ମୁଖ୍ୟ ସୂଚୀ ଦେଖିବେ

ସୁଇଜରଲ୍ୟାଣ୍ଡ

ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ

ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା  ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) ।  ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍‌ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍‌ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।  

ସ୍ୱିସ୍ ସଂଘରାଜ୍ୟ / ସ୍ୱିଜରଲ୍ୟାଣ୍ଡ / ସୁଇଜରଲ୍ୟାଣ୍ଡ
ରାଷ୍ଟ୍ରାଦର୍ଶ : Unus pro omnibus, omnes pro uno
ସଭିଙ୍କ ପାଇଁ ଏକ (ରାଷ୍ଟ୍ର), ସଭିଏଁ ଏକ (ରାଷ୍ଟ୍ର) ପାଇଁ
ଜାତୀୟ ସଙ୍ଗୀତ"ସ୍ୱିସ୍ ସାଲ୍ମ୍ (Swiss Psalm)"

ଇଉରୋପ ମାନଚିତ୍ରରେ ସବୁଜ ରଂଗରେ ଚିହ୍ନିତ ସ୍ୱିଜରଲ୍ୟାଣ୍ଡ
ରାଜଧାନୀବର୍ନ୍ [୧]
Largest city ଜୁରିକ୍
ରାଜ ଭାଷା ଜର୍ମାନ୍
ଫରାସୀ
ଇଟାଲୀୟ
ରୋମାଂଶ
ଏକା ଅର୍ଥ ଇଂରାଜୀ: ସ୍ୱିସ୍,
German: ଶ୍ୱାଇଜର୍,
French: ସ୍ୱିସ୍ ବା ସ୍ୱିସ୍ସେ,
ସରକାର ସଂଘୀୟ ଆଂଶିକ-ପ୍ରତ୍ୟକ୍ଷ ଲୋକତନ୍ତ୍ର, ଏକାଧିକ ରାଜନୈତିକ ଦଳବିଶିଷ୍ଟ ସଂସଦଦ୍ୱାରା ସଞ୍ଚାଳିତ ଲୋକତନ୍ତ୍ର
ବିଧାନମଣ୍ଡଳ ସଂଘୀୟ ବିଧାନ ସଭା
 -  ରାଜ୍ୟସଭା ରାଜ୍ୟ ପରିଷଦ
 -  ଲୋକସଭା ଜାତୀୟ ପରିଷଦ
ଇତିହାସ
 -  ପ୍ରତିଷ୍ଠା ଦିବସ ଆନୁମାନିକ ୧୩୦୦ (ପାରମ୍ପରିକ ଦୃଷ୍ଟିରୁ ୧ ଅଗଷ୍ଟ ୧୨୯୧) 
 -  ୱେଷ୍ଟଫାଲିଆ ଶାନ୍ତିଚୁକ୍ତି ୨୪ ଅକ୍ଟୋବର ୧୬୪୮ 
 -  ପୁନରୁଦ୍ଧାର ୭ ଅଗଷ୍ଟ ୧୮୧୫ 
 -  ସଂଘରାଜ୍ୟ ଗଠନ ୧୨ ସେପଟେମ୍ବର୍ ୧୮୪୮ 
 -  ଜଳଭାଗ (%) ୪.୨
ଲୋକସଂଖ୍ୟା
 -  ୨୦୧୫ census ୮୩୨୭୧୨୬ [୨] 
 -  ଘନତା ୨୦୨/କିମି (୬୩ତମ)
/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) ୨୦୧୬ ଅନୁମାନ
 -  ସର୍ବମୋଟ $ ୫୧୪ ନିୟୁତ [୩] (୩୯ତମ)
 -  ମୁଣ୍ଡପିଛା ହାର ହିସାବରେ $୬୧୦୧୪ (ନବମ)
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) ୨୦୧୬ ଆକଳନ
 -  ସର୍ବମୋଟ $ ୬୫୯ ନିୟୁତ (୧୯ତମ)
 -  ପ୍ରତିଟି ମଣିଷ $ ୭୮୨୪୫ (ଦ୍ୱିତୀୟ)
ଜିନି (୨୦୧୫) ୨୯.୫ (୧୯ତମ)
ମାନବ ବିକାଶ ସୂଚନାଙ୍କ (୨୦୧୫) ୦.୯୩୯ (ଦ୍ୱିତୀୟ)
ମୁଦ୍ରା ସ୍ୱିସ୍ ଫ୍ରାଂକ୍ (CHF)
ସମୟ ମଣ୍ଡଳ କେନ୍ଦ୍ରୀୟ ଇଉରୋପୀୟ ସମୟ (CET) (ଇଉଟିସି+୧)
 -  ଖରାଦିନ (ଡ଼ିଏସଟି) କେନ୍ଦ୍ରୀୟ ଇଉରୋପୀୟ ଗ୍ରୀଷ୍ମ ସମୟ (CEST) (ଇଉଟିସି+୨)
ତିଥି ଗଠନ ଦିଦି.ମାମା.ବବବବ
ରାସ୍ତାର ଏପାଖରେ ଚାଲନ୍ତୁ ଡାହାଣ ପଟେ
ଇଣ୍ଟରନେଟ ଟିଏଲଡ଼ି .ch
ବେବସାଇଟ
www.admin.ch
ଫୋନ କୋଡ଼ +୪୧
ପାଟ୍ରନ ସେଣ୍ଟ ଫ୍ଲୁଏର ସନ୍ଥ ନିକୋଲାସ୍

