଉଁଠାରୁ ୟୁରେଟର ଆରମ୍ଭ ହୁଏ । ପ୍ରତି କିଡନିରୁ ଗୋଟିଏ ୟୁରେଟର ବାହାରି ଶେଷରେ ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ ।
ନେଫ୍ରନର ଆରମ୍ଭ ସ୍ଥାନରେ
ନେଫ୍ରନର ଆରମ୍ଭ ସ୍ଥାନଟିର ଆକାର ଗୋଟିଏ ଫୁଟବଲ ବ୍ଲାଡରକୁ ହାତରେ ଚିପି ଧରି ଦୁଇ ପ୍ରସ୍ତ କଲେ ଯେପରି ଦେଖାଯିବ ସେହିପରି ଥାଏ ଓ ଏହାକୁ ବାଓମେନ୍ସ କ୍ୟାପସ୍ୟୁଲ କହନ୍ତି । ସେହି ଭିତର ସ୍ଥାନରେ ରେନାଲ ଧମନୀ ଶାଖା ବିସ୍ତାର କରି ଶେଷରେ ଗୋଟିଏ ଆଫରଣ୍ଟ ଅର୍ଟେରିଓଲରେ ପରିଣତ ହୋଇ ଗୋଟିଏ ରକ୍ତ ନଳୀ ପ୍ରବେଶ କରି ଶାଖା ପ୍ରଶାଖା ମେଲେଇ ଯାଏ ଓ ଧିରେ କ୍ଷୁଦ୍ର ଶିରାରେ ପରିଣତ ହୁଏ । ଏହାକୁ ଗ୍ଲୋମେରୁଲସ କହନ୍ତି ।
କିଡନିର କାର୍ଯ୍ୟ
ସମ୍ପାଦନାଅଦରକାରୀ ପଦାର୍ଥର ନିଷ୍କାସନ
ସମ୍ପାଦନାଶରୀରର ବିପାକ ବା ମେଟାବୋଲିଜ୍ମଦ୍ୱାରା ଜାତ ହେଉଥିବା ଅଦରକାରୀ ତଥା କ୍ଷତିକାରକ ପଦାର୍ଥକୁ ନିଷ୍କାସନ କରିବାରେ କିଡନି ମୂଖ୍ୟ ଭୂମିକା ନିର୍ବାହ କରେ । ପ୍ରୋଟିନ ବା ପୁଷ୍ଟିସାର ଜାତୀୟ ଖାଦ୍ୟରୁ ବିପାଚନଦ୍ୱାରା ଯବକ୍ଷାରଜାନ ପଦାର୍ଥ ଯଥା ୟୁରିଆ, ଓ ନ୍ୟୁକ୍ଲିକ ଏସିଡର ବିପାଚନରୁ ୟୁରିକ ଏସିଡ ଜାତ ହୁଏ । ଏହି ପଦାର୍ଥ ଫିଲଟର ହୋଇ କିଡନିଦ୍ୱାରା ପରିସ୍ରାରେ ବାହାରି ଯାଏ ।
ଅତ୍ୟାବଶ୍ୟକ ପୋଷକମାନଙ୍କର ଅବଶୋଷଣ
ସମ୍ପାଦନାନିମ୍ନରେ କେତେକ ପୋଷକମାନଙ୍କର ନେଫ୍ରନର କେଉଁ ସ୍ଥାନରେ କଅଣ ଅବଶୋଷଣ ହୁଏ ତାହାର ତାଲିକା ଦିଆ ଯାଇଛି ।
ପୁନଃ ଅବଶୋଷଣ ସ୍ଥାନ | ପୁନଃ ଅବଶୋଷିତ ପୋଷକ | ସୂଚନା |
---|---|---|
ପ୍ରାରମ୍ଭ ପ୍ରୋକ୍ସିମାଲ ଟିବ୍ୟୁଲ | ଗ୍ଲୁକୋଜ ବା ଶର୍କରା (୧୦୦%), ଆମିନୋ ଏସିଡ (୧୦୦%), ବାଇକାର୍ବୋନେଟ (୯୦%), Na+ (୬୫%), Cl−, ଫସଫେଟ ଓ H2O (୬୫%) |
|
ପତଳା ଡିସେନ୍ଡିଙ୍ଗ ଲୁପ ଅଫ ହେନଲେ | H2O |
|
ମୋଟା ଉର୍ଦ୍ଧ୍ୱଗାମୀ ଲୁପ ଅଫ ହେନଲେ | Na+ (୧୦-୨୦%), K+, Cl−; Mg2+, Ca2+ର ପାରାସେଲ୍ୟୁଲାର ଅବଶୋଷଣ ବିକଳ୍ପ ଭାବରେ କରାଏ |
|
ପ୍ରାରମ୍ଭ ମୋଡି ହୋଇଥିବା ଟୁବ୍ୟୁଲ | Na+, Cl− |
|
କଲେକଟିଂ ଟୁବ୍ୟୁଲ | Na+(3–5%), H2O |
|
ଗର୍ଭାବସ୍ଥାରେ ଗ୍ଳୁକୋଜର ପୁନଃ ଅବଶୋଷଣ କମିଯାଏ ।
ଏସିଡ-ବେସ ସମତୁଲ
ସମ୍ପାଦନାକିଡନି ଓ ଫୁସଫୁସ ଏହି ଦୁଇ ଅଙ୍ଗ ଦେହର ଏସିଡ- ବେସ ବା pH ସମତୁଲ କରିବା ନିମନ୍ତେ କାମ କରନ୍ତି । ଫୁସଫୁସ ଅଙ୍ଗାରକାମ୍ଳ ନିସ୍କାସନ କରି ଓ କିଡନି ଉଦଜାନ ଆୟନ ନିଷ୍କାସନ କରିବା ସହ ପରିସ୍ରାରୁ ବାଇକାର୍ବୋନେଟ ପୁନଃଶୋଷଣ କରି ଏହି ଏସିଡ- ବେସ ସମତୁଲ କରେ ।
