ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ

ଡୋକ୍ରିଚଞ୍ଚଡ଼ା କଳାହାଣ୍ଡି ଜିଲ୍ଲାରେ ଥିବା ଏକ ଜଳପ୍ରପାତ । ଏହା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଦୁଦକଠେଙ୍ଗା ଗାଁରେ ଅବସ୍ଥିତ ।[୧] ଏଠାରେ ଆଗ୍ନେୟଗିରି ଉଦ୍ଗୀରଣ ଫଳରେ ପ୍ରାକୃତିକ ଗୁମ୍ଫା ତିଆରି ହୋଇ ପରେ ଜଳପ୍ରପାତ ସୃଷ୍ଟି ହୋଇଛି । ଜଳପ୍ରପାତକୁ ଲାଗିଥିବା ଡୋକ୍ରିଚଞ୍ଚଡ଼ା ଅଞ୍ଚଳ ଅଧୀନରେ ଥିବା ଅମ୍ପାନି, ଟେମରା, କଭଦଳ, ଡାବ୍ରିଗଡ଼, ପୋଢ଼ାଗୁଡ଼ା, କୁତ୍ରୁ, ଘଣ୍ଟିଗୁଡ଼ା, ସିଉଣି ଓ ବିରିମାଲ ଆଦି ଅଞ୍ଚଳରେ କନ୍ଧ, ଗଣ୍ଡ, ପରଜା, ଭାଟରା, ଗଢ଼ବାସଉରା (ଶବର) ଆଦି ଅଦିମ ଜନଜାତି ବାସ କରିଥାନ୍ତି । ଏହି ଜଳପ୍ରପାତକୁ ଲାଗି ଘନ ବନାନୀ ବେଢ଼ି ରହିଛି । ଏକ କିଲୋମିଟର ବ୍ୟାପୀ ଏକ ଗ୍ରାନାଇଟର ଚଟାଣ ଉପରେ ଏହି ଜଳପ୍ରପାତ ବ‌ହିଛି ।[୨]

ଡୋକ୍ରିଚଞ୍ଚଡ଼ା
ଅବସ୍ଥାନକଳାହାଣ୍ଡି ଜିଲ୍ଲା, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 ମି[convert: unknown unit]
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ



ଆଧାର ସମ୍ପାଦନା

  1. "List of Total Habitations with 100% Population Coverage". Ministry of Drinking Water and Sanitation. Retrieved 26 September 2013.
  2. "NRO urges Centre to set up 'Indira Gandhi Rastriya Manava Sangrahalay' in Kalahandi". OdishaToday. 20 August 2013. Archived from the original on 7 March 2016. Retrieved 26 September 2013.