ମଧ୍ୟଯୁଗରେ ବୁର୍ଗୁଣ୍ଡି ଓ ଅଷ୍ଟ୍ରିଆ ବିରୁଦ୍ଧରେ ହୋଇଥିବା ଅନେକ ସଫଳ ସାମରିକ ଅଭିଯାନ ପରେ ପ୍ରାଚୀନ ସ୍ୱିସ୍ ସଂଘୀୟ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଥିଲା । ୧୬୪୮ ମସିହାର “ୱେଷ୍ଟଫାଲିଆ ଶାନ୍ତିଚୁକ୍ତି” ପରେ ରୋମାନ୍ ସାମ୍ରାଜ୍ୟ କବଳରୁ ସ୍ୱିଜରଲ୍ୟାଣ୍ଡ ସ୍ୱାଧୀନତା ଲାଭ କରିଥିଲା । ନିଜର ସାମରିକ ନିରପେକ୍ଷତା ପାଇଁ ଏହି ଦେଶ ପ୍ରସିଦ୍ଧ ଓ ୧୮୧୫ ମସିହା ପରଠାରୁ ସ୍ୱିଜରଲ୍ୟାଣ୍ଡ କୌଣସି ଯୁଦ୍ଧରେ ଅଂଶ ଗ୍ରହଣ କରିନାହିଁ ବା କାହାରି ପକ୍ଷରେ ଠିଆ ହୋଇନାହିଁ । ୨୦୦୨ ମସିହା ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ ମିଳିତ ଜାତିସଂଘର ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲା । କିନ୍ତୁ ବୈଦେଶିକ ନୀତି ଓ ସମ୍ପର୍କ କ୍ଷେତ୍ରରେ ସ୍ୱିଜରଲ୍ୟାଣ୍ଡ ସକ୍ରିୟ ଅଂଶ ଗ୍ରହଣ କରେ ଓ ଅଧିକାଂଶ ସମୟରେ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟତା କରିଥାଏ ।  ରେଡକ୍ରସ ସଂସ୍ଥାର ଜନ୍ମସ୍ଥଳୀ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱର ଅନେକ ପ୍ରମୁଖ ଅନ୍ତର୍ଯାତିକ ସଂସ୍ଥାଙ୍କ କାର୍ଯ୍ୟାଳୟ ରହିଛି । ମିଳିତ ଜାତିସଂଘର ଦ୍ୱିତୀୟ ବୃହତ୍ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡରେ ରହିଛି । ଇଉରୋପୀୟ ସଂଘର (ଈଂରାଜୀରେ European Union) ସଦସ୍ୟ ନ ହୋଇଥିବା ସତ୍ତ୍ୱେ ଇଉରୋପୀୟ ମୁକ୍ତ ବାଣିଜ୍ୟ ସଂସ୍ଥାର ପ୍ରତିଷ୍ଠା ଓ ବିକାଶରେ ସ୍ୱିଜରଲ୍ୟାଣ୍ଡ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଅନେକ ଦେଶଙ୍କ ସହିତ ରହିଥିବା ଦ୍ୱିପାକ୍ଷିକ ଚୁକ୍ତି ଯୋଗୁଁ ସ୍ୱିଜରଲ୍ୟାଣ୍ଡ ଶେଙ୍ଗେନ୍ କ୍ଷେତ୍ର (ଶେଙ୍ଗେନ୍ କ୍ଷେତ୍ରର ସବୁ ଦେଶଙ୍କ ପାଇଁ ପ୍ରବେଶ ଅନୁମତି ପତ୍ର ଏବଂ ଦେଶମାନଙ୍କ ମଧ୍ୟରେ ଅବାଧ ଗନନାଗମନ) ଓ ଇଉରୋପୀୟ ଏକାଂଗ ବଜାର ପରି ସର୍ବ ଇଉରୋପୀୟ ନୀତିଗତ ଯୋଜନାରେ ଅଂଶ ଗ୍ରହଣ କରିଛି । 