ଅସମୋଲାଲିଟି ନିୟନ୍ତ୍ରଣ
ସମ୍ପାଦନାପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ (Hypothalamus) ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି (Posterior pituitary gland) ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ (Antidiuretic hormone) କ୍ଷରିତ କରାଏ । ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ ।
କିଛି ଛବି
ସମ୍ପାଦନା-
Kidney Posterior View
-
Anterior relation of Left Kidney
-
Structure of a Kidney
-
Kidney Anatomy
-
Kidney Cross Section
Dissection images |
---|
|
ଆଧାର
ସମ୍ପାଦନା- ↑ "HowStuffWorks How Your Kidney Works".
- ↑ "Kidneys Location Stock Illustration". Archived from the original on 2013-09-27.
ବାହାର ଲିଙ୍କ୍
ସମ୍ପାଦନା- The NephCure Foundation offers educational materials on the kidney diseases/conditions Nephrotic Syndrome and FSGS
- The Kidney Foundation of Canada
- electron microscopic images of the kidney (Dr. Jastrow's EM-Atlas) Archived 2009-09-14 at the Wayback Machine.
- European Renal Genome project kidney function tutorial Archived 2007-09-28 at the Wayback Machine.
- Kidney Foundation of Canada kidney disease information Archived 2007-09-28 at the Wayback Machine.
- Renal Fellow Network: Structure & Function of Other Animals' Kidneys
- Kidney Stones Archived 2020-09-16 at the Wayback Machine.
- Kidney Diseases Archived 2017-09-12 at the Wayback Machine.
- Kidney Information
- Animated Presentatin on Kidney Function Archived 2010-12-29 at the Wayback Machine.
- CAT Scans of various kidney diseases and conditions - CT Cases
- Kidney Stones; Information and Treatments