ସଂଗ୍ରାମ ବିଶ୍ୱାଳ

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ସଂଗ୍ରାମ ବିଶ୍ୱାଳ, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ସଂଗ୍ରାମ ବିଶ୍ୱାଳ
ଜନ୍ମ
ବୃତ୍ତିଚଳଚ୍ଚିତ୍ର ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୯୪-ଏବେଯାଏଁ
ସନ୍ତାନସାଜନ୍ ବିଶ୍ୱାଳ

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନ କରନ୍ତୁ

ସଂଗ୍ରାମ ବିଶ୍ୱାଳଙ୍କର ପୁଅ ସାଜନ୍ ବିଶ୍ୱାଳ ମୁ୍କ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।[୪][୫]

ନିର୍ଦ୍ଦେଶକ ସମ୍ପାଦନ କରନ୍ତୁ

ସଂଗ୍ରାମ ବିଶ୍ୱାଳ ୧୯୯୧ ମସିହାରେ ଓଡ଼ିଆ କଥାଚିତ୍ର ବସ୍ତ୍ର ହରଣରେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୪ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ ପ୍ରବେଶ କରିଥିଲେ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୨]

ନିର୍ଦ୍ଦେଶିତ କଥାଚିତ୍ର ସମ୍ପାଦନ କରନ୍ତୁ

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

  • ବସ୍ତ୍ର ହରଣ
  • ପ୍ରେମ ଅଢ଼େଇ ଅକ୍ଷର

ଆଧାର ସମ୍ପାଦନ କରନ୍ତୁ

  1. "ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ". sambad.in. 12 February 2018. Retrieved 17 February 2018.
  2. ୨.୦ ୨.୧ "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
  3. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  4. "ଓଲିଉଡର ନୂଆ ନାୟକ ସାଜନ୍‌ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ". sambad.in. 18 January 2018. Retrieved 1 February 2018.
  5. "ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.{{cite news}}: CS1 maint: unrecognized language (link)
  6. "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 27 August 2018. Retrieved 27 August 2018.

ବାହାର ଆଧାର ସମ୍ପାଦନ କରନ୍ତୁ

ଇଣ୍ଟରନେଟ ମୁଭି ଡାଟାବେସରେ ସଂଗ୍ରାମ ବିଶ୍ୱାଳ