ଇଉରୋପରେ ଜର୍ମାନିକ୍ ଓ ରୋମାଂଶ ସମୟର ଛାପ ସ୍ୱିଜରଲ୍ୟାଣ୍ଡରେ ଦେଖିବାକୁ ମିଳେ । ସ୍ୱିଜରଲ୍ୟାଣ୍ଡରେ ବୋଲାଯାଉଥିବା ଚାରୋଟି ଭାଷା ଯୋଗୁଁ ଏହାକୁ ଚାରୋଟି ସାଂସ୍କୃତିକ ଭାଗରେ (ଜର୍ମାନ୍, ଫରାସୀ, ଇଟାଲୀୟ ଓ ରୋମାଂଶ) ବିଭକ୍ତ କରାଯାଇଛି । ସ୍ୱିସ୍ ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ଜର୍ମାନ୍ ଭାଷାଭାଷୀ ହୋଇଥିଲେ ହେଁ ସ୍ୱିଜରଲ୍ୟାଣ୍ଡର ଐତିହାସିକ ପୃଷ୍ଠଭୂମି, ସଂଘୀୟ ବ୍ୟବସ୍ଥାରେ ସହଯୋଗ, ପ୍ରତ୍ୟକ୍ଷ ଲୋକତନ୍ତ୍ର ଓ ଆଲ୍ପୀୟ ସଙ୍କେତର ବ୍ୟବହାର ଦେଶବାସୀଙ୍କୁ ସ୍ୱିସ୍ ଜାତୀୟତା ଭାବରେ ବାନ୍ଧି ରଖିଛି । ଭାଷାଗତ ବିଭିନ୍ନତା ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ୱାଇଜ୍ (Schweiz), ଫରାସୀରେ ସ୍ୱିସ୍ (Suisse), ଇଟାଲୀୟରେ ସ୍ୱିଜ୍ଜେରା (Svizzera) ଓ ରୋମାଂଶରେ ସ୍ୱିଜ୍ରା (Svizra) । ସ୍ୱିଜରଲ୍ୟାଣ୍ଡରେ ପ୍ରଚଳିତ ମୁଦ୍ରା ଓ ଡାକ ମୋହରରେ କିନ୍ତୁ ଏହି ଚାରି ଭାଷା ପରିବର୍ତ୍ତେ ଲାଟିନ୍ (ହେଲଭେଟିଆ) ଭାଷା ବ୍ୟବହୃତ ହୁଏ । 

