ଅମରେନ୍ଦ୍ର ମହାନ୍ତି

ଓଡ଼ିଆ ସଙ୍ଗୀତକାର

ଅମରେନ୍ଦ୍ର ମହାନ୍ତି (୬ ଫେବୃଆରୀ ୧୯୫୮ - ୧୭ ମଇ ୨୦୨୧), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ ।[୧] ବୁଲୁ ଭାଇ ଭାବରେ ସେ ପରିଚିତ ଥିଲେ ।

ଅମରେନ୍ଦ୍ର ମହାନ୍ତି
Amarendra Mohanty Odia Film Music Director.jpg
ଜନ୍ମ ଓ ଜନ୍ମସ୍ଥାନ୬ ଫେବୃଆରୀ ୧୯୫୮(1958-02-06)
ମୃତ୍ୟୁ୧୭ ମଇ ୨୦୨୧(2021-05-17) (ବୟସ ୬୩)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ଜୀବନସାଥିସବିତା ମହାନ୍ତି
ସନ୍ତାନଅନ୍ୱେଷା ମହାନ୍ତି
ବାପା ବୋଉନଗେନ୍ଦ୍ରନାଥ ମହାନ୍ତି, ଶରତ କୁମାରୀ ମହାନ୍ତି

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଅମରେନ୍ଦ୍ର ୧୯୫୮ ମସିହାରେ କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ସେ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ବାଳକୃଷ୍ଣ ଦାଶ, ସୁନନ୍ଦା ପଟ୍ଟନାୟକ ଓ ହରେକୃଷ୍ଣ ମହାନ୍ତିଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇ ସେ ୨୦୨୧ ମସିହା ମଇ ମାସ ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[୨][୩]

ସଙ୍ଗୀତକାର ଜୀବନସମ୍ପାଦନ କରନ୍ତୁ

ଆକାଶବାଣୀ କଟକରୁ ଅମରେନ୍ଦ୍ର ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ୧୯୯୩ ମସିହାର ଚଳଚ୍ଚିତ୍ର ଶ୍ରଦ୍ଧାଞ୍ଜଳି ଥିଲା ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର । ଅନେକ ଗୀତରେ ସେ ନିଜେ କଣ୍ଠଶିଳ୍ପୀ ମଧ୍ୟ ଥିଲେ । [୪][୫] ଓଡ଼ିଶାରେ ସଙ୍ଗୀତ ରେକଡ଼ିଂ ଷ୍ଟୁଡ଼ିଓର ଅଭାବ ଥିବାବେଳେ ସେ କଟକରେ ନିଜ ଘରେ ଆଶା ଷ୍ଟୁଡ଼ିଓ ନାମରେ ଏକ ଷ୍ଟୁଡ଼ିଓ ପ୍ରତିଷ୍ଠା କରି ଗୀତ ରେକଡ଼ିଂ ଆରମ୍ଭ କରିଥିଲେ । ମହମ୍ମଦ ଅଜିଜଙ୍କ ଭଳି କଣ୍ଠଶିଳ୍ପୀ ମଧ୍ୟ ଏଠାରେ ରେକଡ଼ିଂ କରିଥିଲେ । ପତ୍ନୀ ସବିତାଙ୍କ ନିଧନ ପରେ, ଅମରେନ୍ଦ୍ର ଭୁବନେଶ୍ୱରକୁ ବିସ୍ଥାପିତ ହୋଇ, ସେଠାରେ ଅମରେନ୍ଦ୍ର ମହାନ୍ତି ମ୍ୟୁଜିକ ଏକାଡ଼େମୀ ପ୍ରତିଷ୍ଠା କରି ସଙ୍ଗୀତ ଶିକ୍ଷାଦାନ କରୁଥିଲେ ।[୬]

ସମ୍ପୃକ୍ତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ ଭୂମିକା
ହେ ସଖା ୨୦୧୨ ଆଶିଷ ଭଟ୍ଟାଚାର୍ଯ୍ୟ ସଙ୍ଗୀତକାର, ଗାୟକ
କଣ୍ଢେଇ ଆଖିରେ ଲୁହ ୨୦୦୪ ରବି କିନ୍ନାଗି ସଙ୍ଗୀତକାର
ପରି ମହଲ ୨୦୦୩ ବିକାସ ଦାସ ସଙ୍ଗୀତକାର
ସରପଞ୍ଚ ବାବୁ ୧୯୯୯ ଚକ୍ର ପାଣି ସଙ୍ଗୀତକାର
ଧର୍ମ ଦେବତା ୨୦୦୧ ବିଜୟ ଭାସ୍କର ସଙ୍ଗୀତକାର
ମାଗୁଣିର ଶଗଡ଼ ୨୦୦୧ ପ୍ରଫୁଲ୍ଲ ମହାନ୍ତି ସଙ୍ଗୀତକାର
ଜୟ ଶ୍ରୀରାମ ୨୦୦୫ ତୃପ୍ତି ବିଶ୍ୱାଳ ସଙ୍ଗୀତକାର
ରାମ ଲକ୍ଷ୍ମଣ ୧୯୯୭ ସଂଗ୍ରାମ ବିଶ୍ୱାଳ ସଙ୍ଗୀତକାର
ବସୁଧା ୧୯୯୬ ଅବତାର ସିଂହ ସଙ୍ଗୀତକାର
ସୁନା ପଞ୍ଜୁରୀ ୧୯୯୫ ରବି କିନ୍ନାଗି ସଙ୍ଗୀତକାର
ଶ୍ରଦ୍ଧାଞ୍ଜଳି ୧୯୯୩ ପଙ୍କଜ ପାଣି ସଙ୍ଗୀତକାର
ଭାଇ ହେଲା ଭଗାରି ୧୯୯୪ ରବି କିନ୍ନାଗି ସଙ୍ଗୀତକାର
ସିଂହବାହିନୀ ୧୯୯୮ ରାଜୁ ମିଶ୍ର ସଙ୍ଗୀତକାର
ପବିତ୍ର ବନ୍ଧନ ୧୯୯୯ ରବି କିନ୍ନାଗି ସଙ୍ଗୀତକାର
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ ୨୦୧୯ ଜିତେନ୍ଦ୍ର ମହାପାତ୍ର ସଙ୍ଗୀତକାର

ଆଧାରସମ୍ପାଦନ କରନ୍ତୁ

  1. Indian Panorama. Directorate of Film Festivals, Ministry of Information and Broadcasting, Government of India. 2002.
  2. "ଆଉ ନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ୬୩ବର୍ଷ ବୟସରେ ଦେହାନ୍ତ". www.prameyanews7.com. ପ୍ରମେୟ ନ୍ୟୁଜ. Retrieved 17 May 2021.
  3. "ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ". odishareporter.in. odisha reporter. Archived from the original on 17 May 2021. Retrieved 17 May 2021.
  4. "Popular Odia music director Amarendra Mohanty breathes his last due to COVID-19". OrissaPOST (in English). Bhubaneswar. 17 May 2021. Archived from the original on 17 May 2021. Retrieved 17 May 2021.{{cite news}}: CS1 maint: unrecognized language (link)
  5. "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.
  6. "ସଙ୍ଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ". No. ସମ୍ବାଦ ୧୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡିଆ. 18 May 2021. Archived from the original on 18 May 2021. Retrieved 18 May 2021.

ବାହାର ଆଧାରସମ୍ପାଦନ କରନ୍ତୁ