ଅନୀତା ଦାସ
ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି[୧] ।
ଅନୀତା ଦାସ | |
---|---|
ଜନ୍ମ | ନୟାଗଡ |
ମୃତ୍ୟୁ | ମଇ ୧୧, ୨୦୧୮ କଟକ, ଓଡ଼ିଶା |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନୟ |
ସକ୍ରିୟ ବର୍ଷ | ୧୯୭୬-୨୦୧୮ |
ପ୍ରସିଦ୍ଧି | ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ [୧]। ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ[୨] ।
କଥାଚିତ୍ର ଜୀବନ
ସମ୍ପାଦନାସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କହିଥିଲେ,
ତୁମର ତ ଆସିବାର ନଥିଲା, କେମିତି ଆସିଲ ?
। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସହ ତାଙ୍କ ପ୍ରଦର୍ଶନକୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ[୧] । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ [୨] । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍କ୍ୟୁଜ୍ ମି[୧] ।
ରାଜନୀତି ଜୀବନ
ସମ୍ପାଦନାତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।[୨]
ଓଡ଼ିଆ କଥାଚିତ୍ର
ସମ୍ପାଦନା- ଏକ୍ସ୍କ୍ୟୁଜ୍ ମି, ୨୦୧୮
- କାବୁଲା ବାରବୁଲା, ୨୦୧୭
- ଏ ମନ ଖୋଜେ ମନଟିଏ, ୨୦୧୧
- ଆସିବୁ କେବେ ସାଜି ମୋ ରାଣୀ, ୨୦୧୦
- ଓଁ ନମଃ ଶିବାୟ, ୨୦୧୦[୩]
- ଆଲୋ ମୋର କଣ୍ଢେଇ, ୨୦୧୦[୪]
- ଆମ ଭିତରେ କିଛି ଅଛି, ୨୦୧୦[୫]
- ସ୍ୱୟଂସିଦ୍ଧା, ୨୦୧୦[୬]
- ଡନ୍, ୨୦୧୦[୭]
- ଆକାଶେ କି ରଙ୍ଗ ଲାଗିଲା, ୨୦୦୯[୮]
- ଶାଶୁ ହାତକଡ଼ି ଭାଉଜ ବେଡି, ୧୯୯୯[୯]
- ଲକ୍ଷ୍ମଣ ରେଖା, ୧୯୯୬[୯]
- ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪[୯]
- ଗଢ଼ି ଜାଣିଲେ ଘର ସୁନ୍ଦର, ୧୯୯୪[୯]
- ଅଣ୍ଟି ଛୁରୀ ତଣ୍ଟି କାଟେ, ୧୯୯୨[୯]
- ସୁଖ ସଂସାର, ୧୯୯୨[୯]
- ମୁକ୍ତି ତୀର୍ଥ, ୧୯୯୨[୯]
- କି ହେବ ଶୁଆ ପୋଷିଲେ, ୧୯୯୧[୯]
- ଠାକୁର ଅଛନ୍ତି ଚଉବାହାକୁ, ୧୯୯୦[୯]
- ପାପପୁଣ୍ୟ, ୧୯୮୮
- ପୁଅ ମୋ କଳା ଠାକୁର, ୧୯୮୮[୯]
- ଶୁନା ଚଢ଼େଇ, ୧୯୮୮[୯]
- ଜୟଦେବ, ୧୯୮୭[୯]
- ଏଇତ ଦୁନିଆ, ୧୯୮୭[୨]
- ବାବୁଲା, ୧୯୮୬[୯]
- ମମତା ମାଗେ ମୂଲ, ୧୯୮୫[୯]
- ସଂସ୍କାର, ୧୯୮୫[୯]
- ଜନନୀ, ୧୯୮୪[୯]
- ସ୍ୱପ୍ନ ସାଗର, ୧୯୮୩[୯]
- ଭକ୍ତ ସାଲବେଗ, ୧୯୮୩[୯]
- ଝିଅଟି ସୀତା ପରି, ୧୯୮୩[୯]
- ରାମ ରହିମ, ୧୯୮୩[୯]
- ଫୁଲ ଚନ୍ଦନ, ୧୯୮୨[୯]
- ଅସ୍ତରାଗ, ୧୯୮୨[୯]
- ତପସ୍ୟା, ୧୯୮୦[୨]
- ପରିବାର, ୧୯୭୮ [୧୦]
- କୃଷ୍ଣ ସୁଦାମା, ୧୯୭୬ [୧୧]
- ଯାଯାବର, ୧୯୭୫
ହିନ୍ଦୀ ଚଳଚ୍ଚିତ୍ର
ସମ୍ପାଦନାପୁରସ୍କାର
ସମ୍ପାଦନାମୃତ୍ୟୁ
ସମ୍ପାଦନା୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍ଘାତରେ ତିରୋଧାନ ଘଟିଥିଲା ।[୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "ପରଲୋକରେ ଅନୀତା ଦାସ". ସମାଜ. p. 1.
{{cite news}}
:|access-date=
requires|url=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "ମା' ଚାଲିଗଲେ". ସମାଜ. p. 18.
{{cite news}}
:|access-date=
requires|url=
(help) - ↑ [୧], OM NAMAH SHIVAYA
- ↑ [୨], AALO MORA KANDHEI
- ↑ [୩], AMA BHITARE KICHI ACHI
- ↑ [୪], SWAYAMSIDDHA
- ↑ [୫], DON
- ↑ [୬], AKASHE KI RANGA LAGILA
- ↑ ୯.୦୦ ୯.୦୧ ୯.୦୨ ୯.୦୩ ୯.୦୪ ୯.୦୫ ୯.୦୬ ୯.୦୭ ୯.୦୮ ୯.୦୯ ୯.୧୦ ୯.୧୧ ୯.୧୨ ୯.୧୩ ୯.୧୪ ୯.୧୫ ୯.୧୬ ୯.୧୭ ୯.୧୮ ୯.୧୯ ୯.୨୦ ୯.୨୧ [୭] Archived 2018-05-17 at the Wayback Machine., MOVIES
- ↑ [୮] Archived 2018-06-18 at the Wayback Machine., CAST & CREW
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016.
{{cite news}}
:|first=
missing|last=
(help) - ↑ Patra, Pratyush. "Stars shine at awards night". The Telegraph. Retrieved 22 August 2016.
- ↑ "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". ସମ୍ବାଦ ଡଟ ଇନ. Retrieved 11 May 2018.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନୀତା ଦାସ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |