ରବି କିନ୍ନାଗି
ରବି କିନ୍ନାଗି ପ୍ରଧାନତଃ ବଙ୍ଗଳା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିଥିବା ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କାହାଣୀକାର ।[୧][୨] ତାଙ୍କ ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ହେଉଛି ଜୀବନ ସଂଗୀ (୧୯୯୦) । ତାଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ବଙ୍ଗଳା ଚଳଚ୍ଚିତ୍ର ହେଉଛି ସୋନାର ଖାଞ୍ଚା (୧୯୯୮), ଅନ୍ନଦାତା (୨୦୦୨), ଚମ୍ପିଆନ (୨୦୦୩), ମସ୍ତାନ (୨୦୦୪), ଆଇ ଲଭ ୟୁ (୨୦୦୭), ପ୍ରେମର କାହାନୀ (୨୦୦୮) ଓ ଜୋଶ (୨୦୧୦) । ୧୯୮୬ ମସିହାରେ ମାନିନୀ ଚଳଚ୍ଚିତ୍ରରୁ ସେ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ରସବୁ ମଧ୍ୟରେ ସୁନା ଚଢ଼େଇ, ଆମ ଘର ଆମ ସଂସାର, ପଦଦେଶୀ ଚଢ଼େଇ, ଭାଇ ହେଲା ଭଗାରୀ ଓ ପବିତ୍ର ବନ୍ଧନ ଆଦି ଅନ୍ୟତମ ।
ରବି କିନ୍ନାଗି | |
---|---|
ଜନ୍ମ | ୧୯ ଅକ୍ଟୋବର ୧୯୫୫ |
ଜାତୀୟତା | ଭାରତୀୟ |
ବୃତ୍ତି | ଚଳଚ୍ଚିତ୍ର ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୯୦ ରୁ |
ବୃତ୍ତିଗତ ଜୀବନ
ସମ୍ପାଦନାରବି କିନ୍ନାଗୀ ପ୍ରଥମେ ତାଙ୍କ ବାପା ଓ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା ଶଙ୍କର କିନ୍ନାଗୀଙ୍କଠାରୁ ଫିଲ୍ମ ନିର୍ଦ୍ଦେଶନା ଶିଖିଥିଲେ । ପରେ ସେ ଫିଲ୍ମ ନିର୍ଦ୍ଦେଶକ ଏସ. ରାମନାଥନ ତଥା ଅନୀଳ ଗାଙ୍ଗୁଲୀଙ୍କ ସହଯୋଗୀ ଭାବେ କାମ ଆରମ୍ଭ କରିଥିଲେ । ରାଜଶ୍ରୀ ପ୍ରଡକ୍ସନ୍ସରେ କାମ କଲାବେଳେ ସେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ କିଛି ହିନ୍ଦୀ ଫିଲ୍ମରେ କାମ ଆରମ୍ଭ କରିଥିଲେ । ପରେ ସେ ଓଡ଼ିଶାକୁ ଓଡ଼ିଆ ଫିଲ୍ମ କରିବା ପାଇଁ ଆସିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ମାନିନୀ (୧୯୮୬) । ଏହା ବ୍ୟତୀତ ସେ ସୁନା ଚଢ଼େଇ, ଆମ ଘର ଆମ ସଂସାର, ପଦଦେଶୀ ଚଢ଼େଇ, ଭାଇ ହେଲା ଭଗାରୀ ଓ ପବିତ୍ର ବନ୍ଧନ ଆଦି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପରେ ସେ ବଙ୍ଗଳା ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲିଯାଇଥିଲେ ।
ଚଳଚ୍ଚିତ୍ର ନିର୍ଦ୍ଦେଶନା
ସମ୍ପାଦନାଓଡ଼ିଆ ଚଳଚ୍ଚିତ୍ର
ସମ୍ପାଦନା- ମାନିନୀ -୧୯୮୬
- କାବେରୀ -୧୯୮୩
- ସୁନା ଚଢ଼େଇ-୧୯୮୮
- ଭୀଷ୍ମ ପ୍ରତିଜ୍ଞା-୧୯୯୨
- ଆମ ଘର ଆମ ସଂସାର-୧୯୯୧
- ପରଦେଶୀ ଚଢ଼େଇ-୧୯୯୦
- ଭାଇ ହେଲା ଭଗାରି-୧୯୯୪
ବଙ୍ଗଳା ଚଳଚ୍ଚିତ୍ର
ସମ୍ପାଦନା- ଜୀବନ ସଂଗୀ (୧୯୯୦)
- ଅନ୍ନଦାତା (୨୦୦୨)
- ଚମ୍ପିୟାନ (୨୦୦୩)
- ପ୍ରେମୀ (୨୦୦୪)
- ମସ୍ତାନ (୨୦୦୪)
- ବନ୍ଧନ (୨୦୦୪)
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "Rabi Kinagi". Complete Index to World Film. Retrieved 14 February 2009.
- ↑ "The great role reversal of Tollywood". The New Indian Express. Archived from the original on 4 March 2016. Retrieved 19 August 2015.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରବି କିନ୍ନାଗି