ବିଶ୍ୱର ସର୍ବାଧିକ ବିକଶିତ ଦେଶମାନଙ୍କ ମଧ୍ୟରୁ ସ୍ୱିଜରଲ୍ୟାଣ୍ଡ ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ଅନୁସାରେ ପ୍ରତି ପ୍ରାପ୍ତ ବୟସ୍କ ବ୍ୟକ୍ତି ପିଛା ଆର୍ଥିକ ସମ୍ପଦ ଦୃଷ୍ଟିରୁ ସ୍ୱିଜରଲ୍ୟାଣ୍ଡ ବିଶ୍ୱରେ ପ୍ରଥମ ଓ ମୁଣ୍ଡପିଛା ସକଳ ଘରୋଇ ଉତ୍ପାଦନରେ ବିଶ୍ୱରେ ଅଷ୍ଟମ ସ୍ଥାନ ଗ୍ରହଣ କରିଛି । ଅନେକ ରାଷ୍ଟ୍ରୀୟ ପ୍ରଦର୍ଶନର ମାନକ ଯଥା – ସରକାରୀ ପାରଦର୍ଶିତା, ନାଗରିକ ସ୍ୱାତନ୍ତ୍ର୍ୟ, ଜୀବନର ଗୁଣବତ୍ତା, ଅର୍ଥନୈତିକ ପ୍ରତିଯୋଗିତା ମନୋଭାବ ଓ ମାନବ ସମ୍ବଳର ବିକାଶରେ ସ୍ୱିଜରଲ୍ୟାଣ୍ଡ ସର୍ବୋତ୍ତମ ବା ତାହା ପାଖାପାଖି ସ୍ଥାନ ଗ୍ରହଣ କରିଛି । ଜୀବନର ଗୁଣବତ୍ତା ମାପରେ ଜୁରିକ୍ ଓ ଜେନିଭା ବିଶ୍ୱର ଅଗ୍ରଗଣ୍ୟ ନଗର ଭାବେ ଗଣା । ମର୍ସର୍ ଅନୁସାରେ ଜୁରିକ୍ ଜୀବନର ଗୁଣବତ୍ତା ମାପରେ ବିଶ୍ୱରେ ଦ୍ୱିତୀୟ । 

ନାମକରଣର ଇତିହାସସମ୍ପାଦନ କରନ୍ତୁ

ଈଂରାଜୀ ନାମ ସ୍ୱିଜରଲ୍ୟାଣ୍ଡ ଏକ ଯୁଗ୍ମ ଶବ୍ଦ । “ସ୍ୱିସ୍” ଶବ୍ଦର ପ୍ରାଚୀନ ଓ ବର୍ତ୍ତମାନ ଅବ୍ୟବହୃତ ରୂପ ହେଉଛି “ସ୍ୱିଜର୍”, ଯାହା ୧୬ଶରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା । ଈଂରାଜୀ ବିଶେଷଣ ଶବ୍ଦ “ସ୍ୱିସ୍ (Swiss)” ଫରାସୀ ଶବ୍ଦ “ସ୍ୱିସ୍ (Suisse)”ରୁ ଉଦ୍ଧୃତ ଓ ଷୋଡ଼ଶ ଶତାବ୍ଦୀରୁ ବ୍ୟବହୃତ ହେଉଛି । ଶ୍ୱାଇଜ୍ ନାମକ ଅଞ୍ଚଳର ଅଧିବାସୀ “ଆଲେମାନ୍ନିକ୍ ଶ୍ୱିଜର୍”ରୁ ସ୍ୱିଜର୍ ଶବ୍ଦର ଉତ୍ପତ୍ତି । ଶ୍ୱାଇଜ୍ ଅଞ୍ଚଳ ୱାଲ୍ଡଷ୍ଟେଟେନ୍ କ୍ୟାଣ୍ଟନମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁରାତନ ସ୍ୱିସ୍ ରାଜ୍ୟସଂଘ ଗଠନରେ ଏହାର ନାଭିକେନ୍ଦ୍ର ପାଲଟିଥିଲା । ୧୪୯୯ ମସିହାର ସ୍ୱାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ୱିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା । ସ୍ୱିଜରଲ୍ୟାଣ୍ଡର ଡାଟା କୋଡ୍ ହେଉଛି CH, ଯାହା ଲାଟିନ୍ ଶବ୍ଦ “କନଫୋଡେରାଟିଓ ହେଲଭେଟିକା (Confoederatio Helvetica)”ର ସୂଚକ ।  

