ସମର ସଲିମ ସାଇମନ

୧୯୭୯ର ଓଡ଼ିଆ କଥାଚିତ୍ର

ସମର ସଲିମ ସାଇମନ, ୧୯୭୯ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇ ଏହା ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ କଟକର ବାରିପଦାଭଦ୍ରକ ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା । ମହାନ୍ତିଙ୍କ ସହ ସହ-ନିର୍ଦ୍ଦେଶନା ଦେଇଥିଲେ ବିଜୟ ସିଂହ ଓ ଶୈଳଜା ନନ୍ଦ । ମୋଟ ୩ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚରେ କଥାଚିତ୍ରଟି ତିଆରି ହୋଇଥିଲା । ହିନ୍ଦୀ କଥାଚିତ୍ର ଅମର ଆକବର ଆନ୍ଥୋନୀର ଛାୟାରେ ଏହା ତିଆରି ହୋଇଥିଲା ।[୧][୨]

ସମର ସଲିମ ସାଇମନ
ନିର୍ଦ୍ଦେଶକଅକ୍ଷୟ ମହାନ୍ତି (କାଶ୍ୟପ), ଶୈଳଜା ନନ୍ଦ
ପ୍ରଯୋଜକଶୈଳଜାନନ୍ଦ ନାୟକ
ସଂଳାପ(ସଂଳାପ):
କଳାକାରହରିଶ ମହାପାତ୍ର, ସୁଜାତା ଆନନ୍ଦ, ଅନିତା ଦାସ
ସଙ୍ଗୀତମୁସୀର
ମୁକ୍ତିଲାଭ ତାରିଖ
୩୦ ଅଗଷ୍ଟ ୧୯୭୯
ଦେଶଭାରତ
ଭାଷାଓଡ଼ିଆ
ମୋଟ ଆୟIndian Rupee ₹ ୩ଲକ୍ଷ ୬୫ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ସମର ସଲିମ ସାଇମନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

Untitled

ମହମ୍ମଦ ମୁସୀର ପ୍ରଥମ କରି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଭୟ ମୁସିର ଓ ନିଜାମଙ୍କ ଗୀତଗୁଡ଼ିକ ରଚନା କରିଥିଲେ । ଏଥିରେ ମୋଟ ୫ ଗୋଟି ଗୀତ ଥିଲା । "ଏ ପ୍ରିୟତମା ପ୍ରିୟତମା"ରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଶେଖର ଘୋଷ ଓ ସାଥି, 'ହୃଦୟର ଏହି ଶୁନ୍ୟତାକୁ'[୩]ରେ ଶେଖର ଘୋଷ, 'ମୁଁ ଯେ ଏକ ପାଗଳ ଭଅଁର'ରେ କୁମୁଦିନୀ ମିଶ୍ର ଓ ତାନସେନ ସିଂ, 'ତୋର ଉଡ଼ି ଉଡ଼ି ଯାଏ କାନୀ'ରେ ସୁବାସ ଦାସ ଓ କନକ ମହାପାତ୍ର[୧][୨]

ଗୀତ ତାଲିକା
କ୍ରମଗୀତସମୟ
1."ଏ ପ୍ରିୟତମା ପ୍ରିୟତମା" 
2."ହୃଦୟର ଏହି ଶୁନ୍ୟତାକୁ" 
3."ମୁଁ ଯେ ଏକ ପାଗଳ ଭଅଁର" 
4."ନିଅ ନିଅ ବାବୁ ଫୁଲ ଗଜରା" 
5."ତୋର ଉଡ଼ି ଉଡ଼ି ଯାଏ କାନୀ" 

ଆଧାର ସମ୍ପାଦନା

  1. ୧.୦ ୧.୧ "Year 1979: Samar Salim Saiman". Odiamoviedatabase.com. Archived from the original on 23 December 2015. Retrieved 13 January 2016.
  2. ୨.୦ ୨.୧ ସିଂହ, ଭୀମ. ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ.
  3. ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.

ଅଧିକ ତଥ୍ୟ ସମ୍ପାଦନା