ମିନତି ମିଶ୍ର

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ

ମିନତି ମିଶ୍ର (୧୪ ଅପ୍ରେଲ ୧୯୩୬ - ୦୬ ଜାନୁଆରୀ ୨୦୨୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଥିଲେ । ଭାରତ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ସ୍ନାତକ ଥିଲେ । ଆକାଶବାଣୀରେ "ଏ ଗ୍ରେଡ଼" ଡ୍ରାମା କଳାକାର ମଧ୍ୟ ଥିଲେ ।[୧] ୨୦୧୨ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ମିନତି ମିଶ୍ର
ଜନ୍ମ( 1936-04-14)୧୪ ଅପ୍ରେଲ ୧୯୩୬
ମୃତ୍ୟୁ୬ ଜାନୁଆରୀ ୨୦୨୦(2020-01-06) (ବୟସ ୮୩)
ମୃତ୍ୟର କାରଣକର୍କଟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର ଓଡ଼ିଆ, ପି.ଏଚ.ଡ଼ି(ନୃତ୍ୟଶାସ୍ତ୍ର)
ବୃତ୍ତିଓଡ଼ିଶୀ ନୃତ୍ୟଗୁରୁ
ସକ୍ରିୟ ବର୍ଷ୧୯୬୩-୧୯୬୭
ଜଣାଶୁଣାଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଜୀବନସାଥୀନିତ୍ୟାନନ୍ଦ ମିଶ୍ର
ସନ୍ତାନସବିତାଭ ମିଶ୍ର
ବସନ୍ତ କୁମାର ଦାସ
ବସନ୍ତ କୁମାରୀ ଦେବୀ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ମିନତି, ୧୯୩୬ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ଥିଲା ବସନ୍ତ କୁମାର ଦାସ ଓ ମାତାଙ୍କ ନାମ ବସନ୍ତ କୁମାରୀ ଦେବୀ । ସମ୍ପର୍କୀୟ ବଡ଼ବାପା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଠାରୁ ଓ ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଦୁର୍ଲଭ ଚନ୍ଦ୍ର ସିଂହ ଓ ଯୁଧିଷ୍ଟିର ମହପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା କରିଥିଲେ । ପଚାଶ ଦଶକରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଏକ ଗୀତିନାଟ୍ୟ 'ଷଡ଼ଋତୁ' ପାଇଁ ନାଚ ଶିଖିଥିଲେ । ସେହି ସମୟରେ କେଳୁଚରଣଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ କେଳୁଚରଣଙ୍କଠାରୁ ନାଚ ଶିଖିବା ଆରମ୍ଭ କରିଥିଲେ । ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ସେ ଓଡ଼ିଶୀ ନୃତ୍ୟର ତିନି ମୁଖ୍ୟ ଗୁରୁଙ୍କଠାରୁ ସେମାନଙ୍କ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ୧୯୫୪ମସିହାରେ ସେ ଓଡ଼ିଶା ସରକାରଙ୍କଠାରୁ ବୃତ୍ତି ପାଇ, ତତ୍କାଳୀନ ମାଡ୍ରାସରେ ଥିବା ମୀନାକ୍ଷୀ ସୁନ୍ଦରମ ପିଲାଇଙ୍କଠାରୁ କଳାକ୍ଷେତ୍ରରେ ଭରତନାଟ୍ୟମ ନୃତ୍ୟ ଶିକ୍ଷା କରିଥିଲେ । ରୁକ୍ମିଣୀ ଅରୁଣ୍ଡଳେ, କୁଟ୍ଟୀ ସାରଦା ଓ ପେରିଆ ସାରଦାଙ୍କଠାରୁ ମଧ୍ୟ ସେ ନୃତ୍ୟଶିକ୍ଷା କରିଥିଲେ ।[୨] ୧୯୫୫ ମସିହାରେ ସେ "ଇଣ୍ଡିଆନ ଇନଷ୍ଟିଉଟ ଅଫ ଆର୍ଟସ"ରେ ଯୋଗ ଦେଇଥିଲେ । ୧୯୫୯ରୁ ୧୯୬୩ ମଧ୍ୟରେ ସେ ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହାକୁ ଜନପ୍ରିୟ କରେଇଥିଲେ । ଓଡ଼ିଶୀ ନୃତ୍ୟରେ ପୂର୍ଣ୍ଣ ଚଉକର ଶୁଦ୍ଧତା ତାଙ୍କ ନୃତ୍ୟର ଏକ ବିଶେଷତା ଥିଲା ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ମୀନତି, ୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଅରୁନ୍ଧତୀ ୧୯୬୭ ପ୍ରଫୁଲ୍ଲ ସେନଗୁପ୍ତା
ଭାଇ ଭାଉଜ ୧୯୬୭ ସାରଥୀ
ସାଧନା ୧୯୬୪ ପ୍ରଭାତ ମୂଖାର୍ଜୀ
ଜୀବନସାଥୀ ୧୯୬୩ ପ୍ରଭାତ ମୂଖାର୍ଜୀ
ସୂର୍ଯ୍ୟମୁଖୀ ୧୯୬୩ ପ୍ରଫୁଲ୍ଲ ସେନଗୁପ୍ତା
ନିର୍ଜନ ସୈକତେ ୧୯୬୩ର ବଙ୍ଗଳା ଚଳଚ୍ଚିତ୍ର ତପନ ସିଂହା

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

  • ପଦ୍ମଶ୍ରୀ (୨୦୧୨) [୩][୪]
  • ଗୁରୁ ଦେବପ୍ରସାଦ ସମ୍ମାନ[୫]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୬)
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୬, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ)[୬][୭]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଫିଲିପ ବିଶ୍ୱବିଦ୍ୟାଳୟ, (ମାର୍ବର୍ଗ, ଜର୍ମାନୀ)ରୁ ନୃତ୍ୟ ଶାସ୍ତ୍ରରେ ପି.ଏଚ. ଡି. - ୧୯୬୨[୮]
  • ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି.
  • ନାଟ୍ୟ କଳାଭୂଷଣମ - ୧୯୫୬

୨୦୨୦ ମସିହା ଜାନୁଆରୀ ୦୬ ତାରିଖରେ ସୁଇଜରଲ୍ୟାଣ୍ଡରେ ମିନତିଙ୍କର ପରଲୋକ ଘଟିଥିଲା ।[୯]

ଆଧାର ସମ୍ପାଦନ କରନ୍ତୁ

  1. "ଆରପାରିରେ ପଦ୍ମଶ୍ରୀ ମିନତି ମିଶ୍ର". No. ସମ୍ବାଦ ୦୭/୦୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ସମ୍ବାଦ. Retrieved 7 January 2020.
  2. Chakra, Shyamhari. "Dance is my life and mokshya". The Hindu. Retrieved 1 May 2015.
  3. articles.timesofindia.indiatimes.com: Jatin Das, Minati Mishra get Padma awards
  4. orissadiary.com: Odisha's Dr. Minati Mishra gets Padma Shri Award
  5. odisha360.com: Guru Debaprasad Samman Conferred on Dr. Minati Mishra
  6. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  7. hindu.com: Akademi honour for Minati Mishra
  8. "Minati Mishra". radhubabu.com. 2007. Retrieved 8 January 2013. In 1962 she was awarded Doctor of Philosophy in Indology by the Phillip University in Marburg, Germany, for her research work on Natyashastra.
  9. "Eminent Odissi dancer Minati Mishra passes away at 91". pragativadi.com. pragativadi. Retrieved 6 January 2020.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