ଶ୍ୱାଇଜ୍ ଶବ୍ଦର ଇତିହାସ ଅବଲୋକନ କଲେ ଜାଣିବାକୁ ମିଳେ ଯେ ଏହାର ଉତ୍ସ ହେଲା ପୁରାତନ ଜର୍ମାନ୍ ଶବ୍ଦ “ସ୍ୱେଡାନ୍” ଯାହାର ଅର୍ଥ ଜଳିବା । କୌଣସି ଏକ ଅଞ୍ଚଳକୁ ପୋଡ଼ାଯାଇ ସେଠାରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏହାର ବ୍ୟବହାରିକ ତାତ୍ପର୍ଯ୍ୟ । ୧୪୯୯ରେ ସ୍ୱାବିୟାନ୍ ଯୁଦ୍ଧ ପରଠାରୁ ପ୍ରଥମେ ଏହି ଅଞ୍ଚଳ ବା କ୍ୟାଣ୍ଟନ୍ ଓ ପରେ ସମଗ୍ର ରାଜ୍ୟସଂଘ ଶ୍ୱାଇଜ୍ ନାମରେ ପରିଚିତ ହେଲା ।  ସ୍ୱିସ୍-ଜର୍ମାନ୍ ଭାଷାରେ ସ୍ୱିଜରଲ୍ୟାଣ୍ଡକୁ “ଶ୍ୱିଜ୍ (Schwiiz) ବୋଲି କୁହାଯାଏ ।  

୧୮୪୮ ମସିହାରେ ରାଜ୍ୟସଂଘର ପ୍ରତିଷ୍ଠା ପରେ “କନଫୋଡେରାଟିଓ ହେଲଭେଟିକା” ଶବ୍ଦର ବ୍ୟବହାର ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ (୧୮୭୯ ମସିହା ବେଳକୁ) ନେପୋଲିଓନିକ୍ ହେଲଭେଟିକ୍ ରିପବ୍ଲିକ୍ ନାମରେ ଏହା ବିଦିତ ହେଲା । ୧୮୭୯ରୁ ମୁଦ୍ରାରେ, ୧୯୦୨ ମସିହାରୁ ରାଜ୍ୟସଂଘର ପ୍ରାସାଦରେ ଓ ୧୯୪୮ ପରଠାରୁ ଦେଶର ସରକାରୀ ମୋହରରେ ଏହି ଚିହ୍ନ ଦେଖିବାକୁ ମିଳୁଛି । ଏହି ଦେଶର ମୁଦ୍ରାକୁ ସ୍ୱିସ୍ ଫ୍ରାଂକ୍ ବୋଲି କୁହାଯାଏ । ଅନ୍ତରାଷ୍ଟ୍ରୀୟ ମାନକ ସଂଗଠନ (ISO)ଦ୍ୱାରା ସ୍ୱିସ୍ ଫ୍ରାଂକର ନିର୍ଦ୍ଧାରିତ ବ୍ୟାଙ୍କ୍ କୋଡ୍ ହେଲା "CHF" । ଏହା ମଧ୍ୟ ଲାଟିନ୍ ନାମରୁ ଗୃହୀତ ହୋଇଛି । ସ୍ୱିସ୍ ଉଚ୍ଚସମଭୂମିରେ ରୋମାନ୍ ଯୁଗରେ ବସବାସ କରୁଥିବା ହେଲଭେଟି ନାମକ ଏକ ଜାତିରୁ ହେଲଭେଟିକା (Helvetica) ଶବ୍ଦର ଉତ୍ପତ୍ତି । 

