ତ୍ରିପୁରା ମିଶ୍ର
ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ ।[୨][୩] ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ[୪] , ସିନ୍ଦୂର ବିନ୍ଦୁ, କୃଷ୍ଣ ସୁଦାମା[୫] ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।
ତ୍ରିପୁରା ମିଶ୍ର | |
---|---|
ଜନ୍ମ | ତ୍ରିପୁରା ମିଶ୍ର |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୫-୧୯୮୮ |
ବୈବାହିକ-ସାଥୀ | ଶ୍ରୀରାମ ପଣ୍ଡା[୧] |
ସନ୍ତାନ | ୨ |
ପିତାମାତା | ପୁଷ୍ପଲତା ମିଶ୍ର |
୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା ।[୬] ୨୦୧୮ ମସିହାରେ ଫେବୃଆରୀ ୪ ତାରିଖରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜିନ ଆୱାର୍ଡ ଶୋ ଟାଇମ୍-୨୦୧୮ରେ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।[୭]
ପ୍ରାରମ୍ଭିକ ଜୀବନ
ସମ୍ପାଦନାତ୍ରିପୁରା ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ମା ପୁଷ୍ପଲତା ମିଶ୍ର ଥିଲେ ତାଙ୍କର ସଙ୍ଗୀତ ଶିକ୍ଷାର ଆଦ୍ୟଗୁରୁ ।[୮] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଇତିହାସର ପର୍ବପର୍ବାଣି ଉପରେ ଗବେଷଣା କରି ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।[୯]
ଅଭିନୟ ଜୀବନ
ସମ୍ପାଦନାତ୍ରିପୁରା ୧୯୭୫ ମସିହାରେ ଯାଯାବର କଥାଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସେହି ବର୍ଷ ସମୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଏବଂ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ତପସ୍ୟା, ୧୯୮୧ରେ ମାନସୀ, ୧୯୮୩ରେ ସୁବର୍ଣ୍ଣ ସୀତା, ୧୯୮୮ରେ କୁରୁକ୍ଷେତ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୭୫ | ଯାଯାବର | ସୁଜାତା | |
ସମୟ | ସୁଲେଖା | ||
୧୯୭୬ | ସିନ୍ଦୂର ବିନ୍ଦୁ | ||
କୃଷ୍ଣ ସୁଦାମା | ସୁମତୀ | ||
୧୯୮୦ | ତପସ୍ୟା | ||
୧୯୮୧ | ମାନସୀ | ||
୧୯୮୩ | ସୁବର୍ଣ୍ଣ ସୀତା | ||
୧୯୮୮ | କୁରୁକ୍ଷେତ୍ର |
ବୈବାହିକ ଜୀବନ ଏବଂ ପରିବାର
ସମ୍ପାଦନା୧୯୭୮ ମସିହାରେ ତ୍ରିପୁରା ମିଶ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନଦ୍ୱୟଙ୍କୁ ବଡ଼ କରିଛନ୍ତି । ସେତେବେଳେ ଶ୍ରୀରାମଙ୍କ କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ଏହି କଥାରେ ମର୍ମାହତ ହୋଇ ଶ୍ରୀରାମ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ।[୧୦] ତ୍ରିପୁରା ଅଭିନୟ ଛାଡ଼ି ପରେ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଯୋଗଦେଇଥିଲେ ।[୩]
ଆଧାର
ସମ୍ପାଦନା- ↑ Singhal, Minati (16 November 2012). "Sriram Panda to receive Jaydev Award". The Times of India. Retrieved 28 March 2017.
- ↑ SHILPI SAMPAD; SUBHASHISH MOHANTY (7 April 2012). "'I wanted to get rid of my vices...'". The Telegraph. Retrieved 28 March 2017.
- ↑ ୩.୦ ୩.୧ "5 Ollywood Couples Who Split-Up". Odisha Sun Times. 4 November 2015. Retrieved 28 March 2017.
- ↑ "୧୯୭୬ର ଓଡ଼ିଆ ଚଳଚ୍ଚିତ୍ର 'ସମୟ'ର ସ୍କି୍ରନିଂ". ସର୍ବସାଧାରଣ. 8 July 2016. Retrieved 28 March 2017.[permanent dead link]
- ↑ "ପ୍ରଦର୍ଶିତ ହେଲା 'କୃଷ୍ଣ ସୁଦାମା'". ସମ୍ବାଦ. 30 November 2016. Archived from the original on 31 March 2017. Retrieved 28 March 2017.
- ↑ Sahoo, Shyamsundar (13 December 2015). "୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ". OdiaPua.com. Retrieved 28 March 2017.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
- ↑ "ଆଜିର ଅତିଥୀ". ସମାଜ ୨୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 March 2018.
- ↑ "Srimati Bhagyabati: Tripura Mishra Wife Of Sriram Panda". Kanak News. 9 April 2015. Retrieved 28 March 2017.
- ↑ Chakra, Shyamhari (17 June 2008). "A crusader on and off screen!". The Hindu. Retrieved 28 March 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତ୍ରିପୁରା ମିଶ୍ର