ମାତୃଭୂମିକୁ ମାତା ବୋଲି କହି ସଂସ୍କୃତି ଓ ସାହିତ୍ୟରେ ଦେଶକୁ ଜଣେ ଦେବୀଙ୍କ ରୂପରେ ପରିଚୟ ଦିଆଯାଏ । ସେହିପରି ୧୭ଶ ଶତାବ୍ଦୀରୁ ସ୍ୱିସ୍ ରାଜ୍ୟସଂଘର ଚିହ୍ନ ସାଜିଥିବା ଦେବୀ/ମହିଳା ହେଲା – ହେଲଭେଟିକା । ୧୬୭୨ ମସିହାରେ ଜୋହାନ୍ କ୍ୟାସ୍ପର୍ ୱାଇଜେନବାଖଙ୍କ ଏକ ନାଟକରେ ହେଲଭେଟିକା ଚରିତ୍ରକୁ ପ୍ରଥମେ ଦେଖାଯାଇଥିଲା । 

ଇତିହାସସମ୍ପାଦନ କରନ୍ତୁ

ପ୍ରାକ୍-ଇତିହାସସମ୍ପାଦନ କରନ୍ତୁ

ପୁରାତନ ସ୍ୱିସ୍ ରାଜ୍ୟସଂଘସମ୍ପାଦନ କରନ୍ତୁ

ନେପୋଲିଅନ୍ ଯୁଗସମ୍ପାଦନ କରନ୍ତୁ

ଗଣତାନ୍ତ୍ରିକ ଦେଶସମ୍ପାଦନ କରନ୍ତୁ

ଆଧୁନିକ ଇତିହାସସମ୍ପାଦନ କରନ୍ତୁ

ଭୂଗୋଳସମ୍ପାଦନ କରନ୍ତୁ

ରାଜନୀତିସମ୍ପାଦନ କରନ୍ତୁ

ପ୍ରତ୍ୟକ୍ଷ ଲୋକତନ୍ତ୍ରସମ୍ପାଦନ କରନ୍ତୁ

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ବୈଦେଶିକ ନୀତି ଓ ଅନ୍ତର୍ଜାତୀୟ ସମ୍ପର୍କସମ୍ପାଦନ କରନ୍ତୁ

ସାମରିକ ବାହିନୀସମ୍ପାଦନ କରନ୍ତୁ

ଅର୍ଥନୀତି ଓ ଶ୍ରମ ଆଇନସମ୍ପାଦନ କରନ୍ତୁ

ଶିକ୍ଷା ଓ ବିଜ୍ଞାନସମ୍ପାଦନ କରନ୍ତୁ

ସ୍ୱିଜରଲ୍ୟାଣ୍ଡ ଓ ଇଉରୋପୀୟ ସଂଘସମ୍ପାଦନ କରନ୍ତୁ

ଶକ୍ତିସମ୍ପାଦନ କରନ୍ତୁ

ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟସମ୍ପାଦନ କରନ୍ତୁ

ସଂସ୍କୃତିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Holenstein, André (2012). "Die Hauptstadt existiert nicht" (PDF) (scientific article). UniPress – Forschung und Wissenschaft an der Universität Bern (in German) (152: Sonderfall Hauptstatdtregion). Berne: Department Communication, University of Berne: 16–19. doi:10.7892/boris.41280. Retrieved 7 May 2017. Als 1848 ein politisch-administratives Zentrum für den neuen Bundesstaat zu bestimmen war, verzichteten die Verfassungsväter darauf, eine Hauptstadt der Schweiz zu bezeichnen und formulierten stattdessen in Artikel 108: «Alles, was sich auf den Sitz der Bundesbehörden bezieht, ist Gegenstand der Bundesgesetzgebung.» Die Bundesstadt ist also nicht mehr und nicht weniger als der Sitz der Bundesbehörden.CS1 maint: Unrecognized language (link)
  2. Jacqueline Kucera, Athena Krummenacher, ed (22 November 2016) (PDF). Switzerland's population 2015 (official report). Swiss Statistics. Neuchâtel, Switzerland: Swiss Federal Statistical Office (FSO), Swiss Confederation. https://www.bfs.admin.ch/bfs/en/home/statistics/population.assetdetail.1401565.html. Retrieved 7 December 2016. 
  3. "5. Report for Selected Countries and Subjects: Switzerland". Washington, DC, U.S.: International Monetary Fund. Retrieved 1 April 2017.